ETV Bharat / city

ପଶ୍ଚିମବଙ୍ଗ ଯାଉଛନ୍ତି କି ? RTPCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ

author img

By

Published : May 6, 2021, 9:15 AM IST

କୋରୋନା ସଂକ୍ରମଣ ଉପରେ ପ୍ରତିବନ୍ଧକ ଲଗାଇବା ଏବଂ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ପାଇଁ ପଶ୍ଚିମବଙ୍ଗ ସରକାର ଅନ୍ୟ ରାଜ୍ୟରୁ ଯାଉଥିବା ଯାତ୍ରୀମାନଙ୍କ RTPCR ନେଗେଟିଭ ରିପୋର୍ଟକୁ ବାଧ୍ୟତାମୂଳକ କରିଛନ୍ତି |ଅଧିକ ପଢନ୍ତୁ...

ପଶ୍ଚିମବଙ୍ଗ ଯାଉଥିବା ଟ୍ରେନ୍ ଯାତ୍ରୀଙ୍କ ପାଇଁ RTPCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ

ଭୁବନେଶ୍ବର: ଅନ୍ୟ ରାଜ୍ୟରୁ ପଶ୍ଚିମବଙ୍ଗର ଯେକୌଣସି ସ୍ଥାନକୁ ଟ୍ରେନରେ ଯିବାକୁ ହେଲେ ଏବେ RTPCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ । | ଏହି ରିପୋର୍ଟ ଷ୍ଟେସନରୁ ଟ୍ରେନ୍ ଛାଡିବାର 72 ଘଣ୍ଟା ମଧ୍ୟରେ ପରୀକ୍ଷା କରାଯାଇଥିବା ଦରକାର | ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ପଶ୍ଚିମବଙ୍ଗର ଯେକୌଣସି ସ୍ଥାନକୁ ଯାଉଥିବା ଟ୍ରେନ ଯାତ୍ରୀମାନଙ୍କୁ ଟ୍ରେନ ଚଢ଼ିବାର 72 ଘଣ୍ଟା ମଧ୍ୟରେ ପରୀକ୍ଷା ହୋଇଥିବା RTPCR ନେଗେଟିଭ୍ ରିପୋର୍ଟ ନେବାକୁ ଅନୁରୋଧ କରାଯାଇଛି |

ଟ୍ରେନ ଯାତ୍ରା ପୂର୍ବରୁ ନେଗେଟିଭ ରିପୋର୍ଟ ଦର୍ଶାଇବାକୁ ପୂର୍ବତଟ ରେଳପଥ ଯାତ୍ରୀମାନଙ୍କୁ ଅନୁରୋଧ କରିଛି | ପୁରୀ, ଭୁବନେଶ୍ବର ଏବଂ ସମ୍ବଲପୁରରୁ ପଶ୍ଚିମବଙ୍ଗ ଯାଉଥିବା ଟ୍ରେନ ଯଥା 02088 ପୁରୀ-ହାଓଡ଼ା ସ୍ପେଶାଲ, 02202 ପୁରୀ-ହାଓଡ଼ା ଦୁରନ୍ତ ସ୍ପେସିଆଲ, 02838 ପୁରୀ-ହାଓଡ଼ା ସ୍ପେଶାଲ, 02074 ଭୁବନେଶ୍ୱର-ହାଓଡ଼ା ସ୍ପେଶାଲ୍ ଓ 08306 ସମ୍ବଲପୁର-ହାଓଡ଼ା ସ୍ପେଶାଲରେ ଯାଉଥିବା ଯାତ୍ରୀମାନେ RTPCR ନେଗେଟିଭ ରିପୋର୍ଟ ଦେଖାବାକୁ କୁହାଯାଇଛି ।

ଏହା ବ୍ୟତୀତ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଏବଂ ପୂର୍ବତଟ ରେଳପଥ ପରିସୀମା ମଧ୍ୟ ଦେଇ ଯାତ୍ରା କରୁଥିବା ଟ୍ରେନ ଯାହାକି ପଶ୍ଚିମବଙ୍ଗ ମଧ୍ୟରେ ଯେକୌଣସି ଷ୍ଟେସନ ଠାରେ ରହଣି କରୁଛି ସେଠାରେ ଓହ୍ଲାଇବାକୁ ଥିବା ଯାତ୍ରୀମାନେ ମଧ୍ୟ RTPCR ନେଗେଟିଭ ରିପୋର୍ଟ ଦେଖାଇବାକୁ କୁହାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.