ଭୁବନେଶ୍ବର: ନୂଆଗାଁରୁ ହଟିଲା କଣ୍ଟେନମେଣ୍ଟ ଜୋନ । ରାଜଧାନୀରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବାବେଳେ ଏହାକୁ ରୋକିବାକୁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଉଛି । ତେବେ ଏନେଇ ଭୁବନେଶ୍ବର ଉପକଣ୍ଠ ସ୍ଥିତ ନୂଆଗାଁରେ ପ୍ରଶାସନ ପକ୍ଷରୁ ଘୋଷଣା ହୋଇଥିବା କଣ୍ଟେନମେଣ୍ଟ ଜୋନକୁ ବୁଧବାର ହଟାଇ ଦିଆଯାଇଛି ।
ଗତ ୩ ତାରିଖରେ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଥିଲା ଭୁବନେଶ୍ବର ମହାନଗର ନିଗମ । ନୂଆଗାଁରୁ ଗୋଟିଏ ପରିବାରରୁ ୫ ଜଣ କୋରୋନା ଅକ୍ରାନ୍ତ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ସିଲ କରିଦିଆ ଯାଇଥିଲା ଓ ପରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଥିଲେ ବିଏମସି କମିଶନେର ।
ସୂଟନାଯୋଗ୍ୟ ଯେ, ଭୁବନେଶ୍ବରରେ କୋରୋନା ଆକ୍ରାନ୍ତଙ୍କ ସଂକ୍ୟା 1343 ଛୁଇଁଥିବାବେଳେ 724 ଜଣ ସୁସ୍ଥ ହୋଇସାରିଲେଣି । ସେଥିମଧ୍ୟରୁ 606 ଜଣ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳ 11 ଜଣଙ୍କ ମୃତ୍ୟୁ ହୋଇଛି ।
ଭୁବନେଶ୍ବରୁ ସଞ୍ଜିବ ରାୟ, ଇଟିଭି ଭାରତ