ETV Bharat / city

IPS ସ୍ତରରେ ଅଦଳବଦଳ, ଅଖିଳେଶ୍ବର ସିଂହ ହେଲେ ଜଗତସିଂହପୁର ନୂଆ SP - ଅଖିଳେଶ୍ବର ସିଂହ

IPS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ଅଖିଳେଶ୍ବର ସିଂହ ଜଗତସିଂହପୁର ନୂଆ ଏସପି । ଅଧିକ ପଢନ୍ତୁ...

IPS ସ୍ତରରେ ଅଦଳବଦଳ
IPS ସ୍ତରରେ ଅଦଳବଦଳ
author img

By

Published : Jul 9, 2021, 6:40 PM IST

Updated : Jul 9, 2021, 7:22 PM IST

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ IPS ସ୍ତରରେ ଅଦଳବଦଳ କରାଯାଇଛି । ତେବେ ଦୁଇ ଭିନ୍ନ ମାମଲାରେ ବିବାଦୀୟ ହୋଇଥିବା ଦୁଇ ଆଇପିଏସ ଅଫିସରଙ୍କୁ ପୁଣି ଜିଲ୍ଲା ଦାୟିତ୍ୱ ମିଳିଛି । ପୁରୀ ହଜାତ ମୃତ୍ୟୁ ମାମଲା ଓ ନୟାଗଡ଼ ପରୀ ମାମଲାରେ ବିବାଦୀୟ ଦୁଇ ଅଫିସର ଆଖିଲେଶ୍ୱର ସିଂ ଓ ପ୍ରତ୍ୟୁଷ ଦିବାକରଙ୍କୁ ଜିଲ୍ଲା ଦାୟିତ୍ୱ ନ୍ୟସ୍ତ କରିଛନ୍ତି ସରକାର । ଏନେଇ ଆଜି ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

IPS ସ୍ତରରେ ଅଦଳବଦଳ
IPS ସ୍ତରରେ ଅଦଳବଦଳ

ସେଣ୍ଟ୍ରାଲ ଡେପୁଟେସନରୁ ଫେରିଛନ୍ତି 1998 ବ୍ୟାଚର ଏସ. ଦେବଦତ୍ତ ସିଂ । ତାଙ୍କୁ IG ହେଡ଼କ୍ୱାର୍ଟର ଭାବେ ନିଯୁକ୍ତି ଦେଇଛନ୍ତି ସରକାର । ଜଗତସିଂହପୁର ଏସପି ପ୍ରକାଶ ଆରଙ୍କୁ ବଦଳି କରାଯାଇଛି । 2008 ବ୍ୟାଚର ଏହି ଅଫିସରଙ୍କୁ ଭିଜିଲାନ୍ସ ଅର୍ଗାନାଇଜେସନରେ ନୂଆ ନିଯୁକ୍ତି ଦିଆଯାଇଛି । ସେହିପରି ପୁରୀ ହାଜତ ମୃତ୍ୟୁ ମାମଲାରେ ବିବାଦୀୟ 2009 ବ୍ୟାଚର ଆଇପିଏସ ଆଖିଲେଶ୍ୱର ସିଂଙ୍କୁ ମିଳିଛି ନୂଆ ନିଯୁକ୍ତି । ତାଙ୍କୁ ଏସଓଜି କମାଣ୍ଡଣ୍ଟରୁ ଜଗତସିଂହପୁର ଏସପି ଭାବେ ବଦଳି କରାଯାଇଛି ।

IPS ସ୍ତରରେ ଅଦଳବଦଳ
IPS ସ୍ତରରେ ଅଦଳବଦଳ
2013ର ପିଏସ ପୁରୁଷୋତ୍ତମ ଦାସଙ୍କୁ ନବରଙ୍ଗପୁର ଏସପି ଭାବେ ବଦଳି କରାଯାଇଛି । ସେ ମୟୂରଭଞ୍ଜ ଏସପି ଭାବେ କାର୍ଯ୍ୟ କରୁଥିଲେ । 2015 ବ୍ୟାଚର ରାହୁଲ ଜୈନ ହୋଇଛନ୍ତି ବରଗଡ଼ ଏସପି । ସେ ନୂଆପଡା ଏସପି ଭାବେ କାର୍ଯ୍ୟ କରୁଥିଲେ । ସେହିପରି ନୟାଗଡ଼ ନାବାଳିକା ପରୀ ମାମଲାରେ ବିବାଦୀୟ ହୋଇପଡିଥିବା ପ୍ରତ୍ୟୁଷ ଦିବାକରଙ୍କୁ ନୂଆପଡା ଏସପି ଦାୟିତ୍ବ ମିଳିଛି । ହେଡକ୍ୱାର୍ଟରରେ ଏଆଇଜିପି ଥିବା 2015 ବ୍ୟାଚର ପ୍ରତ୍ୟୁଷଙ୍କୁ ନୂଆପଡା ଏସପି ଭାବେ ନିଯୁକ୍ତି ଦିଆଯାଇଛି । 2016 ବ୍ୟାଚର କେ ଆର ଦ୍ୟାନଦେଓଙ୍କୁ ମୟୂରଭଞ୍ଜ ଏସପି ଭାବେ ବଦଳି କରାଯାଇଛି । ସେ ମାଲକାନଗିରି ଏସପି ଦାୟିତ୍ୱରେ ଥିଲେ । ସେହିପରି ନବରଙ୍ଗପୁର ଏସପି ପିଏସ ମୀନାଙ୍କ ବଦଳି ହୋଇଛି । 2017 ବ୍ୟାଚର ମୀନାଙ୍କୁ ମାଲକାନଗିରି ଏସପି କରାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Jul 9, 2021, 7:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.