ETV Bharat / city

REPUBLIC DAY: କଂଗ୍ରେସ ଭବନରେ ସାଧାରଣତନ୍ତ୍ର ଦିବସ ପାଳିତ - କଂଗ୍ରେସ ଭବନରେ ସାଧାରଣତନ୍ତ୍ର ଦିବସ ପାଳିତ

ଆଜି ସମଗ୍ର ଦେଶ ପାଳୁଛି ୭୩ତମ ସାଧାରଣତନ୍ତ୍ର ଦିବସ । ଭୁବନେଶ୍ବର ସ୍ଥିତ କଂଗ୍ରେସ ଭବନରେ କଂଗ୍ରେସ ଦଳ ପକ୍ଷରୁ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଅଧିକ ପଢନ୍ତୁ

କଂଗ୍ରେସ ଭବନରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ, ଜାତୀୟ ପତାକା ଉତ୍ତୋଳନ କଲେ ବରିଷ୍ଠ କଂଗ୍ରେସ ବିଧାୟକ

author img

By

Published : Jan 26, 2022, 11:49 AM IST

ଭୁବନେଶ୍ବର: ଆଜି ସମଗ୍ର ଦେଶ ପାଳୁଛି ୭୩ତମ ସାଧାରଣତନ୍ତ୍ର ଦିବସ । ଭୁବନେଶ୍ବର ସ୍ଥିତ କଂଗ୍ରେସ ଭବନରେ କଂଗ୍ରେସ ଦଳ ପକ୍ଷରୁ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ବରିଷ୍ଠ ବିଧାୟକ ସୁର ରାଉତରାୟ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସରକାରଙ୍କ କୋରୋନା କଟକଣାକୁ ମାନି କଂଗ୍ରେସ ଭବନ ପରିସରରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି ।

କଂଗ୍ରେସ ଭବନରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ, ଜାତୀୟ ପତାକା ଉତ୍ତୋଳନ କଲେ ବରିଷ୍ଠ କଂଗ୍ରେସ ବିଧାୟକ

ଭାରତର ସମ୍ବିଧାନ ସାରା ବିଶ୍ୱରେ ଏକ ଏବଂ ଅଦ୍ୱିତୀୟ । ଆମ ସମ୍ବିଧାନ ଅନ୍ୟ ଦେଶ ମାନଙ୍କୁ ଦିଗଦର୍ଶନ ଦେଉଛି । ଆଜି ଭଳି ପବିତ୍ର ଦିନରେ ଆମେ ଆମ ଶକ୍ତି ପଦର୍ଶନ କରିବା ଉଚିତ । ଭାରତର ସର୍ବାଙ୍ଗୀନ ଉନ୍ନତି କରିବା ସହିତ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, କୃଷିର ବିକାଶ, ଶିଳ୍ପର ବିକାଶ ପରି କାର୍ଯ୍ୟକ୍ରମକୁ ସମସ୍ତେ ମିଳିମିଶି ହାତକୁ ନେଇ ସଫଳ କରିବା ବେଲି ଗଣତନ୍ତ୍ର ଦିବସରେ ଆହ୍ବାନ ଦେଇଛନ୍ତି ବରିଷ୍ଠ ବିଧାୟକ ସୁର ରାଉତରାୟ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.