ETV Bharat / city

ବଢୁଛି ସଡକ ଦୁର୍ଘଟଣା, ଉଦବେଗ ପ୍ରକାଶ କଲା ବିଧାନସଭା ଷ୍ଟାଣ୍ଡିଂ କମିଟି

author img

By

Published : Apr 19, 2022, 9:59 PM IST

ରାଜ୍ୟରେ ବଢୁଥିବା ସଡକ ଦୁର୍ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି । ଏନେଇ ଆଜି ବସିଥିବା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକରେ ଆଲୋଚନା ହୋଇଛି । କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନେକ ପରାମର୍ଶ ଓ ପ୍ରସ୍ତାବ ଦିଆଯାଇଛି । ଅଧିକ ପଢନ୍ତୁ

ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି
ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି

ଭୁବନେଶ୍ବର: ରାଜ୍ୟରେ ବଢୁଥିବା ସଡକ ଦୁର୍ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି । ଏନେଇ ଆଜି ବସିଥିବା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକରେ ଆଲୋଚନା ହୋଇଛି । କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନେକ ପରାମର୍ଶ ଓ ପ୍ରସ୍ତାବ ଦିଆଯାଇଛି । ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି କିମିଟି ଅଧ୍ୟକ୍ଷ ଶଶୀଭୂଷଣ ବେହେରା । ସେ କହିଛନ୍ତି ଯେ, କ୍ରମାଗତ ଭାବେ ବଢୁଥିବା ସଡକ ଦୁର୍ଘଟଣା ରାଜ୍ୟ ଲାଗି ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ସଡକ ଦୁର୍ଘଟଣା ହ୍ରାସ କରିବା ଲାଗି ରାଜ୍ୟ ସରକାରଙ୍କୁ ଆଜି ଅନେକ ପ୍ରସ୍ତାବ ଦେଇଛି କମିଟି । ଜାତୀୟ ରାଜପଥ ଓ ଇଣ୍ଟର ଷ୍ଟେଟ ରାସ୍ତାରେ ଡ୍ରାଇଭରଙ୍କ ଲାଗି ବିଶ୍ରାମ ଘର କରିବାର ଆବଶ୍ୟକତା ରହିଛି । ରାତ୍ରୀ ଅନିଦ୍ରା ହୋଇ ଗାଡି ଚଳାଉଛନ୍ତି ଫଳରେ ଦୁର୍ଘଟଣା ହେଉଛି । ରାଜ୍ୟ ରାଜପଥର ଅନେକ ସ୍ଥାନରେ ଗ୍ରାମାଞ୍ଚଳ ହାଟ ବଢିବାରେ ଲାଗିଛି ।

ବଢୁଛି ସଡକ ଦୁର୍ଘଟଣା, ଉଦବେଗ ପ୍ରକାଶ କଲା ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି

ଏହି ହାଟ ଗୁଡିକ ଚଢି ରାସ୍ତାକୁ ମାଡି ଆସୁଛନ୍ତି । ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣା ହେଉଥିବା ନଜିର ରହିଛି । ମାର୍କେଟ ମଧ୍ୟକୁ ଗାଡି ମାଡି ଯାଉଥିବା ଖବର ଆସୁଛି । ଏହି ମାର୍କେଟ ରାସ୍ତାରୁ 20 ଫୁଟ ଛାଡି କରିବା ଲାଗି ନିର୍ଦ୍ଦେଶ ଦେବାକୁ କମିଟି ପ୍ରସ୍ତାବ ଦେଇଛି । ଜୀବନ ରକ୍ଷା ପାଇଁ ଟ୍ରମା କେୟାର ସେଣ୍ଟର ଅଧିକ ହେବାର ଆବଶ୍ୟକତା ରହିଛି । ଚିହ୍ନଟ ହୋଇଥିବା ହଟ ସ୍ପଟକୁ ତଦାରଖ କରିବାର ଆବଶ୍ୟକତା ରହିଛି । 30 ଜିଲ୍ଲାର ବ୍ଲାକ ସ୍ପଟ ବା ହଟ ସ୍ପଟ ଅଞ୍ଚଳରେ ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା କରିବାକୁ କମିଟି ପ୍ରସ୍ତାବ ଦେଇଥିବା ସଦସ୍ୟ ଧ୍ରୁବ ସାହୁ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.