ଭୁବନେଶ୍ବର: ଆସନ୍ତା ୨୪ ଓ ୨୬ ତାରିଖରେ ଦଶହରା ଛୁଟି ଥିଲେ ବି ରାଜ୍ୟରେ ଖୋଲା ରହିବ ଆରଟିଓ ଅଫିସ । ପୂରା ଦିନ ନୁହେଁ, ଦୁଇ ଘଣ୍ଟା ପାଇଁ ଖୋଲା ରହିବ । ଅପରାହ୍ନ 3ଟାରୁ 5ଟା ଯାଏଁ ଖୋଲା ରହିବ ଆରଟିଓ ଅଫିସ ।
![ନୂଆ ଗାଡି ପଞ୍ଜୀକରଣ ପାଇଁ ଦଶହରାରେ ଖୋଲା ରହିବ ଆରଟିଓ ଅଫିସ](https://etvbharatimages.akamaized.net/etvbharat/prod-images/od-bbs-1-rtowillbeopened-avo-7205239_22102020135156_2210f_1603354916_298.jpg)
କେବଳ ନୂଆ ଗାଡ଼ି ପଞ୍ଜିକରଣ ପାଇଁ 2 ଘଣ୍ଟା ଆଞ୍ଚଳିକ ପରିବହନ ଅଫିସ ଖୋଲା ରହିବ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପରିବହନ କମିଶନର ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ