ETV Bharat / city

ଟିକେଟ ଧରି ଫେରିଲେ ରୁଦ୍ର, ମା’ଙ୍କ ପାଦ ଧରି କାନ୍ଦିଲେ ଜୁନିଅର ମହାରଥୀ

ନବୀନ ନିବାସରୁ ଟିକେଟ ଧରି ଫେରିଲା ପରେ ମାଙ୍କ ଠାରୁ ଆଶିର୍ବାଦ ନେଲେ ରୁଦ୍ର । ଅଧିକ ପଢନ୍ତୁ...

author img

By

Published : Mar 28, 2021, 4:50 PM IST

Updated : Mar 28, 2021, 6:14 PM IST

ନବୀନ ନିବାସରୁ ଟିକେଟ ଧରି ଫରିଲେ ରୁଦ୍ର, ମହାରଥୀଙ୍କ ବାସଭବନରେ ଭାବବିହ୍ଵଳ ପରିବେଶ

ଭୁବନେଶ୍ବର: ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ବିଜେଡି ପିପିଲି ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିବା ପରେ ନବୀନ ନିବାସରୁ ଟିକେଟ ଆଣିଛନ୍ତି ରୁଦ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଟିକେଟ ନେଇ ଆସିଲା ପରେ ମା ପ୍ରତିଭା ମହାରଥୀଙ୍କ ଠାରୁ ଆଶିର୍ବାଦ ନେଇଛନ୍ତି ରୁଦ୍ର । ଏହି ସମୟରେ ମହାରଥୀଙ୍କ ବାସ ଭବନରେ ଏକ ଭାବ ବିହ୍ଵଳ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।

ନବୀନ ନିବାସରୁ ଟିକେଟ ଧରି ଫରିଲେ ରୁଦ୍ର, ମା’ଙ୍କ ପାଦ ଧରି କାନ୍ଦିଲେ ଜୁନିଅର ମହାରଥୀ

ଟିକେଟ ଆଣିବା ପରେ ମା ଙ୍କୁ ଭେଟିଥିଲେ ପୁଅ ରୁଦ୍ର ମହାରଥୀ । ମାଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଥିଲେ ରୁଦ୍ର । ତେବେ ପୁଅକୁ ଟିକେଟ ମିଳିବା ପରେ ଖୁସି ଥିବା ପ୍ରକାଶ କରିଛନ୍ତି ମା’ । ମା’ର ଆଶୀର୍ବାଦ ପୁଅ ପାଇଁ ରହିଛି । ଆମ ପରିବାର ଏକ ଅଛି, ଆମେ ଗୋଟିଏ ସୂତାରେ ବନ୍ଧା । କିଛି ଗଣମାଧ୍ୟମ ମିଥ୍ୟା ଅପପ୍ରଚାର କରୁଛନ୍ତି। ବାପା ଥିଲେ ପୁଅ ସଭାରେ ହାରେନା, ମା’ ଥିଲେ ପୁଅ ଦୁନିଆ ଡରେନା ବୋଲି ମା ପ୍ରତିଭା ମହାରଥୀ କହିଛନ୍ତି। ତେବେ ମା ନବୀନ ନିବାସ କାହିଁକି ଗଲେ ନାହିଁ ବୋଲି ଚର୍ଚ୍ଚା ଜୋର ଧରିଥିବାବେଳେ , ସେ ସରକାରୀ କର୍ମଚାରୀ ହୋଇଥିବାରୁ ପୁଅଙ୍କ ସହ ନବୀନ ନିବାସ ଯାଇନଥିଲେ ବୋଲି ଆଲୋଚନା ହେଉଛି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରୟ, ଇଟିଭି ଭାରତ

Last Updated : Mar 28, 2021, 6:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.