ଭୁବନେଶ୍ବର: ରାଜ୍ୟରେ ଲାଗି ରହିଥିବା ଲଘୁଚାପ ଜନିତ ଲଗାଣ ବର୍ଷାର ସ୍ଥିତି ସମୀକ୍ଷା କରିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । ଦୁଇଟି ବ୍ଲକରେ 200ମିମିରୁ ଅଧିକ ବର୍ଷା ରେକର୍ଡ ହୋଇଥିବାବେଳେ 46ଟି ବ୍ଲକରେ 100ମିମି ବର୍ଷା ରେକର୍ଡ ହୋଇଛି ।
ସେହିପରି କୃଷ୍ଣ ପ୍ରସାଦ ବ୍ଲକରେ ସର୍ବାଧିକ 249 ମିମି ବର୍ଷା ରେକର୍ଡ ହୋଇଛି । ହେଲେ ଏଥିପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ନାହିଁ ବୋଲି ଏସଆରସି ପକ୍ଷରୁ ସୂଚନା ମିଳିଛି । ବିଏମସି ପକ୍ଷରୁ 36ଟି ସ୍ଥାନକୁ ଅଧିକାରୀଙ୍କୁ ବର୍ଷା ସ୍ଥିତି ଅନୁଧ୍ୟାନ ପାଇଁ ପଠାଯାଇଛି ।
କଟକରେ ଅଳ୍ପ କେତେକ ସ୍ଥାନରେ ଜଳମଗ୍ନ ସମସ୍ୟା ଦେଖାଦେଇଥିବାବେଳେ ଏଥିପାଇଁ ସିଏମସି ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ବର୍ଷା ଛାଡିବା ପରେ କ୍ଷୟକ୍ଷତି ନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ଦିଆଯିବା ସହ ବର୍ତ୍ତମାନ ସୁଦ୍ଧା 7ଟି ଜିଲ୍ଲାର ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ କରାଯାଇଛି । ଏଥିସହିତ ହୀରାକୁଦର 8ଟି ଗେଟ୍ ଖୋଲାଯାଇଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ