ETV Bharat / city

ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା: ବାସହୀନଙ୍କୁ ତୁରନ୍ତ ବାସଯୋଗ୍ୟ ଜମି ଯୋଗାଇ ଦେବାକୁ ନିର୍ଦ୍ଦେଶ - ଜମି ଯୋଗାଇ ଦେବାକୁ ରାଜସ୍ୱ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଆଜି(ବୁଧବାର) ନବନିଯୁକ୍ତ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ସ୍ଵାଗତ କରାଯାଇଛି । ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ମନ୍ତ୍ରୀଙ୍କୁ ବିଭାଗକୁ ସ୍ୱାଗତ କରିଛନ୍ତି । ବିଭାଗର ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି ରାଜସ୍ଵ ମନ୍ତ୍ରୀ । ଅଧିକ ପଢନ୍ତୁ

ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା: ବାସହୀନଙ୍କୁ ତୁରନ୍ତ ବାସଯୋଗ୍ୟ ଜମି ଯୋଗାଇ ଦେବାକୁ ନିର୍ଦ୍ଦେଶ

author img

By

Published : Jun 8, 2022, 10:28 PM IST

ଭୁବନେଶ୍ବର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଆଜି(ବୁଧବାର) ନବନିଯୁକ୍ତ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ସ୍ଵାଗତ କରାଯାଇଛି । ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ମନ୍ତ୍ରୀଙ୍କୁ ବିଭାଗକୁ ସ୍ୱାଗତ କରିଛନ୍ତି । ବିଭାଗର ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି ରାଜସ୍ଵ ମନ୍ତ୍ରୀ ।

ବସୁନ୍ଧରା ମାଧ୍ୟମରେ ସମସ୍ତ ବାସହୀନ ଲୋକଙ୍କୁ ତୁରନ୍ତ ବାସଯୋଗ୍ୟ ଜମି ଆଇନ ଅନୁସାରେ ଯୋଗାଇ ଦେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ହୀରାକୁଦ ବନ୍ଧର ବିସ୍ଥାପିତଙ୍କ ସମସ୍ୟାକୁ ସମାଧାନ କରିବାକୁ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଲଘୁ ଖଣିଜ ସମ୍ପଦର ବିଲୁପ୍ତି ପରେ ସେହି ଉତ୍ସକୁ ସମତୁଲ କରି ବୃକ୍ଷରୋପଣ କରିବାକୁ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି । ସେହିପରି ସୁନ୍ଦରଗଡ ତଥା ଅନ୍ୟ ଜିଲ୍ଲାରେ ତ୍ଵରିତ ପଦକ୍ଷେପ ନେଇ ହାଇ-ଟେକ ସର୍ଭେ ସମ୍ପୂର୍ଣ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ 5ଟି ଓ ମୋ ସରକାର ସୂତ୍ର ଅନୁଯାୟୀ ବିଭିନ୍ନ ଜନହିତକର କାର୍ଯ୍ୟକୁ ଆଗେଇ ନେବା ସହିତ ସମାଜର ଶେଷ ଧାଡ଼ିର ନାଗରିକଙ୍କୁ ଉତ୍ତମ ସେବା ପ୍ରଦାନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ରାଜସ୍ୱ ମନ୍ତ୍ରୀଙ୍କୁ ବିଭାଗର ବରିଷ୍ଠ ଅଧିକାରୀମାନେ ଦାଖଲ ଖାରଜ, ଘରବାଡ଼ି ପଟ୍ଟା, ସାର୍ଟିଫିକେଟ ସେବା, ରେଜିଷ୍ଟ୍ରେସନ ସେବା, ଲଘୁ ଖଣିଜ ସମ୍ପଦର ପରିଚାଳନା, ଜମି ଅଧଗ୍ରହଣ ଓ ବିସ୍ଥାପିତଙ୍କ ଥଇଥାନ, ହାଇ-ଟେକ ସର୍ଭେ, ଓଡିଶା ପ୍ରଶାସନିକ ସେବା ଓ ଓଡିଶା ରାଜସ୍ଵ ସେବାର ଅଧିକାରୀମାନଙ୍କ କାର୍ମିକ ପରିଚାଳନା ବାବଦରେ ଅବଗତ କରାଇଛନ୍ତି । ଏତଦ୍‌ବ୍ୟତୀତ ୫ଟି ଓ ମୋ ସରକାର କାର୍ଯ୍ୟକ୍ରମ ମାଧ୍ୟମରେ ବିଭାଗ ଦ୍ଵାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବାବଦରେ ମନ୍ତ୍ରୀ ଅବଗତ ହୋଇଛନ୍ତି । ରାଜସ୍ଵ ନିରୀକ୍ଷକଙ୍କ ତଦନ୍ତ ବିନା ପ୍ରଦାନ କରାଯାଉଥିବା ବିଭିନ୍ନ ପ୍ରମାଣପତ୍ର, ଡିଜି-ଲକର ମାଧ୍ୟମରେ ବିଭିନ୍ନ ପ୍ରମାଣପତ୍ର ଓ ଦରକାରୀ ଜମିଜମା ସମ୍ବନ୍ଧୀୟ କାଗଜପତ୍ରର ସଂରକ୍ଷଣ, ଲାଇସେନ୍ସପ୍ରାପ୍ତ ସର୍ବେକ୍ଷଣକାରୀମାନଙ୍କର ପ୍ରଚଳନ, ପାଉତି ପୋର୍ଟାଲ ମାଧ୍ୟମରେ ଅନଲାଇନ ଖଜଣା ଦେୟ ପୈଠ କରିବା, ସମସ୍ତ ପ୍ରକାର ସାର୍ଟିଫିକେଟ ସେବାକୁ ସମ୍ପୂର୍ଣ ମାଗଣା କରିବା, ରେଜିଷ୍ଟ୍ରେସନ ସେବା ସମ୍ବନ୍ଧୀୟ ସମସ୍ତ ଦେୟର ସିଙ୍ଗଲ ଉଇଣ୍ଡୋ ପେମେଣ୍ଟ ବିଷୟରେ ମନ୍ତ୍ରୀଙ୍କୁ ସମ୍ୟକ ସୂଚନା ଦିଆଯାଇଛି । ଲଘୁ ଖଣିଜ ସମ୍ପଦର ସୂଚାରୁ ପରିଚାଳନା, ବେଆଇନ ଉଠାଣ ଓ ଚୋରି ରୋକିବା ନିମନ୍ତେ I4MS (ICT Innovation for Manufacturing SMEs) ମାଧ୍ୟମରେ ଲଘୁ ଖଣିଜ ଉତ୍ସର ଜିଓ-ଫେନସିଂ କରିବା, ଭେଇକିଲ ଟ୍ରାକିଙ୍ଗ ସିଷ୍ଟମ, ଅନଲାଇନ ଟ୍ରାନଜିଟ ପାସର ପ୍ରଚଳନ ପରି ଅତ୍ୟାଧୁନିକ ବ୍ୟବସ୍ଥାର ପ୍ରଚଳନ କରାଯାଉଛି ବୋଲି ସୂଚନା ଦିଆଯାଇଛି ।

ସେହିପରି ନିବନ୍ଧନ କାର୍ଯ୍ୟାଳୟ ମାନଙ୍କରେ ଅଧିକ ସ୍ୱଚ୍ଛତା ଆଣିବା ପାଇଁ ଏକ ସ୍ମାର୍ଟ ସର୍ଭିଲାନ୍ସ ସିଷ୍ଟମର ପ୍ରଚଳନ କରାଯାଉଥିବାର ସୂଚନା ଦିଆଯାଇଛି । ବିଭାଗର ବରିଷ୍ଠ ଅଧିକାରୀ, ବିଭିନ୍ନ ଡିଭିଜନର ରାଜସ୍ୱ ଆୟୁକ୍ତ, ବୋର୍ଡ଼ ଅଫ ରେଭିନ୍ୟୁ ସଚିବ, ଲଘୁ ଖଣିଜ ସମ୍ପଦ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ, ରୋଟୀର ନିର୍ଦ୍ଦେଶକ, ଆଇ.ଜି. ଆର, ଭୂ ଅଭିଲେଖ ଓ ସର୍ବେକ୍ଷଣ ସଂସ୍ଥାର ନିର୍ଦ୍ଦେଶକ ଓ ଯୁଗ୍ମ ରିଲିଫ କମିଶନର ମନ୍ତ୍ରୀଙ୍କୁ ସ୍ଵାଗତ ଜଣାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.