ଭୁବନେଶ୍ବର: ବାତ୍ୟା ୟସ ପ୍ରଭାବରେ ବିଭିନ୍ନ ରାସ୍ତାରେ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଥିଲା । ଫଳରେ ବିଭିନ୍ନ ସ୍ଥାନରେ ଏହି ଅବରୋଧ ଯୋଗୁଁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଥିଲା । ଶୁକ୍ରବାର ସମସ୍ତ ଅବରୋଧ ହଟିଥିବା ସୂଚନା ମିଳିଛି ।
ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, କେନ୍ଦ୍ରାପଡ଼ା, ଯାଜପୁର, କଟକ ଓ ଜଗତସିଂହପୁର ଜିଲ୍ଲା ବାତ୍ୟା ୟସରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ଏହି ବାତ୍ୟାରେ ଗଛ ଭାଙ୍ଗିବା ଯୋଗୁ ୮ଟି ଜିଲ୍ଲାର ୫୧୦ଟି ରାସ୍ତାରେ ଗମନାଗମନ ବ୍ୟାହତ ହୋଇଥିଲା ।
ବର୍ତ୍ତମାନ ସୁଦ୍ଧା ଏହି ସମସ୍ତ ଜିଲ୍ଲାରେ ରାସ୍ତା ଅବରୋଧ ହଟିଛି । ୫୧୦ଟି ରାସ୍ତାରୁ ଉପୁଡ଼ି ପଡ଼ିଥିବା କିମ୍ବା ଭାଙ୍ଗି ପଡ଼ିଥିବା ୨୦୭୪ଟି ଗଛ କଟାଯାଇ ଗମନାଗମନ ବ୍ୟବସ୍ଥାକୁ ସ୍ଵାଭାବିକ କରାଯାଇଛି । ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ