ETV Bharat / city

ଓଡିଶାରେ ପୁଞ୍ଜିନିବେଶ ସଫଳ ହୋଇଛି କି, କି ପ୍ରକାର ନିବେଶ ସୁହାଇବ ରାଜ୍ୟରେ

author img

By

Published : Aug 18, 2022, 10:16 PM IST

ଓଡିଶାରେ ପୁଞ୍ଜିନିବେଶ ସଫଳ ହୋଇଛି କି, ଅର୍ଥନୀତି ବିଶେଷଜ୍ଞ ତ୍ରିନାଥ ଲେଙ୍କା କହିଛନ୍ତି ଓଡିଶାରେ ମିନେରାଲର ଭଣ୍ଡାର ରହିଛି । ଯାହାକି ପୁଞ୍ଜିନିବେଶ ପାଇଁ ସୁଯୋଗ ସୃଷ୍ଟି କରୁଛି । ଷ୍ଟିଲ ଏବଂ ରିଫାଇନାରୀ ଶିଳ୍ପ ମଧ୍ୟ ରହିଛି । କିନ୍ତୁ ସବୁଠୁ ବଡ ସୁଯୋଗ ରହିଛି କୋଷ୍ଟାଲ ବେଲ୍ଟର ସମୁଦ୍ର ବେଳାଭୂମି । ଅଧିକ ପଢନ୍ତୁ

ଓଡିଶାରେ ପୁଞ୍ଜିନିବେଶ ସଫଳ ହୋଇଛି କି, କି ପ୍ରକାର ନିବେଶ ସୁହାଇବ ରାଜ୍ୟରେ
ଓଡିଶାରେ ପୁଞ୍ଜିନିବେଶ ସଫଳ ହୋଇଛି କି, କି ପ୍ରକାର ନିବେଶ ସୁହାଇବ ରାଜ୍ୟରେ

ଭୁବନେଶ୍ବର: ନିକଟରେ ଉଚ୍ଚସ୍ତରୀୟ ମଞ୍ଜୁରୀ କର୍ତ୍ତୃପକ୍ଷଙ୍କ ବୈଠକରେ 74 ହଜାର 620.18 କୋଟି ଟଙ୍କାର (Odisha Investment)ପୁଞ୍ଜିନିବେଶ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ 24 ହଜାର 47 ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ମଞ୍ଜୁରୀ ପାଇଥିବା ପ୍ରକଳ୍ପ ଏହି ପ୍ରକଳ୍ପ ଭିତରେ ରହିଛି, ଗ୍ରୀନ ହାଇଡ୍ରୋଜେନ, ଗ୍ରୀନ ଆମୋନିଆ, ଧାତବ ଓ ଆନୁଷଙ୍ଗିକ । ଆଦାନୀ ଏଣ୍ଟରପ୍ରାଇଜେସ, ଟାଟା ଷ୍ଟିଲ, ଆର୍ସେଲର ମିତ୍ତଲ, ନିପନ ଷ୍ଟିଲ, ରୁଙ୍ଗଟା ମାଇନ୍ସ ଭଳି କମ୍ପାନୀର ନିବେଶ ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ । ଆଦାନି ରାୟଗଡ଼ାର କାଶିପୁରରେ 41 ହଜାର 653 କୋଟି ଟଙ୍କା ନିବେଶ କରିବ । ବାର୍ଷିକ 4 ନିୟୁତ ଟନ କ୍ଷମତା ବିଶିଷ୍ଟ ଏକ ଆଲୁମିନା ରିଫାଇନାରୀ, 175 ମେଗାଓ୍ବାଟର କ୍ୟାପଟିଭ ପାଓ୍ବାର ପ୍ଲାଣ୍ଟ ସ୍ଥାପନ କରିବ । ନିଯୁକ୍ତି ପାଇବେ 7 ହଜାର 750 ଲୋକ । ବଡ କଥା ହେଲା ଏହି ପୁଞ୍ଜି ନିବେଶ କେତେଦୁର ସଫଳ ହେବ । ସଫଳତା ନିର୍ଭର କରୁଛି, ଏହି ପୁଞ୍ଜି ନିବେଶ କଞ୍ଜମ୍ପସନ ନା ଏକ୍ସପୋର୍ଟ ଓରିଏଣ୍ଟଡ ହେବ । କି ପ୍ରକାର ଶିଳ୍ପ ଚାଲିବ ।

ଏନେଇ ଅର୍ଥନୀତି ବିଶେଷଜ୍ଞ ତ୍ରିନାଥ ଲେଙ୍କା କହିଛନ୍ତି "ଓଡିଶାରେ ମିନେରାଲର ଭଣ୍ଡାର ରହିଛି । ଯାହାକି ପୁଞ୍ଜିନିବେଶ ପାଇଁ ସୁଯୋଗ ସୃଷ୍ଟି କରୁଛି । ଷ୍ଟିଲ ଏବଂ ରିଫାଇନାରୀ ଶିଳ୍ପ ମଧ୍ୟ ରହିଛି । କିନ୍ତୁ ସବୁଠୁ ବଡ ସୁଯୋଗ ରହିଛି କୋଷ୍ଟାଲ ବେଲ୍ଟର ସମୁଦ୍ର ବେଳାଭୂମି । ଯାହାକୁ ପର୍ଯ୍ୟଟନ ଶିଳ୍ପର ବିକାଶ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ । କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ହୋଇନାହିଁ । ଆମ ଲୋକେ ଭାରତ ବାହାରକୁ ବୁଲିବାକୁ ଯାଉଥିବା ବେଳେ ବାହାର ଦେଶର ଲୋକେ ଓଡିଶା ଆସନ୍ତି ବେଳାଭୂମି ବୁଲିବା ପାଇଁ । କିନ୍ତୁ ଏଥିପ୍ରତି ଧ୍ୟାନ ଦିଆଯାଉନି ।"

ଏହାସହ କହିଛନ୍ତି ଆଇଏମଏଫର ଆକଳନ 2026-27 ବେଳକୁ ଭାରତ 5 ଟ୍ରିଲିୟନ ଅର୍ଥନୀତି ଆଡକୁ ଯାଉଥିବ । ଯଦି ସବୁ କିଛି ଠିକ୍ ଠାକ୍ ଚାଲେ ତେବେ 2030 ବେଳକୁ ଏହା ଆହୁରି ବଢିବ । ଆଉ ଏପରି ସ୍ଥିତିରେ ଓଡିଶାରେ କେମିତି ଓ କିପରି ସଫଳ ଭାବେ ହେବ ପୁଞ୍ଜିନିବେଶ ତାକୁ ନେଇ ଆରମ୍ଭ ହୋଇଯାଇଛି ବିତର୍କ ।

ଅନ୍ୟପଟେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି ରାଜ୍ୟରେ କିଛି ପୁଞ୍ଜି ନିବେଶ ସଫଳ ହୋଇଛି । କିନ୍ତୁ ସରକାର ଇସ୍ପାତ କ୍ଷେତ୍ରରେ ଅଧିକ ଧ୍ୟାନ ଦେଉଛନ୍ତି । ଅତୀତରେ ଓଡିଶାରେ 276 ରୁ ଅଧିକ ସ୍ପଞ୍ଜ ଆଇରନ କାରଖାନ ଥିଲା । ହେଲେ ବର୍ତ୍ତମାନ ତାହା ସବୁ ବନ୍ଦ ହୋଇଗଲାଣି । ବର୍ତ୍ତମାନ ଋଣ ବଢିବାରେ ଲାଗିଛି । ଯଦି ସରକାର ସଫଳ ନିବେଶ ଉପରେ ଧ୍ୟାନ ଦିଅନ୍ତେ ଲାଭଜନକ ହୋଇପାରନ୍ତା । ସରକାର ଏବେ କଞ୍ଜମ୍ପସନ ଓରିଏଣ୍ଟେଡ ହେବା ଉଚିତ । ସରକାର ଦେଶରେ ବ୍ୟବହୃତ ପଦାର୍ଥ, ସାମଗ୍ରୀ କାରଖାନା ଉପରେ ଧ୍ୟାନ ଦେବା ଜରୁରୀ ।

ଭୁବନେଶ୍ବରରୁ ଲାଲମୋହନ ପଣ୍ଡାଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.