ETV Bharat / city

ଜିଲ୍ଲା ଶିକ୍ଷା ଅଧିକାରୀ ସମୀକ୍ଷା ବୈଠକ: ୧୮ କୋଟି ୩୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ

author img

By

Published : Dec 31, 2021, 4:47 PM IST

ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ୧୮ କୋଟି ୩୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଅଧିକ ପଢନ୍ତୁ

ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ସମୀକ୍ଷା ବୈଠକ: ୧୮ କୋଟି ୩୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ବର : ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ୧୮ କୋଟି ୩୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ପ୍ରକଳ୍ପ ସ୍କୁଲ୍‌କୁ ସପ୍ତାହକ ମଧ୍ୟରେ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । 'ମୋ ସ୍କୁଲ’ରେ ଅନ୍ତର୍ଭୁକ୍ତ ହେଲା ନନ୍-କୋର୍ ଆକ୍ଟିଭିଟି। ୨୦୨୨ ସୁଦ୍ଧା ୫୦ ହଜାର ବିଦ୍ୟାଳୟରେ ପହଞ୍ଚବ ମୋ ସ୍କୁଲ। ଜାନୁୟାରୀ ୨୬ରୁ ସ୍କୁଲ ଓ ଜିଲ୍ଲାସ୍ତରରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ହେବ।

ମୋ ସ୍କୁଲ୍ ଅଭିଯାନ ଅନ୍ତର୍ଗତ ଆର୍ଥିକ ଅନୁଦାନ ପାଇଥିବା ବିଦ୍ୟାଳୟଗୁଡ଼ିକ ତୁରନ୍ତ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ। ଯେଉଁ ବିଦ୍ୟାଳୟଗୁଡ଼ିକ ଦୀର୍ଘଦିନ ହେଲା ଆର୍ଥିକ ଅନୁଦାନ ପାଇସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କାମ ଆରମ୍ଭ କରିପାରିନାହାନ୍ତି। ସେମାନଙ୍କୁ ତୁରନ୍ତ ଅର୍ଥ ଫେରସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅର୍ଥ ଖର୍ଚ୍ଚ ନ କରି ତାହାକୁ ପକାଇ ରହିଥିବା ସ୍କୁଲ୍‌ର ପ୍ରଧାନଶିକ୍ଷକମାନଙ୍କୁ ତୁରନ୍ତ ଏନେଇ ଅବଗତ କରିବାକୁ କହିଛନ୍ତି ବିଭାଗୀୟ ପ୍ରମୁଖ ଶାସନ ସଚିବ।

ଗୁରୁବାର ଭର୍ଚ୍ଚୁଆଲ ମୋଡ୍‌ରେ ଅନୁଷ୍ଠିତ ହୋଇଥିବା ମୋ ସ୍କୁଲ ଅଭିଯାନ ର ୩୧ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ସଚିବ ସତ୍ୟବ୍ରତ ସାହୁ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ’ମୋ ସ୍କୁଲ୍ ଅଭିଯାନ’ରେ ନନ୍ କୋର୍ ଆକ୍ଟିଭିଟିକୁ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି। ମୋ ସ୍କୁଲ’ର ମୁଖ୍ୟ କାର୍ଯ୍ୟକଳାପ ସହ ବିଦ୍ୟାଳୟ ଗୁଡ଼ିକ ସ୍କୁଲ ଭିତ୍ତିଭୂମି ରକ୍ଷଣାବେକ୍ଷଣ, ବଗିଚା ଓ ସ୍ୱଚ୍ଛତା ଓ ପରିମଳ, ସ୍ପୋକନ୍ ଇଂଲିଶ, ଚିତ୍ରାଙ୍କନ, ନୃତ୍ୟ ଓ ସଙ୍ଗୀତ ଆଦି ଶିକ୍ଷା ପାଇଁ ମାନବସମ୍ବଳ ନିଯୁକ୍ତ କରିପାରିବେ। ପିଲାମାନଙ୍କ ପାଇଁ ସ୍ଵତନ୍ତ୍ର କୋଚିଂ" କ୍ଲାସ୍‌ର ମଧ୍ୟ ଆୟୋଜନ କରାଯାଇପାରିବ।

ଏହା ବ୍ୟତୀତ ଜିଲ୍ଲାପାଳଙ୍କ ଅନୁମତିକ୍ରମେ "ମୋ ସ୍କୁଲ୍’ ମାଧ୍ୟମରେ ବିଦ୍ୟାଳୟଗୁଡ଼ିକ କିଛି ନିର୍ଦ୍ଦିଷ୍ଟ କାର୍ଯ୍ୟକଳାପ ମଧ୍ୟ କରିପାରିବେ । ୨୦୨୨ ଶେଷ ସୁଦ୍ଧା ଓଡ଼ିଶାର ୫୦,୦୦୦ ବିଦ୍ୟାଳୟରେ "ମୋ ସ୍କୁଲ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ତ୍ବରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ। ଏହି କ୍ରମରେ ଆସନ୍ତା ଜାନୁୟାରୀ ୨୬ ରୁ ୩୧ ତାରିଖ ମଧ୍ୟରେ ରାଜ୍ୟର ସମସ୍ତ ୫୮,୦୦୦ ବିଦ୍ୟାଳୟରେ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯିବ।

ଚଳିତ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଓଡ଼ିଶାର ୨୩ଟି ଜିଲ୍ଲାର ମୋଟ ୧୮କୋଟି ୩୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଗତ ୧ ମାସ ମଧ୍ୟରେ ୧୧ ହଜାରରୁ ଉର୍ଦ୍ଧ୍ଵ ପୁରାତନ ଛାତ୍ରଛାତ୍ରୀ "ମୋ ସ୍କୁଲ ଅଭିଯାନ ସହ ଯୋଡ଼ି ହୋଇଛନ୍ତି। ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୪ କୋଟି ୮୬ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ବାଲେଶ୍ଵରରେ ସର୍ବାଧିକ ୨ କୋଟି ୩୨ ଲକ୍ଷ, ସୋନପୁରରେ ୨୩ ଲକ୍ଷ ୯୬ ହଜାର, ବରଗଡ଼ରେ ୨୩ ଲକ୍ଷ ୬୮ ହଜାର, ଯାଜପୁରରେ ୧୯ ଲକ୍ଷ ୨୧ ହଜାର ଏବଂ ଜଗତସିଂହପୁରରେ ୧୭ ଲକ୍ଷ ୮୦ ହଜାର ଟଙ୍କା ପୁରାତନ ଛାତ୍ରଛାତ୍ରୀମାନେ ପ୍ରଦାନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ମୋଟ ୬ ଲକ୍ଷ ୨୭ ହଜାର ଟଙ୍କା ପୁରାତନ ଛାତ୍ରଛାତ୍ରୀ ମୋ ସ୍କୁଲ ଅଭିଯାନରେ ସାମିଲ ହୋଇଛନ୍ତି।

ମୋ ସ୍କୁଲ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ରାଜ୍ୟର ୩୦ଟି ଜିଲ୍ଲାର ମୋଟ ୧୫୧ଟି ସ୍କୁଲରେ ସୋସିଆଲ ଅଡିଟ ଆରମ୍ଭ ହୋଇଛି । ଏହା ପର୍ଯ୍ୟାୟ କ୍ରମେ ରାଜ୍ୟର ୩୫,୦୦୦ ପ୍ରକଳ୍ପ ବିଦ୍ୟାଳୟରେ ସୋସିଆଲ ଅଭିଜ କରାଯିବାକୁ ଯୋଜନା ରହିଛି। ଏହି ବୈଠକରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓଏସ୍‌ପିଏ, ନିର୍ଦ୍ଦେଶକ,ଅତିରିକ୍ତ ସଚିବଙ୍କ ସହ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.