ETV Bharat / city

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଭତ୍ତା ଦାନ କଲେ ଉତ୍କଳ ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷାବିତ

ଉତ୍କଳ ବିଶ୍ଵବିଦ୍ୟାଳୟର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ଭିକ୍ଷାକାରୀ ତ୍ରିପାଠୀ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୧ ହଜାର ଟଙ୍କା ଦାନ କରିଛନ୍ତି । ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି କହିଲେ ମୁଖ୍ୟ ଶାସନ ସଚିବ । ଅଧିକ ପଢନ୍ତୁ...

author img

By

Published : Jul 26, 2021, 8:17 PM IST

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଭତ୍ତା ଦାନ କଲେ ଉତ୍କଳ ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ ଅଧିକାରୀ

ଭୁବନେଶ୍ବର : ଉତ୍କଳ ବିଶ୍ଵବିଦ୍ୟାଳୟର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ଭିକ୍ଷାକାରୀ ତ୍ରିପାଠୀ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୧ ହଜାର ଟଙ୍କା ଦାନ କରିଛନ୍ତି । ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଭେଟି ସେ ଏହି ରାଶିର ଚେକ ପ୍ରଦାନ କରିଥିବା ଜଣାପଡିଛି । ରାଜ୍ୟର କୋଭିଡ ଲଢ଼େଇରେ ନିଜର ଯୋଗଦାନ ସ୍ଵରୁପ ନିଜର ଅବସରକାଳୀନ ଭତ୍ତାରୁ ଏହି ରାଶି ପ୍ରଦାନ କରୁଛନ୍ତି ବୋଲି କହିଛନ୍ତି ଭିକ୍ଷାକାରୀ ।

ଭିକ୍ଷାକାରୀ ଉତ୍କଳ ବିଶ୍ଵବିଦ୍ୟାଳୟର ବିଭିନ୍ନ ପଦବୀରେ ରହି କାର୍ଯ୍ୟ ତୁଲାଇଥିଲେ । ଅବସରବେଳକୁ ସେ ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ ପରୀକ୍ଷା ନିୟନ୍ତ୍ରକ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ । ସେ ନିଜର ପେନସନ୍ ରାଶିରୁ ଗରିବ ମେଧାବୀ ପିଲାମାନଙ୍କୁ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ଦେଉଛନ୍ତି ବୋଲି ସୂଚନା ମିଳିଛି । ନିଜ ପେନସନ୍ ରାଶିରୁ କୋଭିଡ୍ ଲଢ଼େଇ ପାଇଁ ଦାନ କରିଥିବାରୁ ମୁଖ୍ୟ ଶାସନ ସଚିବ ତାଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କର ଏହି କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇିଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.