ETV Bharat / city

Flood Situation In Odisha, ଆଜି ସମୀକ୍ଷା କରିବେ ମନ୍ତ୍ରୀ ପ୍ରମିଳା ମଲ୍ଲିକ - ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ

ରାଜ୍ୟରେ ବନ୍ୟା ସ୍ଥିତି ସଙ୍ଗୀନ । ଅଧିକାଶଂ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ବନ୍ୟା ସ୍ଥିତି ନେଇ ଆଜି ସମୀକ୍ଷା କରିବେ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଅଧିକ ପଢନ୍ତୁ

Flood Situation
Flood Situation
author img

By

Published : Aug 17, 2022, 9:41 AM IST

ଭୁବନେଶ୍ବର: ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର । ମହାନଦୀ ଓ ତାର ଶାଖା ନଦୀରେ ବନ୍ୟା ଜଳ ଫୁଲୁଥିବା ଯୋଗୁଁ ଏବେ ରାଜ୍ୟର 10 ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ନଦୀଗୁଡ଼ିକ ଅଧିକାଂଶ ସ୍ଥାନରେ ବିପଦ ସଙ୍କେତ ଊର୍ଦ୍ଧ୍ବରେ ପ୍ରବାହିତ ହେଉଛି । ଏହାକୁ ଦୃଷ୍ଟିରେ ରଖି ଆଜି ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ବନ୍ୟା ସ୍ଥିତିର ସମୀକ୍ଷା କରିବେ । SRC କାର୍ଯ୍ୟାଳୟକୁ ଆସି ସମୀକ୍ଷା କରିବେ ମନ୍ତ୍ରୀ ।

ରାଜ୍ୟରେ ମହାନଦୀ ଅବବାହିକାରେ ବଡ଼ ବନ୍ୟା ହୋଇଛି । ବିଭିନ୍ନ ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିଛି । ଏଭଳି ଅବସ୍ଥା 4 ଦିନ ପର୍ଯ୍ୟନ୍ତ ଲାଗି ରହିବ । ତେବେ ଏ ସ୍ଥିତିରୁ ମୁକୁଳିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଛି ପଦକ୍ଷେପ । ନିଆଯାଇଥିବା ପଦକ୍ଷେପର ସମୀକ୍ଷା କରିବେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ପୂର୍ବାହ୍ନ 10.30ରେ ରାଜୀବ ଭବନ ଆସି ସମୀକ୍ଷା କରିବେ ମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲିଟି ଦିଗରେ ଗୁରୁତ୍ବ ଦେଇ କିପରି ପଦକ୍ଷେପ ନିଆଯିବ ସେ ନେଇ ପ୍ରଶାସନକୁ ପରାମର୍ଶ ଦେବେ ରାଜସ୍ବ ମନ୍ତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.