ETV Bharat / city

ବଜେଟ ଅଧିବେଶନ: ବିଧାନସଭା ରାସ୍ତାରେ ଗାଡିମୋଟର ଉପରେ ଲାଗିଲା କଟକଣା - ବିଧାନସଭା ରାସ୍ତାରେ ଯାନବାହନ ଉପରେ ଲାଗିଲା କଟକଣା

ବଜେଟ ଅଧିବେଶନ ପାଇଁ ବିଧାନସଭା ରାସ୍ତାରେ ଜନସାଧାରଣଙ୍କ ଯିବାଆସିବାରେ କଟକଣା ଲାଗିଛି । ଅଧିକ ପଢନ୍ତୁ...

Restriction on transportation in Assembly road for budget session
ବଜେଟ ଅଧିବେଶନ: ବିଧାନସଭା ରାସ୍ତାରେ ଯାନବାହନ ଉପରେ ଲାଗିଲା କଟକଣା
author img

By

Published : Feb 17, 2021, 8:07 PM IST

ଭୁବନେଶ୍ବର: ଆସନ୍ତାକାଲି(ଗୁରୁବାର)ଠାରୁ ରାଜ୍ୟରେ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ବିଧାନସଭା ସଂଲଗ୍ନ ରାସ୍ତାଗୁଡିକରେ ଜନସାଧାରଣଙ୍କ ଚଳାଚଳ ଉପରେ କଟକଣା ଲାଗିଛି । ତେବେ ବିଧାନସଭାକୁ ଲାଗିଥିବା ରାସ୍ତାଗୁଡିକର ନିରାପତ୍ତାକୁ ଦୃଷ୍ଟିରେ ରଖି ପୋଲିସ କମିଶନର ଏଭଳି ନିଷ୍ପତ୍ତି ନେଇଛନ୍ତି ।

Restriction on transportation in Assembly road for budget session
ବଜେଟ ଅଧିବେଶନ: ବିଧାନସଭା ରାସ୍ତାରେ ଯାନବାହନ ଉପରେ ଲାଗିଲା କଟକଣା

ଏହି କଟକଣା ଫେବୃଆରୀ 18 ତାରିଖରୁ ଲାଗୁ ହେଉଥିବା ବେଳେ କେବଳ ବିଧାନସଭାର କାର୍ଯ୍ୟଦିବସରେ ଲାଗୁ କରାଯିବ । ଏହି ଆଇନ ଓଡିଶା ସହରାଞ୍ଚଳ ଆଇନ 2003ର ଧାରା 28 ଅନୁସାରେ ବିଧାନସଭା ଅଧିବେଶନ ବେଳେ ମୋଟରଯାନ ଚଳାଚଳ ଉପରେ କଟକଣା ଲଗାଯିବ । ତେବେ ଏହି କଟକଣା ଅନୁଯାୟୀ ହାଉସିଂ ବୋର୍ଡ ପାର୍ଶ୍ବରୁ ଆସୁଥିବା ସମସ୍ତ ଗାଡି କେଶରୀ ଟକୀଜ ଠାରୁ ଆଗକୁ ନଯାଇ ବାମ ପଟ ରାସ୍ତାରେ ନିଜ ଗନ୍ତବ୍ୟସ୍ଥଳକୁ ଯିବେ ।

ସେହିପରି ଏଜି ଛକରୁ ପିଏମଜି ଛକ ଆଡକୁ ଆସୁଥିବା ସମସ୍ତ ଗାଡି ଜୟଦେବ ଭବନରେ ଅଟକି ଡାହାଣକୁ ଯାଇ ଇନ୍ଦିରା ଗାନ୍ଧୀ ପାର୍କ ରାସ୍ତାରେ ଆଗକୁ ଯିବେ ବୋଲି ଜଣାପଡିଛି । ତେବେ ରାଜ୍ୟ ପୋଲିସ କମିଶନରଙ୍କ ତରଫରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ ସବିଶେଷ ତଥ୍ୟ ଜାରି କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.