ETV Bharat / city

ମୋଦି ସରକାରଙ୍କ ରିଫର୍ମ, ପରଫର୍ମ ଓ ଟ୍ରାନ୍ସଫର୍ମ ଅର୍ଥନୀତିକୁ ପୁର୍ନଜୀବିତ କରିଛି: ଧର୍ମେନ୍ଦ୍ର - ମୋଦି ସରକାରଙ୍କ ରିଫର୍ମ ଅର୍ଥନୀତିକୁ ପୁର୍ନଜୀବିତ କରିଛି

ମୋଦି ସରକାରଙ୍କ ମନ୍ତ୍ର ରିଫର୍ମ, ପରଫର୍ମ ଏବଂ ଟ୍ରାନ୍ସଫର୍ମ ଦେଶର ଅର୍ଥନୀତିକୁ ପୁର୍ନଜୀବିତ କରିଛି । ନାଗରିକଗଙ୍କୁ ସଶକ୍ତ କରିବା ସହ ସମସ୍ୟାର ସମାଧାନ ପାଇଁ ଆମର କ୍ଷମତାକୁ ଶକ୍ତି ଯୋଗାଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ରିଫର୍ମ, ପରଫର୍ମ ଓ ଟ୍ରାନ୍ସଫର୍ମ ଅର୍ଥନୀତିକୁ ପୁର୍ନଜୀବିତ କରିଛି

author img

By

Published : Apr 18, 2021, 7:42 AM IST

ଭୁବନେଶ୍ବର: ମୋଦି ସରକାରଙ୍କ ମନ୍ତ୍ର ରିଫର୍ମ, ପରଫର୍ମ ଏବଂ ଟ୍ରାନ୍ସଫର୍ମ ଦେଶର ଅର୍ଥନୀତିକୁ ପୁର୍ନଜୀବିତ କରିଛି । ନାଗରିକଗଙ୍କୁ ସଶକ୍ତ କରିବା ସହ ସମସ୍ୟାର ସମାଧାନ ପାଇଁ ଆମର କ୍ଷମତାକୁ ଶକ୍ତି ଯୋଗାଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପଶ୍ଚିମବଙ୍ଗରେ ତୈଳ, ଗ୍ୟାସ, ସିମେଣ୍ଟ, ପେପର, ଇଞ୍ଜିନିୟରିଂ ଏବଂ ରିଟେଲ କ୍ଷେତ୍ରରୁ ପ୍ରତିନିଧିତ୍ବ କରୁଥିବା ଭାରତ ଚାମ୍ବର ଅଫ କମର୍ସର ବିଶିଷ୍ଟ ସଦସ୍ୟଗଣ ଏବଂ ଶିଳ୍ପୋଦ୍ୟୋଗୀଙ୍କ ସହ ଆଲୋଚନା କରିବା ଅବସରରେ ଏହା କହିଛନ୍ତି ଧର୍ମେନ୍ଦ୍ର ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାରତରେ ଆସିଥିବା ବିଶାଳ ପରିବର୍ତ୍ତନ ତଥା ଏଥିପାଇଁ ହେଉଥିବା କାର୍ଯ୍ୟଗୁଡିକ ଉପରେ କେନ୍ଦ୍ରମନ୍ତ୍ରୀ ଚର୍ଚ୍ଚା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ପୂର୍ବ ଭାରତ ପାଇଁ ସୁବର୍ଣ୍ଣ ଯୁଗ ଉପନୀତ ହୋଇଛି । ପିଏମଙ୍କ ପୂର୍ବୋଦୟ କଳ୍ପନା ପୂର୍ବ ଭାରତର ସନ୍ତୁଳିତ ବିକାଶ ଉଜ୍ଜଳ ଆଲୋକ ଦେଖାଇଛି । ଧନ ସୃଷ୍ଟିକର୍ତ୍ତାଙ୍କ ପାଇଁ ପ୍ରତିବନ୍ଧକକୁ ହଟାଇବା ଏବଂ ମଜବୁତ ବଙ୍ଗଳା ଏବଂ ପୂର୍ବ ଭାରତ ପାଇଁ ଉଦ୍ୟୋଗୀ କ୍ଷମତା ବଢାଇବାକୁ ଭାରତ ସରକାର ପ୍ରତିଶୃତିବଦ୍ଧ ବୋଲି ସେ କହିଛନ୍ତି ।

ପଶ୍ଚିମବଙ୍ଗର ଅର୍ଥନୀତିକୁ ଆଗେଇ ନେବାକୁ ଏଠାରେ ଥିବା ସମ୍ଭାବନାର ଉପଯୋଗ, ଟେକ୍ନୋଲୋଜିର ବିକାଶ, ମେକ୍ ଇନ୍ ଇଣ୍ଡିଆ ଓ ମିଶନ ପୂର୍ବୋଦୟକୁ ସଶକ୍ତ କରିବା ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ଆତ୍ମନିର୍ଭର ଭାରତରେ ନିଆଯାଇଥିବା ପଦକ୍ଷେପଗୁଡିକ ଉପରେ ଆଲୋଚନା ହୋଇଛି । ପଶ୍ଚିମବଙ୍ଗରେ ସରକାରଙ୍କ ଦ୍ବାରା ପରିଚାଳିତ ପକ୍ଷାଘାତ, ଧନ ସୃଷ୍ଟିକର୍ତ୍ତା ପାଇଁ ଥିବା ପ୍ରତିବନ୍ଧକ ଏବଂ ରାଜନୈତିକ ଇଚ୍ଛାଶକ୍ତିର ଅଭାବ କାରଣରୁ ପଶ୍ଚିମବଙ୍ଗରେ ପୁଞ୍ଜିନିବେଶ ସମସ୍ୟା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.