ETV Bharat / city

ଜମ୍ମୁ କାଶ୍ମୀରରେ ଧାରା 370 ଉଚ୍ଛେଦ ପରେ ରାଜ୍ୟରେ ଖୁସିର ମାହୋଲ

author img

By

Published : Aug 5, 2019, 8:07 PM IST

ଜମ୍ମୁ କାଶ୍ମୀରରୁ 370 ଧାରା ଉଚ୍ଛେଦ କରିଛନ୍ତି କେନ୍ଦ୍ର ସରକାର । ଏହି ଐତିହାସିକ ଦିନର ସଫଳତାକୁ ନେଇ ରାଜ୍ୟବ୍ୟାପୀ ଖୁସିର ମାହୋଲ ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ- ବ୍ୟୁରୋ ରିପୋର୍ଟ

ଭୁବନେଶ୍ବର: ଜମ୍ମୁ କାଶ୍ମୀରରୁ 370 ଧାରା ଉଚ୍ଛେଦ କରିଛନ୍ତି କେନ୍ଦ୍ର ସରକାର । ଏକ୍ ଆଇନ, ଏକ ଜାତୀୟ ପତାକା ଏବେ ଜାମୁ କାଶ୍ମୀର ଓ ଲଦାଖ ପାଇଁ ରହିବ । ସାରା ଦେଶବାସୀ କାଶ୍ମୀର ରେ ରହିବା ସହ ଜାଗା କିଣି ସ୍ଥାୟୀ ଭାବେ ରହିପାରିବେ । ଏହାକୁ ସାରା ଦେଶରେ ସ୍ବାଗତ କରାଯିବା ସହ ସେଲିବ୍ରେସନ ଆରମ୍ଭ ହୋଇଛି । ପୁରୀରେ ମଧ୍ୟ ଏହାର ଝଲକ ଆଜି ସିଂହଦ୍ବାର ସମ୍ମୁଖରେ ଦେଖାଯାଇଥିଲା । ଶ୍ରୀଜଗନ୍ନାଥ ସେନା କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି କୁ ସ୍ବାଗତ କରିବା ସହ ମିଠା ବାଣ୍ଟି ଉତ୍ସବ ପାଳନ କରିଥିଲେ ।

ଭିଡିଓ ସୌଜନ୍ୟ- ବ୍ୟୁରୋ ରିପୋର୍ଟ

ସେହିଭଳି କଟକରେ ଏହାକୁ ନେଇ ଖୁସି ପ୍ରକଟ କରିଛନ୍ତି ବିଜେପି ନେତା ଓ କର୍ମୀ । ବାଜା ବଜାଇ ପରସ୍ପରକୁ ମିଠା ଖୁଆଇ ବିଜେପି କର୍ମୀ ଓ ନେତା ମାନେ ଖୁସି ପ୍ରକଟ କରିଛନ୍ତି । ଏହି ଅବସରରେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ମଧ୍ୟ ଯୋଗ ଦେଇଥିଲେ । ଏହା ଐତିହାସିକ ବିଜୟ । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ କୃତଜ୍ଞତା ଜଣାଇଥିଲେ ବିଜେପି ସଦସ୍ୟ ।

ସେପଟେ କାଶ୍ମୀର ପ୍ରସଙ୍ଗ ନେଇ କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତ୍ତିକୁ ନେଇ ସମ୍ବଲପୁରରେ ବି ଉତ୍ସାହ ଦେଖିବାକୁ ମିଳିଛି। ମୁଖ୍ୟତଃ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ବହୁ ଉତ୍ସାହ ଦେଖିବାକୁ ମିଳିଛି । ଏହି ଐତିହାସିକ ପଦକ୍ଷେପ ଦ୍ବାରା କାଶ୍ମୀର ଦେଶର ଅଭିନ୍ନ ଅଙ୍ଗ ହେବା ସହ ସମସ୍ୟାର ସମାଧାନ ସହଜ ହେବ ବୋଲି ବିଜେପି କାର୍ଯ୍ୟକର୍ତ୍ତା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:370 ଧାରା ଉଛେଦ କୁ ନେଇ ପୁରୀ ରେ ଉତ୍ସବ।Body:ଜାମୁ କାଶ୍ମୀର ରୁ 370 ଧାରା ଉଛେଦ କରି ଛନ୍ତି କେନ୍ଦ୍ର ସରକାର। ଏଣିକି ଭାରତର ସବୁ ରାଜ୍ୟ ଭଳି ଜାମୁ କାଶ୍ମୀର ଓ ଲଦଖ ପରିଗଣିତ ହେବ। ଏକ ସମ୍ବିଧାନ , ଏକ ଆଇନ, ଏକ ଜାତୀୟ ପତାକା ଏବେ ଜାମୁ କାଶ୍ମୀର ଓ ଲଦଖ ପାଇଁ ରହିବ। ସାରା ଦେଶ ବାସୀ କାଶ୍ମୀର ରେ ରହିବା ସହ ଜାଗା କିଣି ସ୍ଥାୟୀ ଭାବେ ରହି ପାରିବେ। ଏହାକୁ ସାରା ଦେଶରେ ସ୍ୱାଗତ କରାଯିବା ସହ ସେଲିବ୍ରେସନ ଆରମ୍ଭ ହୋଇଛି। ପୁରୀ ରେ ମଧ୍ୟ ଏହାର ଝଲକ ଆଜି ସିଂହ ଦ୍ୱାର ସମୂଖ ରେ ଦେଖାଯାଇ ଥିଲା। ଶ୍ରୀଜଗନ୍ନାଥ ସେନା କେନ୍ଦ୍ର ସରକାର ଙ୍କ ଏହି ନିସ୍ପତି କୁ ସ୍ୱାଗତ କରିବା ସହ ମିଠା ବାଣ୍ଟି ଉତ୍ସବ ପାଳନ କରିଥିଲେ। ସହ ସହ ପୁରୀ ବାସିନ୍ଦା ଏଥିରେ ସାମିଲ ହୋଇ ଥିଲେ। ଭାରତ ମାତା କି ଜୟ ନାରା ରେ ବଡ଼ ଦାଣ୍ଡ ପ୍ରକମ୍ପିତ ହୋଇ ଥିଲା।

ବାଇଟ,, ପ୍ରିୟ ଦର୍ଶନ ପଟ୍ଟନାୟକ,, ଆବାହକ, ଶ୍ରୀଜଗନ୍ନାଥ ସେନାConclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.