ETV Bharat / city

ଉନ୍ନୟନ କାର୍ଯ୍ୟ ପାଇଁ ୩ କୋଟି ୭୪ ଲକ୍ଷ ମଞ୍ଜୁର କଲା WODC - ପଶ୍ଚିମ ଓଡିଶା ପାଇଁ ୩.୭୪ କୋଟି ମଞ୍ଜୁର

ପଶ୍ଚିମ ଓଡ଼ିଶାରେ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ୩ କୋଟି ୭୪ ଲକ୍ଷ ଟଙ୍କା ମଞ୍ଜୁର କଲା ଓଡ଼ିଶା ବିକାଶ ପରିଷଦ । ଅଧିକ ପଢନ୍ତୁ..

ଉନ୍ନୟନ କାର୍ଯ୍ୟ ପାଇଁ ୩.୭୪ କୋଟି ମଞ୍ଜୁର କଲା WODC

author img

By

Published : Sep 8, 2021, 7:22 PM IST

ଭୁବନେଶ୍ବର: ଫୋକସରେ ପଶ୍ଚିମ ଓଡିଶା ବିକାଶ । ପଶ୍ଚିମ ଓଡ଼ିଶାରେ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ(WODC) ପକ୍ଷରୁ ୩ କୋଟି ୭୪ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଏହାର ୭ଟି ଜିଲ୍ଲାର କେତେକ ପ୍ରଶାସନିକ ମଞ୍ଜୁରିପ୍ରାପ୍ତ କାର୍ଯ୍ୟ ଲାଗି ଏହି ଟଙ୍କା ମଞ୍ଜୁର କରାଯାଇଛି ।

ସୁନ୍ଦରଗଡ଼ ଜିଲ୍ଲାରେ ୫୨ଟି ପ୍ରକଳ୍ପ ପାଇଁ ସର୍ବାଧିକ ୧ କୋଟି ୮୮ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଏହି ଅର୍ଥରେ ଜିଲ୍ଲାରେ ବିଜୁଳି ଯୋଗାଣ, ପାନୀୟ ଜଳ ଯୋଗାଣ, ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ, ରାସ୍ତା ଓ ଗମନାଗମନ ବ୍ୟବସ୍ଥା ଓ କମ୍ୟୁନିଟି ସେଣ୍ଟର ଏବଂ କଲ୍ୟାଣ ମଣ୍ଡପ ନିର୍ମାଣ ଆଦି ରହିଛି ।

ସେହିପରି ସୁବର୍ଣ୍ଣପୁର ଜିଲ୍ଲାର ୪୭ ପ୍ରକଳ୍ପ ନିମନ୍ତେ ୧ କୋଟି ୩୯ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଏଥିରେ ବିଦ୍ୟାଳୟଗୁଡ଼ିକର ଉନ୍ନତିକରଣ ସହ କମ୍ୟୁନିଟି ସେଣ୍ଟର ଓ କଲ୍ୟାଣ ମଣ୍ଡପ ନିର୍ମାଣ କରାଯିବ । ସମ୍ବଲପୁର ଜିଲ୍ଲାରେ ରାସ୍ତା ନିର୍ମାଣ ଓ ରାସ୍ତାର ଉନ୍ନତିକରଣ ନିମନ୍ତେ ୨୦ ଲକ୍ଷ ମଞ୍ଜୁର ହୋଇଛି । ସେହିପରି ଝାରସୁଗୁଡ଼ାର ଲଇକେରା ବ୍ଲକ୍‌ ସାହସପୁର ଗ୍ରାମପଞ୍ଚାୟତର ଧଉଳଟିକ୍ରାର ଆରଡ଼ି ରୋଡ଼ଠାରୁ ନୂଆ ସ୍କୁଲପଡ଼ା ଯାଏ ସିମେଣ୍ଟ କଂକ୍ରିଟ୍‌ ରୋଡ଼ ନିର୍ମାଣ ନିମନ୍ତେ ୫ ଲକ୍ଷ ଅନୁମୋଦନ ହୋଇଛି ।

ସେହିପରି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ଦୁଇଟି କମ୍ୟୁନିଟି ସେଣ୍ଟର ନିର୍ମାଣ ୫ ଲକ୍ଷ ଲେଖାଏଁ ଓ ଅନୁଗୋଳ ଜିଲ୍ଲାର ଦୁଇଟି ଉଠାଜଳସେଚନ ପଏଣ୍ଟର ଉନ୍ନତିକରଣ ନିମନ୍ତେ ୬ ଲକ୍ଷ ଟଙ୍କା ଲେଖାଏଁ ବ୍ୟୟ କରାଯିବ ବୋଲି ଜଣାପଡ଼ିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.