ETV Bharat / city

ବିନା ଭକ୍ତରେ ହେବ ରୁକୁଣା ରଥ ଯାତ୍ରା

author img

By

Published : Apr 8, 2021, 6:16 PM IST

ଚଳିତ ବର୍ଷ ରଥାରୂଢ ପ୍ରଭୁ ଲିଙ୍ଗରାଜଙ୍କୁ ଭକ୍ତ ଆଖି ପୁରାଇ ଦେଖିପାରିବେନି । ଅର୍ଥାତ ବିନା ଭକ୍ତରେ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହୋଇପାରେ । ଅଧିକ ପଢନ୍ତୁ...

ବିନା ଭକ୍ତରେ ହେବ ରୁକୁଣା ରଥ ଯାତ୍ରା
ବିନା ଭକ୍ତରେ ହେବ ରୁକୁଣା ରଥ ଯାତ୍ରା

ଭୁବନେଶ୍ବର: ଚଳିତ ବର୍ଷ ରଥାରୂଢ ପ୍ରଭୁ ଲିଙ୍ଗରାଜଙ୍କୁ ଭକ୍ତ ଆଖି ପୁରାଇ ଦେଖିପାରିବେନି । ଅର୍ଥାତ ବିନା ଭକ୍ତରେ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହୋଇପାରେ । ଗୁରୁବାର ଭୁବନେଶ୍ୱର ବିଡିଏରେ ରୁକୁଣା ରଥଯାତ୍ରା ନେଇ ବିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଲିଙ୍ଗରାଜ ମନ୍ଦିର ମୁଖ୍ୟ କାର୍ଯ୍ୟନିର୍ବାହୀ, ବିଭିନ୍ନ ସେବାୟତ ସଙ୍ଘ, ଅତିରିକ୍ତ ଜିଲ୍ଲାପାଳ ଏହି ବୈଠକରେ ସାମିଲ ହୋଇଥିଲେ । ତେବେ ସବୁଠୁ ବଡ କଥା ହେଉଛି ଚଳିତ ବର୍ଷ କୋଭିଡ ସଂକ୍ରମଣ ଭୁବନେଶ୍ୱରରେ ଦ୍ରୁତ ଗତିରେ ବ୍ୟାପୁ ଥିବାରୁ ପ୍ରଶାସନ ପକ୍ଷରୁ ଚୂଡାନ୍ତ ନିଷ୍ପତ୍ତି ହୋଇପାରି ନାହିଁ ।

ବିନା ଭକ୍ତରେ ହେବ ରୁକୁଣା ରଥ ଯାତ୍ରା

ଅନିଶ୍ଚିତତା ଲାଗି ରହିଛି । ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭକ୍ତଙ୍କ ପ୍ରବେଶକୁ ଅନୁମତି ମିଳିବ ନାହିଁ । ଭକ୍ତ ରଥ ଟାଣିପାରିବେନି । କେବଳ ପୋଲିସ ଓ ସେବାୟତ ରଥ ଯାତ୍ରାରେ ରଥ ଭିଡ଼ିବେ । ନିଷ୍ପତ୍ତି ଅନୁଯାୟୀ ଅଳ୍ପସଂଖ୍ୟକ ସେବାୟତ ରଥ ରୂପରେ ରହିବେ । କମରୁ କମ ସଂଖ୍ୟକ ସେବାୟତ ଓ ପୋଲିସ ରଥଭିଡା କାର୍ଯ୍ୟରେ ଲାଗିବେ । ରଥ କର୍ଡନ ଭିତରକୁ ଭକ୍ତଙ୍କ ପ୍ରବେଶ ନିଷେଧ । କୋରୋନା କଟକଣା ଥିବାରୁ ଏଭଳି କାର୍ଯ୍ୟକ୍ରମ କଟକଣା ମଧ୍ୟରେ ପାଳନ କରାଯିବ । ପ୍ରଶାସନ ସହିତ ଆଲୋଚନା ହୋଇଛି ।

ରୁକୁଣା ରଥଯାତ୍ରା ଯେତେ କମ ସଂଖ୍ୟକ ପାଳିଆ ସେବାୟତଙ୍କୁ ନେଇ ରଥ ଯାତ୍ରା ହେବ । ସେପଟେ ବିଏମସି ପକ୍ଷରୁ ଆଲୋଚନା ହୋଇଛି । ସରକାରୀ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟକ୍ରମ ହେବ । କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ରୁକୁଣା ରଥ ଯାତ୍ରା ବିଷୟରେ କମିଶନର ଯାହା ନିଷ୍ପତ୍ତି ନେବେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.