ETV Bharat / city

ଜଳସେଚିତ ହେବ ଅଧିକ ଜମି, ସମୀକ୍ଷା କଲେ ସଚିବ ଅନୁ ଗର୍ଗ

author img

By

Published : Nov 17, 2021, 7:16 AM IST

ଓଡ଼ିଶା ଉଠା ଜଳସେଚନ ନିଗମ(ଓଏଲଆଇସି)ର କାର୍ଯ୍ୟାବଳୀ ଓ ନିଗମ ଦ୍ବାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି କାର୍ଯ୍ୟ ସମୀକ୍ଷା ହୋଇଛି । ଅଧିକ ପଢନ୍ତୁ

ରାଜ୍ୟ ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ

ଭୁବନେଶ୍ବର: ଓଡ଼ିଶା ଉଠା ଜଳସେଚନ ନିଗମ(ଓଏଲଆଇସି)ର କାର୍ଯ୍ୟାବଳୀ ଓ ନିଗମ ଦ୍ବାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି କାର୍ଯ୍ୟ ସମୀକ୍ଷା ହୋଇଛି । ରାଜ୍ୟ ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଭିସି ଯୋଗେ ଏହି କାର୍ଯ୍ୟକ୍ରମ ହୋଇଛି ।

ରବି ଋତୁରେ ଚାଷୀମାନଙ୍କ ପାଇଁ ଜଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉଠା ଜଳସେଚନର ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ ରଖିବା ସହିତ ଏହାର ସୁପରିଚଳନା ଉପରେ ବୈଠକରେ ଗୁରୁତ୍ବାରୋପ କରାଯାଇଛି । କ୍ଷୁଦ୍ର ଜଳସେଚନ ଏବଂ ଭୂତଳ ଜଳ ବିକାଶର ସହଯୋଗରେ ଉଠା ଜଳସେଚନ ନିଗମ ତରଫରୁ ନିର୍ମାଣାଧୀନ ପ୍ରକଳ୍ପଗୁଡିକ ନିର୍ଦ୍ଧାରିତ ସମୟ ସୁଦ୍ଧା ସମାପ୍ତ କରିବାକୁ ନିର୍ଦ୍ଦେଶ ହୋଇଛି । ୨୦୨୧-୨୦୨୨ ଆର୍ଥିକ ବର୍ଷ ପାଇଁ ଧାର୍ଯ୍ୟ ହୋଇଥିବା ୧ ଲକ୍ଷ ୪୦ ହଜାର ହେକ୍ଟର ଜମି ମଧ୍ୟରୁ ୯୮, ୬୨୮ ହେକ୍ଟର ଜମିକୁ ଜଳସେଚନ ବ୍ୟବସ୍ଥା ହୋଇପାରିନାହିଁ । ଏଥିପାଇଁ ତ୍ବରିତ ପଦକ୍ଷେପ ନେବା ସହ ବ୍ୟୟ ଅଟକଳ ଓ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଅର୍ଥରାଶିର ସମ୍ପୁର୍ଣ୍ଣ ବିନିଯୋଗ କରି କାର୍ଯ୍ୟ ସମ୍ପାଦନ କରିବାକୁ ନିର୍ଦ୍ଦେଶ ହୋଇଛି ।

ଅଧିକରୁ ଅଧିକ ସଂଖ୍ୟକ ଜମିକୁ ଯେପରି ଜଳସେଚିତ କରାଯାଇପାରିବ, ସେ ଦିଗରେ ଉଠା ଜଳସେଚନ ଏବଂ କ୍ଷୁଦ୍ର ଜଳସେଚନ ବିଭାଗୀୟ ଯନ୍ତ୍ରୀମାନଙ୍କୁ ମିଳିତ ଭାବେ ଜମି ଚିହ୍ନଟ କରିବାକୁ କୁହାଯାଇଛି । ଆଗାମୀ ୧୫ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି । ଏହାବାଦ ଦୀର୍ଘ ଦିନ ଧରି କାର୍ଯ୍ୟକ୍ଷମ ଉପଯୋଗୀ ହେଉନଥିବା ଗଭୀର କୂପ ଗୁଡ଼ିକୁ ଭୂତଳ ଜଳସ୍ତର କ୍ଷମତା ବୃଦ୍ଧି ପାଇଁ ବ୍ୟବହାର କରାଯିବା । ଏଥିପାଇଁ ମାର୍ଗଦର୍ଶିକା ପ୍ରସ୍ତୁତି ନିମନ୍ତେ ସଠିକ ଅନୁଧ୍ୟାନ କରି ୧୫ ଦିନରେ ବିବରଣୀ ପ୍ରଦାନ କରିବାକୁ ବିଭାଗୀୟ ଯନ୍ତ୍ରୀମାନଙ୍କୁ କହିଛନ୍ତି ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ।

ଏହା ସହିତ ପ୍ରତ୍ୟେକ ମାସରେ ନିୟମିତ ଭାବେ ଅର୍ଥ ବିନିଯୋଗ ପ୍ରମାଣପତ୍ର ଏବଂ ପ୍ରକଳ୍ପ ଅଗ୍ରଗତି ବା ସମାପ୍ତି ସମ୍ପର୍କିତ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ ଓ.ଏଲ୍‌.ଆଇ.ସିର ପରିଚାଳନା ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନାୟକଙ୍କ ସମେତ ନିଗମର ସମସ୍ତ କ୍ଷେତ୍ରସ୍ତରୀୟ ଅଧକାରୀ ଓ ଯନ୍ତ୍ରୀ ଉପସ୍ଥିତି ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.