ଭୁବନେଶ୍ବର: ଆରମ୍ଭ ହୋଇଛି ୨୬ ତମ ଆରପିଏଫ ହକି ଚମ୍ପିଆନସିପ-୨୦୧୯ । ଦେଶର ସମସ୍ତ ରେଳ ଡିଭିଜନର ଆରପିଏଫ ଟିମ ହକି ମ୍ୟାଚରେ ସାମିଲ ହୋଇଛନ୍ତି । ପୂର୍ବତଟ ରେଳବାଇର ଆଇଜି ଶିବ ରମଣ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଛନ୍ତି ।
ରାଜଧାନୀ ଭୁବନେଶ୍ବରର ଏକ ଘରୋଇ ଶିକ୍ଷାନୁଷ୍ଠାନ ପଡିଆରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି । ପ୍ରଥମ ମ୍ୟାଚ ମଧ୍ୟ ରେଳବାଇ ଆରପିଏଫ ସହ ଦକ୍ଷିଣ ରେଳବାଇ ଆରପିଏଫ ମଧ୍ୟରେ ଖେଳାଯାଇଛି ।ପ୍ରାୟ 6ଟି ରେଳବାଇ ଡିଭିଜନର ହକି ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଛନ୍ତି । ଏହି ହକି ମ୍ୟାଚରୁ ପ୍ରଭାବି ପ୍ରଦର୍ଶନ କରିଥିବା ଖେଳାଳି, ଜାତୀୟ ରେଳବାଇ ପୋଲିସ ହକି ଟିମରେ ସ୍ଥାନ ପାଇପାରିବେ ।
ତେବେ ମ୍ୟାଚ ପୂର୍ବରୁ ଖେଳାଳି ମାନଙ୍କ ପ୍ରସ୍ତୁତି ପାଇଁ ବିଭିନ୍ନ ପ୍ରକାର ଟ୍ରେନିଂ ଦିଆଯାଉଛି । ଉଭୟ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ପାଇଁ ଦକ୍ଷ ଟ୍ରେନର ରଖାଯାଇଥିବା, ଇଷ୍ଟକୋଷ୍ଟ ରେଳବାଇର ଆଇଜି ଶିବ ରମଣ କହିଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ