ETV Bharat / city

ଓମିକ୍ରନ୍‌ ସଂକ୍ରମିତ ଦେଶରୁ ଆସିଥିବା ଲୋକଙ୍କର RT-PCR ଟେଷ୍ଟ ବାଧ୍ୟତାମୂଳକ: DMET

author img

By

Published : Nov 30, 2021, 4:06 PM IST

ଓମିକ୍ରନ୍‌ କୋରୋନା ଷ୍ଟ୍ରେନ୍‌କୁ ନେଇ ରାଜ୍ୟମାନଙ୍କ ସହ ଏକ ବୈଠକ କରିଛନ୍ତି କେନ୍ଦ୍ର ସରକାର । ଏଣିକି କୋଭିଡ ନେଗେଟିଭ୍‌ ରିପୋର୍ଟ ନେଇ ରାଜ୍ୟକୁ ଆସିଲେ ମଧ୍ୟ RTPCR ଟେଷ୍ଟ କରିବାକୁ ହେବ । ଅଧିକ ପଢ଼ନ୍ତୁ

Omicron Strain Tension: ବିଦେଶରୁ ଆସିଲେ ନେଗେଟିଭ ଥିଲେ ମଧ୍ୟ ହେବ RTPCR ଟେଷ୍ଟ

ଭୁବନେଶ୍ବର: ଓମିକ୍ରନ୍‌ କୋରୋନା ଷ୍ଟ୍ରେନ୍‌କୁ ନେଇ ରାଜ୍ୟମାନଙ୍କ ସହ ଏକ ବୈଠକ କରିଛନ୍ତି କେନ୍ଦ୍ର ସରକାର । ଏହି ବୈଠକ ଶେଷ ହେବାପରେ ପ୍ରତିକ୍ରିୟା ରଖିଛନ୍ତି ଡିଏମ୍‌ଇଟି ରମାରମଣ ମହାନ୍ତି । ଏଣିକି କୋଭିଡ ନେଗେଟିଭ୍‌ ରିପୋର୍ଟ ନେଇ ରାଜ୍ୟକୁ ଆସିଲେ ମଧ୍ୟ RTPCR ଟେଷ୍ଟ କରିବାକୁ ହେବ । ଏହି ରିପୋର୍ଟ ନେଗେଟିଭ୍‌ ଆସିବା ପରେ ମଧ୍ୟ ୭ଦିନ ଆଇସୋଲେସନରେ ରହିବାକୁ ହେବ ।

ଯେଉଁ ବ୍ୟକ୍ତିବିଶେଷ କୋଭିଡ ପଜିଟିଭ୍‌ ଚିହ୍ନଟ ହେବେ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯିବା ସହ ଚିକିତ୍ସା କରାଯିବ । ଯେଉଁ ଲୋକାଲ ପଏଣ୍ଟରେ ସଂକ୍ରମଣ ମାମଲା ଅଧିକ ଆସୁଛି ସେହିସବୁ ସ୍ଥାନରେ ଟେଷ୍ଟିଂ ବଢ଼ାଯିବା ସହ ଜିନ୍ମ ସିକ୍ୟୁଏନ୍ସ କରାଯିବ । ଏହାସହ କ୍ଲଷ୍ଟର କରାଯାଇ ଟେଷ୍ଟିଂ କରାଯିବ । ଏଥିପାଇଁ ପ୍ରଥମ ଓ ଦ୍ବିତୀୟ ଲହର କୋରୋନା ସଂକ୍ରମଣ ବେଳେ ଯେଉଁ ସ୍ବାସ୍ଥ୍ୟ ଭିତ୍ତିଭୂମି ଥିଲା ତାହାକୁ ଅଧିକ ସୁଦ୍ରୁଢ଼ କରାଯିବ । ରେଗୁଲାର ସାଇଣ୍ଟିଫିକ ଡାଟା ସାର୍ବଜନୀନ କରାଯିବ ।

ଗତକାଲି(ସୋମବାର) ୩ଜଣ କୋଭିଡ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ମୁମ୍ବାଇରୁ ଓ ଦୁଇଜଣ ବାଙ୍ଗାଲୋରରୁ ଫେରିଛନ୍ତି । ସେମାନଙ୍କ ଜିନମ ସିକ୍ୟୁଏନ୍ସ ପାଇଁ ପଠାଯାଇଛି । ବର୍ତ୍ତମାନ ଓଡ଼ିଶାକୁ କେହି ବିଦେଶରୁ ଆସି ନାହାନ୍ତି । ମାସ୍କ ପିନ୍ଧିବା ଉପରେ ଏବେ ମଧ୍ୟ ଗୁରୁତ୍ବ ଦିଆଯାଉଛି । ମାସ୍କ ହିଁ କୋରୋନାରୁ ବର୍ତ୍ତିବା ପାଇଁ କବଚ ବୋଲି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବସିଥିବା ବୈଠକରେ ଆଲୋଚନା ହୋଇଛି । ଏହାକୁ ନେଇ DMET ରମା ରମଣ ମହାନ୍ତି ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.