ETV Bharat / city

ବାହାରୁ ସୁନ୍ଦର ଭିତର ଫମ୍ପା: ଖାଲଖମାକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡୁଛି ରାଜଧାନୀର ଚିତ୍ର - ସ୍ମାର୍ଟ ସିଟି ରାସ୍ତା

ପ୍ରଶାସନ ନେଇଛି ଅନେକ ଉନ୍ନତିମୂଳକ ପ୍ରକଳ୍ପର କାମ । ଆଉ ଏହି ପ୍ରକଳ୍ପ ଆଧାରରେ ରାଜଧାନୀରେ ଚାଲୁଛି ଅହରହ ଖୋଳାଖୋଳି କାମ । କିନ୍ତୁ ବିଡମ୍ବନାର କଥା ହେଉଛି ଏସବୁ ଭିତରେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ହେଉ ବା ପ୍ରଶାସନିକ ତତ୍ପରତାର ଅଭାବ କାରଣରୁ ରାଜଧାନୀ ଭୁବନେଶ୍ବର ଏବେ ଖାଲଖମାର ସହର ପାଲଟିଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ବାହାରୁ ଚକଚକ ରାଜଧାନୀ, ଭିତରେ ଖାଲ ଖମାର
ବାହାରୁ ଚକଚକ ରାଜଧାନୀ, ଭିତରେ ଖାଲ ଖମାର
author img

By

Published : Feb 11, 2021, 6:34 PM IST

ଭୁବନେଶ୍ବର: ଗତ ୭୦ ବର୍ଷ ଭିତରେ ଛୋଟ ସହରରୁ ବଡ ସହରରେ ପରିଣତ ହୋଇଛି ଭୁବନେଶ୍ବରର ମହାନଗର ନିଗମ। ଏଥିପାଇଁ ପ୍ରଶାସନ ନେଇଛି ଅନେକ ଉନ୍ନତିମୂଳକ ପ୍ରକଳ୍ପର କାମ । ଆଉ ଏହି ପ୍ରକଳ୍ପ ଆଧାରରେ ରାଜଧାନୀରେ ଚାଲୁଛି ଅହରହ ଖୋଳାଖୋଳି କାମ । କିନ୍ତୁ ବିଡମ୍ବନାର କଥା ହେଉଛି ଏସବୁ ଭିତରେ ବିଭାଗୀୟ ଅଧିକାରୀଙ୍କ ଖାମ ଖିଆଲି ମନୋଭାବ ହେଉ ବା ପ୍ରଶାସନିକ ତତ୍ପରତାର ଅଭାବ କାରଣରୁ ରାଜଧାନୀ ଭୁବନେଶ୍ବର ଏବେ ଖାଲ ଖମାର ସହର ପାଲଟିଯାଇଛି। ଯୁଆଡେ ଦେଖ ରାସ୍ତା ଖୋଳା ହୋଇ ପଡିଛି । ତେବେ ରାଜଧାନୀର ସୁନ୍ଦରପଦା ଅଞ୍ଚଳରେ ବି ଅବସ୍ଥା ସମାନ ପ୍ରକାରର । ସେଠାରେ ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ଘଟୁଛି, ଲୋକମାନେ ଆହତ ହେଉଛନ୍ତି ଗୁରୁତର ମଧ୍ୟ ହେଉଛନ୍ତି କିନ୍ତୁ ପ୍ରଶାସନ ଏ ବାବଦରେ ନିରବଦ୍ରଷ୍ଟା ସାଜିଛି ।

ବାହାରୁ ଚକଚକ ରାଜଧାନୀ, ଭିତରେ ଖାଲ ଖମାର

୧୯୪୯ ମସିହାରେ ଭୁବନେଶ୍ବର ଓଡ଼ିଶାର ରାଜଧାନୀ ପାଲଟିଥିଲା ଭୁବନେଶ୍ବର। ବର୍ତ୍ତମାନ ଭୁବନେଶ୍ବରରେ ମୋଟ ଜନସଂଖ୍ୟା ୧୨ ଲକ୍ଷରୁ ଅଧିକ। ଏହି ମହାନଗର ନିଗମର ୬୭ଟି ୱାର୍ଡ ରହିଛି । ଗୋଟିଏ ସମୟରେ ମାତ୍ର ୧୦ କିମି ପରିଧି ଭିତରେ ସୀମିତ ଥିଲା ଭୁବନେଶ୍ବର। ଏବେ ପ୍ରାୟ ୫୦ କିମି ବ୍ୟାସର୍ଦ୍ଧ ଭିତରେ ବଢିଛି ସହରର ଚେହେରା। କିନ୍ତୁ ସେହି ହିସାବରେ କିନ୍ତୁ ଲୋକମାନଙ୍କୁ ସୁବିଧା ମିଳୁନାହିଁ। ଉନ୍ନତି ନାଁରେ ରାସ୍ତାକୁ ଖୋଳାଯାଉଛି କିନ୍ତୁ ସଜାଡିବାକୁ ଦିନ ପରେ ଦିନ ଗଡି ଯାଉଛୁ । ଏନେଇ ସ୍ମାର୍ଟସିଟି କତ୍ତୃପକ୍ଷଙ୍କୁ ପଚାରିବାରୁ ଉତ୍ତର ଦେଇଛନ୍ତି ଆମେ ଚେଷ୍ଟା ଜାରି ରଖିଛୁ ,କାର୍ଯ୍ୟ ହେବା ପରେ ଆମେ ରାସ୍ତା ସଜାଡୁଛୁ ।

ସମୟ ବଦଳିବା ସହିତ ବଢ଼ିଲା କଳେବର ,ଛୋଟ ସହରରୁ ମହାନଗର ନିଗମରେ ପରିଣତ ହେଲାପରେ ଏବେ ସ୍ମାର୍ଟସିଟି ହୋଇଛି ଭୁବନେଶ୍ବର। ଏହି ସ୍ମାର୍ଟସିଟି ବାହାରୁ ଯେତେ ଚକଚକ ଦେଖାଯାଉଛି ଭିତରକୁ ସେତେ ଫମ୍ପା ବୋଲି ଏହି ଚିତ୍ରରୁ ସ୍ପଷ୍ଟ ବାରି ହେଉଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.