ETV Bharat / city

ମା'ଙ୍କୁ ମାସ୍କ ପିନ୍ଧାଇ ମାତୃ ଦିବସ ପାଳିଲେ ଅମର

author img

By

Published : May 9, 2021, 3:58 PM IST

Updated : May 9, 2021, 4:48 PM IST

ମା'ଙ୍କୁ ମାସ୍କ ପିନ୍ଧାଇ ମାତୃ ଦିବସର ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ମାତୃ ଦିବସ ନେଇ ସୋସିଆଲ ମିଡିଆରେ ଏକ ଖାସ ମେସେଜ ଦେଇଛନ୍ତି ଅମର । ଅଧିକ ପଢନ୍ତୁ...

ମା'ଙ୍କୁ ମାସ୍କ ପିନ୍ଧାଇ ମାତୃ ଦିବସ ପାଳିଲେ ଅମର
ମା'ଙ୍କୁ ମାସ୍କ ପିନ୍ଧେଇ ମାତୃ ଦିବସ ପାଳିଲେ ଅମର

ଭୁବନେଶ୍ୱର: ଟିକେ ଭିନ୍ନ ଢଙ୍ଗରେ ମାତୃ ଦିବସ ପାଳିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ମା'ଙ୍କୁ ମାସ୍କ ପିନ୍ଧାଇ ମାତୃ ଦିବସର ଶୁଭେଚ୍ଛା ଜଣେଇଛନ୍ତି ଅମର । ମାତୃ ଦିବସ ନେଇ ସୋସିଆଲ ମିଡିଆରେ ଏକ ଖାସ ମେସେଜ ଦେଇଛନ୍ତି ପଟ୍ଟନାୟକ ।

ଅମରଙ୍କ ମା' ବିନୋଦିନୀ ପଟ୍ଟନାୟକ, ରାଜ୍ୟର ଏକ ଜଣାଶୁଣା ନାଁ । 75 ବୟସ୍କା ବିନୋଦିନୀ ଗତବର୍ଷ କୋରୋନାରେ ସଂକ୍ରମିତ ହୋଇଥିଲେ । ଅମର ଲେଖିଛନ୍ତି, ମା'ଙ୍କୁ କୋରୋନା ହେବା ପରେ ମୋ ଦୁନିଆ ଅନ୍ଧାର ହୋଇ ଗଲା । ମୋର ଜ୍ଞାନ ଅଦୃଶ୍ୟ ହୋଇଗଲା । ହେଲେ ମହାପ୍ରଭୁ ଜଗନ୍ନାଥ ଏବଂ ମା ଚଣ୍ଡୀଙ୍କ ଅନୁଗ୍ରହରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିଲେ । ତାଙ୍କ ଆଶୀର୍ବାଦ ବିନା ମୁଁ ମୁହୂର୍ତ୍ତେ ମଧ୍ୟ ବଞ୍ଚିପାରିବି କି ନାହିଁ ତାହା ଜାଣେନା ବୋଲି ଅମର କହିଛନ୍ତି ।

କୋଭିଡର ଦ୍ଵିତୀୟ ଲହରୀରେ ମା'ଙ୍କର ସ୍ୱତନ୍ତ୍ର ଧ୍ୟାନ ନିଆଯାଉଛି । ମା'ଙ୍କୁ କୋଭିଡରୁ ଦୁରେଇ ରଖିବା ଲାଗି ସମସ୍ତ ବ୍ୟବସ୍ଥା କରାଯାଇଥିବା ଅମର କହିଛନ୍ତି । ଆଜି ରୋଷେଇ ଘରେ ବିନା ମାସ୍କରେ ମା ଥିବା ଦେଇଖିବାକୁ ପାଇଥିଲେ ଅମର । ମା'ଙ୍କୁ ମାସ୍କ ପିନ୍ଧାଇବା ସହ ମାତୃ ଦିବସର ଶୁଭେଚ୍ଛା ଜଣାଇଛନ୍ତି ସେ ।ମା'ଙ୍କୁ ନେଇ ଅମର ଏକ କବିତା ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି

ମା' ଏକ ନିବିଡତାର ଆବେଗ,
ମା' ପୁଣି ସ୍ନେହ ଓ ସୁରକ୍ଷାର ବଳୟ,
ମା' ସେତ ଏକ ଜୀବନ ଓ ଜନ୍ମର ବାସ୍ତବ ଆଇନା,
ପୃଥିବୀରୁ ମହାକାଶ ପର୍ଯ୍ୟନ୍ତ ଜ୍ଞାନରୁ ସମ୍ମୋହନ ପର୍ଯ୍ୟନ୍ତ ବିସ୍ତୃତ ସେ ଶବ୍ଦର ଅର୍ଥ ।

ଯେଉଁ ଶ୍ରଦ୍ଧାର ଆକାର ଓ ବିକାର ନାହିଁ,
ସମସ୍ତ ସମ୍ପର୍କରୁ ଯେ ଉର୍ଦ୍ଧ୍ଵରେ,
ସେ ହେଉଛି ମା' ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : May 9, 2021, 4:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.