ETV Bharat / city

ଛକିଛି ମୃତ୍ୟୁଫାଶ ! ମଣିଷଖିଆ ଡ୍ରେନ ପାଇଁ ଆତଙ୍କିତ ରାଜଧାନୀବାସୀ - ରାଜଧାନୀର ରାସ୍ତା

ରାଜଧାନୀର ରାସ୍ତା ହେଉ ଅବା ଗଳି ସବୁଠି ମୃତ୍ୟୁଫାଶ ଖଞ୍ଜି ଆଁ କରି ରହିଛି ମୁକୁଳାଡ୍ରେନ । ଏଥିରେ ପଡି କେତେବେଳେ ଯେ କାହାର ଜୀବନ ଯିବ ତହା କାହାକୁବି ଜଣାନାହିଁ । ଅଧିକ ପଢନ୍ତୁ....

ଡ୍ରେନ ପାଲଟିଛି ମରଣଯନ୍ତା, ଭୟ ଓ ଶଙ୍କାରେ ରାଜଧାନୀବାସୀ

author img

By

Published : Sep 23, 2021, 4:17 PM IST

ଭୁବନେଶ୍ବର: ମରଣଯନ୍ତା ପାଲଟିଛି ମୁକୁଳା ଡ୍ରେନ । ରାଜଧାନୀର ରାସ୍ତା ହେଉ ଅବା ଗଳି ସବୁଠି ଆଁ କରି ରହିଛି ଡ୍ରେନ । ମଣିଷଖିଆ ଡ୍ରେନ ଉପରେ ସ୍ଲାବ ନଥିବାରୁ ଦିନକୁ ଦିନ ମୁଣ୍ଡ ଗଡୁଛି । ଯାହାକୁ ନେଇ ରାଜଧାନୀବାସୀ ଚିନ୍ତାରେ । କାରଣ ସହରର ସ୍ୱଚ୍ଛତା ଓ ଜଳ ନିଷ୍କାସନ ପାଇଁ ବିଏମସି ଦ୍ବାରା ତିଆରି ହୋଇଥିବା ଡ୍ରେନ ଏବେ ଲୋକଙ୍କ ପାଇଁ ମୃତ୍ୟୁଫାଶ ପାଲଟିଛି । କେଉଁଠି ବର୍ଷ ବର୍ଷ ଧରି ତିଆରି ହୋଇଥିବା ଡ୍ରେନ ମୁକୁଳା ହୋଇ ପଡି ରହିଥିବା ବେଳେ ଅନେକ ସ୍ଥାନରେ ଅଧପନ୍ତରିଆ ହୋଇ ପଡିରହିଛି ଡ୍ରେନ କାମ । ଫଳରେ ଲଗାଣ ବର୍ଷାରେ ରାସ୍ତା ଓ ଡ୍ରେନ ଏକାକାର ହୋଇପଡୁଛି ।

ମଣିଷଖିଆ ଡ୍ରେନ ପାଇଁ ଆତଙ୍କିତ ରାଜଧାନୀବାସୀ

କିଛିଦିନ ତଳେ ରାଜଧାନୀର ଜଣେ ଦଶମ ଶ୍ରେଣୀର ଛାତ୍ର ଜ୍ୟୋତିଙ୍କର ଏହି ମୁକୁଳା ଡ୍ରେନରେ ପଡି ଜୀବନ ଯାଇଥିବା ବେଳେ ଏହା ପୂର୍ବରୁ ଗତ 6 ବର୍ଷ ମଧ୍ୟରେ ୭ଜଣଙ୍କ ଜୀବନ ଯାଇଥିବା ମଧ୍ୟ ନଜିର ରହିଛି । ଯାହାକୁ ନେଇ ବିଏମସିର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠିଛି ।

ରାଜଧାନୀର ଏଭଳି ଦୁର୍ଦଶା ପାଇଁ ବିଏମସିର ଖାମଖିଆଲ ନୀତିକୁ ଦାୟୀ କରାଯାଉଥିବା ବେଳେ ସହରରେ କେତୋଟି ଡ୍ରେନ ଅଛି ତାହାର ହିସାବ ନାହିଁ ବିଏମସି ନିକଟରେ । ତେବେ ବେସରକରୀ ଭାବରେ ରାଜଧାନୀରେ ୮୦୦ ଲମ୍ବା ଡ୍ରେନ ଥିବା ବେଳେ ସେଥିରୁ ବିଏମସିର ୩୮୫ ଡ୍ରେନ ରହିଛି । ସେହିପରି ୧୩ ଟି ମୁଖ୍ୟ ଡ୍ରେନ ସହ ୱାର୍ଡରେ ବି ଛୋଟ ଚାଟେ ଡ୍ରେନ ରହିଛି ।ପୂର୍ତ୍ତ ବିଭାଗ ପାଖରେ ୩୮୫ କିମି, ଇଡ଼କୋର ୧୫ କିମି, ଏନେଚରେ ୪୫ କିମି ରହିଛି । ଯେଉଁଥିରେ ମାତ୍ର ୪୦ ପ୍ରତିଶତ ଡ୍ରେନରେ ସ୍ଲାବ ପଡିଛି । ତେବେ ଡ୍ରେନ ଗୁଡିକରେ ସ୍ଲାବ ପଡିବା ନେଇ ୨୦୧୫ ରୁ ଘୋଷଣା କରାଯାଇଥିବା ବେଳେ ଏଯାବତ କାର୍ଯ୍ୟକାରୀ ହୋଇନାହିଁ। ଏପରିକି ଏଥିପାଇଁ ୧୦୦୦ କୋଟିର ଅନୁମୋଦନ ବି ହୋଇଛି କିନ୍ତୁ ଏ ସବୁକୁ ଏଯାଏଁ କାର୍ଯ୍ୟକାରୀ ହୋଇନଥିବା ଅଭିଯୋଗ ହୋଇଛି ।

ଅନ୍ୟପଟେ ରାଜଧାନୀର ଡ୍ରେନେଜ ସମସ୍ୟାକୁ ନେଇ ବିଏମସି କମିସନର ସଞ୍ଜୟ ସିଂ କହିଛନ୍ତି ୬୩ ବର୍ଷ ପରେ ରେକର୍ଡ ଜନିତ ବର୍ଷା ଯୋଗୁଁ ଭୁବନେଶ୍ୱରରେ ଏମିତି ସ୍ଥିତି ଉପୁଜିଛି । ରାଜଧାନୀରେ ୭୫ ଟି ସ୍ଥାନରେ ଜଳବନ୍ଦୀ ସମସ୍ୟା ରହିଛି ଏବଂ ବିପଦପୂର୍ଣ୍ଣ ସ୍ଥାନ । ସେସବୁ କୁ ଚିହ୍ନଟ କରାଯାଇଛି । ଏହି ସ୍ଥାନରେ ଜଳବନ୍ଦୀର କାରଣ କଣ ବାହାର କରାଯାଇଛି କିପରି ସର୍ଟ ଟର୍ମ ଓ ଲଙ୍ଗ ଟର୍ମରେ ସମାଧାନ କରାଯିବ ସେନେଇ ପଏଣ୍ଟ ଗୁଡିକର ରିଭ୍ୟୁ କରାଯାଉଛି । ଗତ ବର୍ଷ ୩୫ ଟି ସ୍ଥାନରେ ପମ୍ପ ଲଗା ଯାଇଛି ଆଗକୁ ବଡ ବର୍ଷା ପାଇଁ ଅଧିକ ପମ୍ପ ଲଗାଯିବ ବୋଲି କହିଛନ୍ତି ବିଏମସି କମିଶନର ।

ତେବେ ଖାଲିଦେଖିବାକୁ ବାକି ରହିଲା କେବେ ସୁଧୁରୁଛି ଡ୍ରେନ ସମସ୍ୟା ଓ କେବେ ରାଜଧାନୀବାସୀଙ୍କ ହଟୁଛି ଡ୍ରେନ ଡେଞ୍ଜର ଟେନସନ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.