ଭୁବନେଶ୍ବର: ବିମାନ ବନ୍ଦରରେ ପହଁଚିଲେ ଆମିକସ କ୍ୟୁରି ରଞ୍ଜିବ କୁମାର । ସାଥିରେ ଅଛନ୍ତି ସଲିସେଟର ଜେନେରାଲ ତୁଷାର ମେହେଟ୍ଟା ।
ଶ୍ରୀମନ୍ଦିର ଉଚ୍ଛେଦ ପ୍ରକିୟାର ତଦାରଖ ପାଇଁ ଆସିଛନ୍ତି ଆମିକସ କ୍ୟୁରି । ବିମାନବନ୍ଦରରେ ପହଁଚିବା ପରେ ଗଣମାଧ୍ୟମକୁ ସେ କହିଛନ୍ତି, କୋର୍ଟ ମୋତେ ପଠେଇଛନ୍ତି । ପୁରୀରେ ହେଉଥିବା ଉଚ୍ଛେଦ ପ୍ରକିୟାର ସ୍ଥିତି ଅନୁଧ୍ୟାନ କରିବା ପାଇଁ ।
ପୁରୀ ଯାଇ ଆଖିରେ ଉଚ୍ଛେଦ ପ୍ରକିୟା ଦେଖିବା ପରେ ମତ ରଖିବି । ପ୍ରଶାସନର ଉଚ୍ଛେଦରେ ଯେପରି କାହାର କ୍ଷତି ନହୁଏ ସେ ବିଷୟରେ ତଦାରଖ କରାଯିବ ବୋଲି ରଞ୍ଜୀବ କୁମାର । ସେପଟେ ଉଚ୍ଛେଦ ପକ୍ରିୟାକୁ ନେଇ ସୁପ୍ରିମ କୋର୍ଟରେ ଦାୟର ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣୀ ସେପ୍ଚେମ୍ବର 17 ତାରିଖରେ ରହିଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ