ETV Bharat / city

ଖୋଲିଲା ଅଙ୍ଗନବାଡ଼ି, ସାଙ୍ଗମାନଙ୍କୁ ପାଇ ଉତ୍ସାହିତ ଶିଶୁ

author img

By

Published : Mar 28, 2022, 1:27 PM IST

ରାଜ୍ୟରେ ଖୋଲିଲା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର। ଦୀର୍ଘ ଦିନ ପରେ ଶିଶୁମାନେ ନିଜ ସାଙ୍ଗମାନଙ୍କୁ ପାଇ ବେଶ ଖୁସି ଓ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

reopening of anganwadi centers in bhubaneswar
ଖୋଲିଲା ଅଙ୍ଗନବାଡ଼ି, ସାଙ୍ଗମାନଙ୍କୁ ପାଇ ଶିଶୁମାନେ ଉତ୍ସାହିତ

ଭୁବନେଶ୍ବର: ରାଜ୍ୟରେ ଖୋଲିଲା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର। ସକାଳ ୭ଟା ୩୦ରୁ ଶିଶୁମାନେ ଅଙ୍ଗନବାଡ଼ି କେନ୍ଦ୍ରକୁ ଆସିଛନ୍ତି। ଦୀର୍ଘ ଦିନ ପରେ ଶିଶୁମାନେ ନିଜ ସାଙ୍ଗମାନଙ୍କୁ ପାଇ ବେଶ ଖୁସି ଓ ଉତ୍ସାହିତ ଦେଖିବାକୁ ମିଳିଛି । ପ୍ରଥମ ଦିନରେ ନାଚଗୀତ ଖେଳରେ ସମୟ ଅତିବାହିତ କରିବେ ଶିଶୁ। କୋଭିଡ ସଂକ୍ରମଣର ହ୍ରାସ ହେବାପରେ ଆଜି ଦୀର୍ଘ ଦିନ ପରେ ଶିଶୁମାନେ ଅଙ୍ଗନବାଡ଼ିର ବାଟ ମାଡ଼ିଛନ୍ତି। ଏହି ଅବସରରେ ଅଙ୍ଗନବାଡ଼ି କର୍ମୀମାନେ ଫୁଲ ଚନ୍ଦନ ଓ ମିଠା ଦେଇ ଶିଶୁଙ୍କୁ ସ୍ବାଗତ କରିଥିଲେ।

ରାଜ୍ୟରେ ସ୍କୁଲ ଓ କଲେଜ ପରେ ଏବେ ଅଙ୍ଗନବାଡ଼ି ଖୋଲିଛି। କୋରୋନା ସଙ୍କଟ ଯୋଗୁଁ 19 ଏପ୍ରିଲ 2021 ପରଠାରୁ ସାରା ରାଜ୍ୟରେ ଅଙ୍ଗନବାଡ଼ି ଗୁଡିକ ବନ୍ଦ ରହିଥିଲା। ଅଙ୍ଗନୱାଡି କେନ୍ଦ୍ର ଖୋଲିବା ପୂର୍ବରୁ ପରିସରକୁ ପରିଷ୍କାର ଏବଂ ସାନିଟାଇଜ କରାଯାଇଅଛି। ସାଧାରଣ ଭାବରେ କେନ୍ଦ୍ରରେ ସାବୁନ, ପାଣି ଏବଂ ସାନିଟାଇଜର ସହିତ ହ୍ୟାଣ୍ଡୱାସ ସୁବିଧା କରାଯାଇଛି। ତେବେ ସମସ୍ତ ଅଙ୍ଗନବାଡ଼ି କର୍ମୀଙ୍କୁ ସମ୍ପୂର୍ଣ୍ଣ କୋଭିଡ ଟିକା ପ୍ରଦାନ କରାଯାଇଛି।

ଶିଶୁମାନେ ଆଗ୍ରହର ସହ ଅଙ୍ଗନବାଡ଼ିକୁ ଆସିବା ପାଇଁ ଅଭିଭାବକ ମାନଙ୍କୁ ସଚେତନ କରାଯାଇଛି। ଯଦି କୌଣସି କାରଣରୁ ଶିଶୁ ଅଙ୍ଗନବାଡ଼ି ନଆସନ୍ତି ସେଭଳି ସ୍ଥଳରେ ସେମାନଙ୍କ ଘରକୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ। ସକାଳ ଜଳଖିଆ ସହ ଶିଶୁମାନଙ୍କ ପାଇଁ ଗରମ ରନ୍ଧା ଖାଦ୍ୟର ମଧ୍ୟ ବ୍ୟବସ୍ଥା କରାଯିବ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.