ETV Bharat / city

ବନ୍ଦ ହେବନି ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା !

author img

By

Published : Mar 17, 2020, 5:37 PM IST

କୋରୋନା ପାଇଁ ସରକାର ବିଭିନ୍ନ ପ୍ରକାର ଗାଇଡ ଲାଇନ ପ୍ରଦର୍ଶନ କରିଥିଲେ ମଧ୍ୟ ପରମ୍ପରା ଅନୁସାରେ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଳନ କରାଯିବ ବୋଲି କହିଛନ୍ତି ଲିଙ୍ଗରାଜ ମନ୍ଦିର ପ୍ରଶାସନିକ ଅଧିକାରୀ ପ୍ରସନ୍ନ କୁମାର ଦାସ ।

ବନ୍ଦ ହେବନି ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା !
ବନ୍ଦ ହେବନି ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା !

ଭୁବନେଶ୍ବର: ବନ୍ଦ ହେବନି ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଆସନ୍ତା 1 ତାରିଖରେ ପଡୁଥିବା ଏହି ଯାତ୍ରା ପରମ୍ପରା ଅନୁସାରେ ଅନୁଷ୍ଠିତ ହେବ । ତେବେ କୋରୋନା ପାଇଁ ସରକାର ବିଭିନ୍ନ ପ୍ରକାର ଗାଇଡ ଲାଇନ ପ୍ରଦର୍ଶନ କରିଥିଲେ ମଧ୍ୟ ପରମ୍ପରା ଅନୁସାରେ ଏହାକୁ ପାଳନ କରାଯିବ ବୋଲି କହିଛନ୍ତି ଲିଙ୍ଗରାଜ ମନ୍ଦିର ପ୍ରଶାସନିକ ଅଧିକାରୀ ପ୍ରସନ୍ନ କୁମାର ଦାସ ।

ତେବେ ଏଥିପାଇଁ ଆସନ୍ତାକାଲି ଟ୍ରଷ୍ଟି ବୋର୍ଡର ଏକ ବୈଠକ ଅନୁଷ୍ଠିତ ହେବ । ସେହିପରି ଆସନ୍ତା 22/23 ତାରିଖରେ ମଧ୍ୟ କୋଅର୍ଡିନେସନ କମିଟି ବୈଠକର ବ୍ୟବସ୍ଥା ହୋଇଥିବା ସେ କହିଛନ୍ତି । ସେଠାରେ ଆଲୋଚନା ହୋଇ କିପରି ଭାବେ ଏହି ରଥଯାତ୍ରା ପାଳନ କରାଯିବ ତାହା ନେଇ ସ୍ଥିର କରାଯିବ ବୋଲି ମଧ୍ୟ କହିଛନ୍ତି। ତେବେ ଏହାକୁ ବନ୍ଦ କରାଯିବାର କୌଣସି ଯୋଜନା ନାହିଁ ଓ ସେହିପରି ରଥ ନିର୍ମାଣ କାର୍ଯ୍ୟରେ ଲାଗିଥିବା ମହାରଣା ସେବାୟତମାନେ ଜୋରସୋରରେ ଏଥିରେ ଲାଗିଥିବା କହିଛନ୍ତି ।

ଏପ୍ରିଲ ପହିଲା ପୂର୍ବରୁ ସମସ୍ତ ପ୍ରକାର କାର୍ଯ୍ୟ ସମାପନ କରି ରଥକୁ ପ୍ରଶାସନ ନିକଟରେ ହସ୍ତାନ୍ତର କରାଯିବ ବୋଲି ସେମାନେ ପ୍ରକାଶ କରିଛନ୍ତି । ସେହିପରି କୋରୋନା ଦୃଷ୍ଟିରୁ ମନ୍ଦିରକୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ବିଶେଷ ଦୃଷ୍ଟି ଦିଆଯାଇଥିବା କହିଛନ୍ତି ପ୍ରସନ୍ନ କୁମାର ଦାସ । ମନ୍ଦିରକୁ ଆସୁଥିବା ଲୋକମାନେ ମନ୍ଦିର ପ୍ରବେଶ ପୂର୍ବରୁ ଭଲଭାବେ ସାବୁନରେ ହାତ, ଗୋଡ ଓ ମୁହଁ ଧୋଇ ଯିବାକୁ ବ୍ୟବସ୍ଥା ହୋଇଛି ।ଏହା ସହିତ ଯାତ୍ରୀମାନେ କେଉଁଠୁ ଆସିଛନ୍ତି ଓ କେଉଁଆଡେ ଯିବେ ସେ ନେଇ ଏକ ରେଜିଷ୍ଟର ରେ ତାଙ୍କର ସମସ୍ତ ତାଲିକା ପ୍ରସ୍ତୁତ କରାଯାଉଥିବ କହିଛନ୍ତି ।ଭବିଷ୍ୟତରେ ଯଦି କାହାର କୋରୋନା ସଂକ୍ରମଣ ସୂଚନାମିଳେ ତେବେ ସେମାନଙ୍କ ସହ ଯୋଗାଯୋଗ କରାଯାଇ ପାରିବ ବୋଲ ସେ କହିଛନ୍ତି ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.