ଭୁବନେଶ୍ବର: ଲୋକାୟୁକ୍ତ ସଭାପତି ଜଷ୍ଟିସ ଅଜିତ ସିଂଙ୍କ ନାଁରେ ରାଜ୍ୟପାଳଙ୍କ ନିକଟରେ ଫେରାଦ ଦେଲେ ସୂଚନା ଅଧିକାର କର୍ମୀ । ରାଜ୍ୟରେ ହୋଇଥିବା 6 କୋଟି ଟଙ୍କାର ଓମଫେଡ୍ ଦୁର୍ନୀତି ସମ୍ପର୍କରେ ଅଭିଯୋଗ ପରେ ମଧ୍ୟ ଲୋକୟୁକ୍ତ ତଦନ୍ତରେ ଅବହେଳା ନେଇ ସେ ଏହି ଫେରାଦ ଦେଇଛନ୍ତି ଏବଂ ଲୋକାୟୁକ୍ତ ସଭାପତିଙ୍କୁ ଦାୟିତ୍ବରୁ ଅବ୍ୟାହୃତି ଦେବା ପାଇଁ ଦାବି କରିଛନ୍ତି ।
ଓମଫେଡ ଦୁର୍ନୀତି ପ୍ରସଙ୍ଗରେ ଓମଫେଡର ମ୍ୟାନେଜିଙ୍ଗ ଡାଇରେକ୍ଟର ମଧୂସୁଦନ ପାଢୀ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ତଦନ୍ତ ହୋଇଥିଲା ଏବଂ ଏହି ତଦନ୍ତ ଠିକ୍ ଭାବେ ହୋଇନଥିବା ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ସେ ତଦନ୍ତ କରି ମାମଲାକୁ ରଫାଦଫା କରିଥିଲେ । ସେପଟେ ଲୋକାୟୁକ୍ତ କେସର ତଦନ୍ତ ନ କରି ସରକାରୀ ଚାପର ବଶବର୍ତ୍ତୀ ହୋଇ ଏହାକୁ ବନ୍ଦ କରିଥିବା ଅଭିଯୋଗ କରିଛନ୍ତି ସୂଚନା ଅଧିକାରୀ କର୍ମୀ ପ୍ରଦୀପ ପ୍ରଧାନ । ଏଣୁ ଲୋକାୟୁକ୍ତ ସରକାରଙ୍କ ଦ୍ବାରା କବଳିତ ହୋଇଥିବା ଅଭିଯୋଗ କରି ଏନେଇ ସେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ