ETV Bharat / city

ମହାମାରୀର ମହାନାୟକ, କୋରୋନା ଯୋଦ୍ଧା ମଣିଷ ତିଆରି ରୋବର୍ଟ - ରୋବଟ ସାହା

କୋରୋନା ରୋଗୀଙ୍କୁ ଚିକିତ୍ସା ସମୟରେ ନଛୁଇଁ ବି ଚିକିତ୍ସା କରାଯାଇପାରିବ । ଅଦୃଶ୍ୟ ଭାରଇସ ସହିତ ଲଢେଇରେ ମାନବ ସମାଜ ପାଇଁ ବରଦାନ ସାବ୍ୟସ୍ତ ହେବ ଯନ୍ତ୍ର ମାନବ । ରୋବର୍ଟ କୋରୋନା ରୋଗୀଙ୍କୁ ଖାଦ୍ୟ, ଔଷଧ ପ୍ରଦାନଠୁ ଆରମ୍ଭ କରି ଟେଲି ମେଡିସିନ୍ ସେବାରେ ପ୍ରମୁଖ ଭୂମିକା ନିର୍ବାହ କରିପାରବ । ତେବେ ସମଗ୍ର ଦେଶରେ କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ରୋବର୍ଟ ସେବା ଯୋଗାଇବା ସମ୍ଭବ ନୁହେଁ, ହେଲେ ଏ କ୍ଷେତ୍ରରେ ସରକାରଙ୍କୁ ଆଗକୁ ଆସିବାର ସମୟ ଆସିଯାଇଛି ।

ମହାମାରୀରେ ମହାନାୟକ, କୋରୋନା ଯୋଦ୍ଧା ମଣିଷ ତିଆରି ରୋବର୍ଟ

author img

By

Published : Aug 5, 2020, 7:15 PM IST

ଭୁବନେଶ୍ବର: ମହାମାରୀ ସମୟରେ ମାନବ ସମାଜକୁ ସାହାହେବ ଯନ୍ତ୍ର ମାନବ । ଅଦୃଶ୍ୟ ଭାଇରସ କାୟାରେ ଅଣନିଶ୍ବାସୀ ମଣିଷ ରାହା ଖୋଜୁଥିବା ବେଳେ ସଂକ୍ରମଣରେ ବ୍ରେକ ଲଗାଇବ ରୋବର୍ଟ । ସାମାଜିକ ବାଛନ୍ଦ ଓ ଦୂରତା ମହାମାରୀକୁ ଆହୁରି ଭୟଙ୍କର କରୁଛି । ଏପଟେ କଟକଣା ଭିତରେ ସଂପର୍କର ଦାୟିତ୍ଵବୋଧ ଯେପରି ନାଚାର ହୋଇପଡିଛି ।

ଅନ୍ୟପକ୍ଷରେ ସଂକ୍ରମିତ ବ୍ୟକ୍ତିଙ୍କୁ ଚିକିତ୍ସା ସମୟରେ ଡାକ୍ତରଙ୍କ ଠାରୁ ନର୍ସ ପର୍ଯ୍ୟନ୍ତ ସମସ୍ତଙ୍କ ସହଯୋଗ ସିମିତ ରହୁଛି । ସଂକ୍ରମିତ ମଣିଷଟି ଅବହେଳାର ଶିକାର ହେଵା ସହିତ ତ୍ଵରିତ ସେଵାରୁ ବଞ୍ଚିତ ହେଉଛି । ଏମିତିରେ ରୋଗୀ, ଡାକ୍ତର ଓ ସଂପର୍କୀୟଙ୍କ ଦୂରତା ବଢି ଵଢି ଚାଲିଛି । ଯେଉଁଠି ମାନବ ନିଜର ଦାୟିତ୍ବ ଓ କର୍ତ୍ତବ୍ୟ ତୁଲାଇବାରେ ସଂକ୍ରମଣ ଦାଉ ସାଧୁଛି, ସେଇଠି ଯନ୍ତ୍ରମାନବର ଜରୁରୀ ଏକାନ୍ତ ଅପରିହାର୍ଯ୍ୟ ହୋଇପଡିଛି । ଏ କ୍ଷେତ୍ରରେ ଉଭୟ ହସ୍ପିଟାଲ କର୍ତ୍ତୃପକ୍ଷ ଓ ସରକାର ଚିନ୍ତା କରିବାର ସମୟ ଆସିଛି।

ମହାମାରୀରେ ମହାନାୟକ, କୋରୋନା ଯୋଦ୍ଧା ମଣିଷ ତିଆରି ରୋବର୍ଟ

ଏକ ହସ୍ପିଟାଲ ୱାର୍ଡରେ ରୋବର୍ଟ ସହଜରେ ସ୍ଵୟଂସକ୍ରିୟ ଭାବରେ କାର୍ଯ୍ୟ କରିପାରିବ । ରୋଗୀମାନଙ୍କ ପାଖକୁ ଖାଦ୍ୟ, ଜଳ ଓ ମେଡିସିନ ପରିବହନ ପାଇଁ ରୋବର୍ଟର ବ୍ୟବହାର ହୋଇପାରିବ । ରୋବର୍ଟ ମାଧ୍ୟମରେ ଡାକ୍ତରଙ୍କ ଦ୍ୱାରା ନିରୀକ୍ଷଣ ଓ ଟେଲିଫୋନ୍ ଯୋଗେ ଚିକିତ୍ସା ହୋଇପାରିବ । ଏହି ରୋବର୍ଟ ସହିତ ଡାକ୍ତର ମାନେ ଲାଇଭ ଭିଫିଓ ଷ୍ଟ୍ରିମିଙ୍ଗ ମାଧ୍ୟମରେ ରୋଗୀଙ୍କ ସହ ଯୋଗାଯୋଗ କରିପାରିବେ। ତେବେ ଅନେକ ସମୟରେ ଏକ ଭୁଲ ଧାରଣା ରହିଛି କି ଏହା ଦ୍ୱାରା ଅନେକ ମେଡିକାଲ କର୍ମଚାରୀ ଜୀବିକା ହରାଇଥାନ୍ତି । କିନ୍ତୁ ରୋବର୍ଟ ଆସିବା ପରେ ଅନେକ ଜୀବିକା ସୃଷ୍ଟି ହୋଇଥାଏ ବୋଲି ଭୁବନେଶ୍ୱରର ରୋବଟ ପ୍ରତିଷ୍ଠାତା ସାକୀସିଂହ ମହାପାତ୍ର କହିଛନ୍ତି। ଏପରିକି 2 ଟି ରୋବର୍ଟ ଭୁବନେଶ୍ୱରର ଏକ ଘରୋଇ କୋଭିଡ ହସ୍ପିଟାଲରେ ସେବା ଯୋଗାଇବା ଆରମ୍ଭ କରିଛନ୍ତି। ଅନ୍ୟପଟେ ଜଣେ ଘରୋଇ ହସ୍ପିଟାଲର ଡାକ୍ତର କହିଛନ୍ତି ଯେ ରୋବର୍ଟ ରୋଗୀର ସମସ୍ତ ଅସୁବିଧା ବୁଝିବା ସହ ମେଡିକାଲର ଅନେକ କର୍ମଚାରୀ ସଂକ୍ରମଣରୁ ମୁକ୍ତ ରହିପାରିବେ ।

ହୁଏତ ଭାରତ ବର୍ଷରେ ସବୁ କୋଭିଡ୍ ହସ୍ପିଟାଲରେ ରୋବର୍ଟ ସେଵା ଯୋଗାଇବା ସମ୍ଭଵ ନୁହେଁ । କିନ୍ତୁ ଏ କ୍ଷେତ୍ରରେ ସରକାର ପ୍ରଚେଷ୍ଟା ଆରମ୍ଭ କରିବା ଜରୁରୀ । ଵିଭିନ୍ନ ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷ ଆଗେଇ ଆସି ରୋବର୍ଟ ସେବା ଆରମ୍ଭ କରିବାକୁ ପଡିଵ । ଆର୍ଥିକ ସହଯୋଗକୁ ଆଖିରେ ରଖି ସରକାର ରୋବର୍ଟ ଲଞ୍ଚ କରିବା କ୍ଷେତ୍ରରେ ଵିଭିନ୍ନ ସ୍ଵାସ୍ଥ୍ୟଗତ ଯୋଜନା କାର୍ଯ୍ୟକାରୀ କରିଵା ସହିତ ବିଭିନ୍ନ ଜିଲ୍ଲାର କୋଭିଡ୍ ହସ୍ପିଟାଲରେ ପର୍ଯ୍ୟୟକ୍ରମେ ରୋବର୍ଟ ସୁଵିଧା ଉପଲବ୍ଧ କରାଇ ପାରିଲେ, ମହାମାରୀ ମୁକାଵିଲା ଆହୁରି ସହଜ ହେଵ।

ଭୁବନେଶ୍ବରରୁ ବିକାଶ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.