ETV Bharat / city

ରାଜଧାନୀବାସୀଙ୍କ ମନ ମୋହୁଛି ତୋଷାଳି ମେଳା, ଜମୁଛି ବେପାର

author img

By

Published : Jan 26, 2021, 10:14 PM IST

ଦୀର୍ଘ 10 ମାସ ପରେ ରାଜଧାନୀରେ ଜମିଛି ମେଳାର ଆସର । କୋରୋନା କଟକଣା ସତ୍ତ୍ବେ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି । ବିଭିନ୍ନ ରାଜ୍ୟରୁ ଆସିଥିବା ଅଳଙ୍କାର ଷ୍ଟଲରେ ମଧ୍ୟ ଗ୍ରାହକଙ୍କ ମନ କିଣିନେଉଛି । ସେଠାରେ 500ରୁ ଆରମ୍ଭ କରି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ମଧ୍ୟ ମିଳୁଛି । ଅଧିକ ପଢନ୍ତୁ...

Toshali fair in bbsr
ରାଜଧାନୀବାସୀଙ୍କ ମନ ମୋହୁଛୁ ତୋଷାଳି ମେଳା, ଜମୁଛି ବେପାର

ଭୁବନେଶ୍ବର: ପଞ୍ଚଦଶତମ ଜାତୀୟ ତୋଷାଳି ମେଳା ପ୍ରାରମ୍ଭରେ ଲୋକଙ୍କ ଭିଡ ଦେଖିବାକୁ ମିଳିନଥିଲା। ହେଲେ ଗତ ତିନି ଦିନ ହେଲାଣି ଲୋକ ଭିଡ ଦେଖିବାକୁ ମିଳିଛି। ଯଦିଓ ଅପରାହ୍ନରେ ମେଳା 'ଖାଲି ଖାଲି ଲାଗୁଥିଲା । ହେଲେ ଛୁଟି ଦିନଗୁଡିକ ଗୁଡିକ ବ୍ୟତିତ ଅନ୍ୟ ଦିନରେ ମଧ୍ୟ ଭିଡ଼ ଆରମ୍ଭ ହୋଇ ଯାଉଛି ।

ଚଳିତ ବର୍ଷ କୋରୋନା କଟକଣା ଭିତରେ ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରର ୨୫୦ ଟି ଷ୍ଟଲ ପଡିଛି। ଫେବୃଆରୀ 4 ପର୍ଯ୍ୟନ୍ତ ଜନତା ମଇଦାନରେ ଚାଲିବାକୁ ଥିବା ମେଳା ଉଭୟ ଲୋକେ ଓ ବ୍ୟବସାୟୀ ଖୁସିଥିବା ଦେଖିବାକୁ ମିଳିଛି। ହସ୍ତତନ୍ତ ,ବୟନ ଓ ହସ୍ତଶିଳ୍ପର କାରୁକାର୍ଯ୍ୟକୁ ନେଇ ୧୫ ଦିନ ଧରି ଚାଲିବାକୁ ଥିବା ତୋଷାଳି ମେଳାରେ ଦେଶର ବିଭିନ୍ନ ରାଜ୍ୟରୁ କୁଶଳୀ କାରିଗର, ବୁଣାକାର ସାମିଲ ହୋଇଛନ୍ତି । ତେଣୁ ଓଡ଼ିଶା ଏବଂ ରାଜ୍ୟ ବାହାରୁ ଆସି କାରିଗର ସେମାନଙ୍କ ପସରା ମେଲାଇଛନ୍ତି। ମେଳାରେ କୋଭିଡ ନିୟମକୁ କଡାକଡ଼ି ଭାବେ ପାଳନ କରାଯାଇଛି। ତେଣୁ ଲୋକମାନେ ନିୟମ ମାନି ପରିବାର ସହ ଆସି ବିଭିନ୍ନ ପ୍ରକାର ଜିନିଷ କିଣୁଛନ୍ତି । ମେଳାକୁ ପ୍ରଥମ ଥର ପାଇଁ ବାଉଁଶରେ ଟିଆରି ପଣ କୋଚଲ ଆସିଛି। ତେଣୁ ଆଗକୁ ଖରାଦିନ ଆସୁଥିବାରୁ ଲୋକେ ଘରକୁ କିଣି ନେଉଛନ୍ତି ।

ସେହିପରି ପରିବାର ସହିତ ଏହି ମେଳାରେ ଆସି ବେଶ ଆନନ୍ଦ ଉଠାଉଛନ୍ତି । ବିଭିନ୍ନ ରାଜ୍ୟରୁ ଆସିଥିବା ଅଳଙ୍କାର ଷ୍ଟଲରେ ମଧ୍ୟ ଗ୍ରାହକଙ୍କ ମନ କିଣିନେଉଛି । ସେଠାରେ 500ରୁ ଆରମ୍ଭ କରି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ମଧ୍ୟ ମିଳୁଛି । ଏହାସହ ଫେବୃଆରୀ ୨ ରୁ ଭାଲେଣ୍ଟାଇନ୍ ସପ୍ତାହ ପାଳନ ହେବାକୁ ଥିବା ବେଳେ ପ୍ରେମୀ ଯୁଗଳଙ୍କ ପାଇଁ କାଠରେ ତିଆରି ପାନ ପତର, ଟଏଜ ବେଶି ବେପାର ଜମୁଛି। ସବୁ ବର୍ଷପରି ଏଥର ବି ହାତ ତିଆରି ଅଳଙ୍କାର ଓ ରାଜସ୍ଥାନ କପଡାର ଚାହିଦା ରହିଥିଲା। ପୁରା ପଡିଆ ଲୋକାରଣ୍ୟ ହୋଇପଡିଥିଲା ଲୋକମାନେ ସେଲଫି ଉଠାଇ ମେଳାର ମଜା ଲୋକେ ନେଇଥିଲେ ।

ଅନ୍ୟପଟେ ଦୀର୍ଘ 10 ମାସ ପରେ ରାଜଧାନୀରେ ଜମିଛି ମେଳାର ଆସର । କୋରୋନା କଟକଣା ସତ୍ତ୍ବେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିବା ବେଳେ ଚଳିତ ବର୍ଷ ମଧ୍ୟ ଅଧିକ ବ୍ୟବସାୟ ହେବ ବୋଲି ବ୍ୟବସାୟୀ ଆଶା ରଖିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.