ETV Bharat / city

ଆସନ୍ତାକାଲିଠୁ କଡାକଡି ଚେକିଂ, ଡବଲ ହେଲମେଟ ନ ଥିଲେ ଜୋରିମାନା - Road safety law implementation

ଆସନ୍ତାକାଲି ଅର୍ଥାତ ଜାନୁଆରୀ ପହିଲା ଠାରୁ ଦୁଇ ଚକିଆ ଯାନରେ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ । ଅଧିକ ପଢନ୍ତୁ...

Road safety law implementation from tomorrow onwards
କାଲିଠୁ କଡାକଡି ଚେକିଂ, ଡବଲ ହେଲମେଟ ନଥିଲେ ଜୋରିମାନା
author img

By

Published : Dec 31, 2020, 9:36 PM IST

ଭୁବନେଶ୍ବର: ଆସନ୍ତାକାଲିଠାରୁ କଡାକଡି ହେବ ହେଲମେଟ ଚେକିଂ । ପୂର୍ବଘୋଷଣା ମୁତାବକ ସଡକ ସୁରକ୍ଷା ନିୟମ କଡାକଡି ହେବ। ନୂଆ ବର୍ଷରୁ ନୂଆ ନିୟମ ନେଇ ପୂର୍ବରୁ ଘୋଷଣା କରିଥିଲେ ସରକାର । ଆସନ୍ତାକାଲି ଅର୍ଥାତ ଜାନୁଆରୀ ପହିଲା ଠାରୁ ଦୁଇ ଚକିଆ ଯାନରେ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ।

ଏପରିକି ପଛରେ ବସିଥିବା ଆରୋହୀଙ୍କୁ ମଧ୍ୟ ନୂଆ ନିୟମ ଅନୁଯାୟୀ, ହେଲମେଟ ପିନ୍ଧିବାକୁ ହେବ । ନଚେତ ଦୃଢ କାର୍ଯ୍ୟାନୁଷ୍ଠାନ ସହ ମୋଟାଅଙ୍କର ଜୋରିମାନା ଆଦାୟ କରିବେ ଟ୍ରାଫିକ ପୋଲିସ ।

କାଲିଠୁ କଡାକଡି ଚେକିଂ, ଡବଲ ହେଲମେଟ ନଥିଲେ ଜୋରିମାନା

ଆଇନ ଲାଗୁ ହେବା ୧୨ ଘଣ୍ଟା ପୂର୍ବରୁ ଖୋଦ ପରିବହନ ମନ୍ତ୍ରୀ ସାଧାରଣ ଲୋକଙ୍କୁ ନିବେଦନ କରିଛନ୍ତି । ଦୁର୍ଘଟଣା କମ କରିବା ଓ ଲୋକଙ୍କ ଜୀବନକୁ ସୁରକ୍ଷିତ ରଖିବାରେ ଏହି ନିୟମ ସହାୟକ ହେବ। ଦୁର୍ଘଟଣା ନେଇ ପୂର୍ବରୁ ରୋଡ ସେଫଟି ଅଧ୍ୟକ୍ଷ ରାଜ୍ୟକୁ ତାଗିଦ କରିଛନ୍ତି।

ଗାଡି ଚଳାଇଲାବେଳେ ମୋବାଇଲରେ କଥା ନ ହେବା, ମଦ୍ୟପାନ ନ କରିବା, ଗାଡି ଧୀରେ ଚଲେଇବା ଭଳି ନିୟମ ମାନିବା ବାଧ୍ୟତାମୂଳକ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.