ଭୁବନେଶ୍ବର: କଟକଣା କୋହଳ ପରେ ବଢିଛି ସ୍ବାସ୍ଥ୍ୟ ବିଭାଗର ବଢିଛି ଦାୟିତ୍ବ। ଆଜିଠାରୁ(ବୁଧବାର) ସାରା ରାଜ୍ୟରେ କୋଭିଡ ଗାଇଡଲାଇନକୁ କୋହଳ କରାଯାଇଥିବା ବେଳେ ସ୍ବାସ୍ଥ୍ୟ ବିଭାଗର ଦାୟିତ୍ବ ବଢିବା ସହ ମନିଟରିଙ୍ଗକୁ କଡାକଡି କରିବା ବାଧ୍ୟତାମୂଳକ କରାଯାଇଛି ।
ତେବେ କୋଭିଡ କଟକଣା କୋହଳ ପରେ ସଂକ୍ରମଣ ସ୍ଥିତି କଣ ରହୁଛି ତା ଉପରେ ନଜର ରଖିବାକୁ ପଡିବ । । ସେହିପରି କୋଭିଡ କଟକଣାକୁ ସମେସ୍ତେ ପୂର୍ବପରି ମାନିବା ସହ ମାସ୍କ ପିନ୍ଧିବା, ସାନିଟାଇଜରର ବ୍ୟବହାର, ସାମାଜିକ ଦୂରତ୍ବକୁ କଡାକଡି ଭାବେ ପାଳନ କରିବା ନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ବିଜୟ ମହାପାତ୍ର ।
ସେ ମଧ୍ୟ କହିଛନ୍ତି କି, କୋରୋନାକୁ ରୋକିବାକୁ ହେଲେ ସମସ୍ତେ ହାତ ମିଳାଇ ସହଯୋଗ କରିବା ନିତାନ୍ତ ଆବଶ୍ୟକ । ଏହା ଦ୍ବାରା ବିପଦକୁ ବହୁ ମାତ୍ରାରେ ରୋକିବା ସହ ମୃତ୍ୟୁ ସଂଖ୍ୟା ହ୍ରାସ ହୋଇପାରିବ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ