ETV Bharat / city

କରୋନା ସଂକ୍ରମଣ 20-20 ଗେମ ନୁହେଁ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : Aug 11, 2021, 9:26 PM IST

କ୍ରମାଗତ ଭାବେ କୋରୋନା ଗ୍ରାଫ ଦେଖିଲେ ଜାଣିପାରିବେ, ସଂକ୍ରମଣ କମୁଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି । ଅଧିକ ପଢନ୍ତୁ...

କରୋନା ସଂକ୍ରମଣ 20-20 ଗେମ ନୁହେଁ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
କରୋନା ସଂକ୍ରମଣ 20-20 ଗେମ ନୁହେଁ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: କରୋନା ସଂକ୍ରମଣକୁ 20-20 ଗେମ ଭାବେ ଦେଖନ୍ତୁନି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । କ୍ରମାଗତ ଭାବେ ଗ୍ରାଫ ଦେଖିଲେ ଜାଣିପାରିବେ, ସଂକ୍ରମଣ କମୁଛି । ଯେଉଁ ଜିଲ୍ଲାରେ ଆଗରୁ ଅଧିକ ଆକ୍ରାନ୍ତ ବାହାରିଥିଲେ, ଏବେ ଢେର କମିଗଲାଣି । ଆତଙ୍କିତ ହେଲା ଭଳି ଅବସ୍ଥା ନାହିଁ । ଆମର ଜିନମ ସିକ୍ୱେନସିଂ କାମ ଚାଲିଛି । ମୋଟ ପଜିଟିଭ ମାମଲାରୁ ପାଖାପାଖି 10% ନମୁନା ILSକୁ ପଠାଇବା ଲାଗି ସବୁ ସେଣ୍ଟିନେଲ ସାଇଟ ଓ ଲାବ୍ରୋଟୋରୀକୁ କୁହାଯାଇଛି । ସେମାନେ ମଧ୍ୟ ପଠାଉଛନ୍ତି । ଅଗଷ୍ଟ 15 ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ RTPCR ଟେଷ୍ଟ ଲ୍ୟାବ କାର୍ଯ୍ୟକ୍ଷମ ହେବ । ବର୍ତ୍ତମାନ 14 ଜିଲ୍ଲାରେ RTPCR ଟେଷ୍ଟ ଲ୍ୟାବ ଥିଲା । ଆଉ 16 ଜିଲ୍ଲାରେ ଲ୍ୟାବ ସ୍ଥାପନ ଲାଗି ଟେଣ୍ଡର ଦିଆସରିଛି । BSL2 ଲାବ୍ରୋଟୋରୀ ସ୍ଥାପନ କାମ ଚାଲିଛି । ଉପକରଣ ଓ ଯନ୍ତ୍ରାଂଶ ଲଗାଯାଉଛି । ଅଗଷ୍ଟ 15 ପୂର୍ବରୁ ସବୁ ଲ୍ୟାବ ଚାଲୁ ହେବାର ଯୋଜନା ରହିଛି ବୋଲି ନିରଞ୍ଜନ ମିଶ୍ର କହିଛନ୍ତି ।

ବର୍ଷା ଦିନେ ଡେଙ୍ଗୁ, ଚିକେନଗୁନିଆ ଓ ମ୍ୟାଲେରିଆ ବ୍ୟାପେ । ସବୁ ବର୍ଷ ଏହି ସମୟରେ ଏହାର ମାତ୍ରା ବଢ଼ିଥାଏ । ଭୁବନେଶ୍ୱରରେ ଏବର୍ଷ ଲକଡାଉନ, ବର୍ଷା ଦିନ ଯାଏଁ ଥିଲା । ତେଣୁ ଅଧିକାଂଶ ସ୍କୁଲ, ପାର୍କ, ଗ୍ୟାରେଜ ଲକ ହୋଇ ରହିଲା । ଅନେକ ବାସଗୃହ, ନିର୍ମାଣାଧୀନ ଘର ବି ଲକ ହୋଇ ରହିଲା । ତେଣୁ ପାଣି ଜମି ଏଭଳି ଡେଙ୍ଗୁ ସ୍ଥିତି ଉପୁଜିଥିଲା । BMC ସହ ମିଶି ମଶା ବଂଶ ବିସ୍ତାର ରୋକିବାକୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଲୋକମାନେ ସପ୍ତାହରେ ଗୋଟିଏ ଦିନ ବିଭିନ୍ନ ସାମଗ୍ରୀରୁ ପାଣି ଖାଲି କରିଦେଲେ ମଶା ବଂଶ ବିସ୍ତାର ବନ୍ଦ ହୋଇଯିବ। ବାହାରକୁ ଗଲେ ଫୁଲ ସାର୍ଟ ପିନ୍ଧନ୍ତୁ ସେ କହିଛନ୍ତି ।

ତୃତୀୟ ଲହର ନେଇ ପ୍ରସ୍ତୁତ ଅଛୁ । ଦ୍ଵିତୀୟ ଲହରରେ ଆମେ ସଫଳତାର ସହ କାମ କରିଛୁ । ତୃତୀୟ ଲହରରେ ପିଲାଙ୍କ ସଂକ୍ରମଣ ବଢ଼ିବ ବୋଲି ଆକଳନ କରାଯାଉଛି । ଆମେ ସେଥିଲାଗି 3 ହଜାର ବେଡ଼ ରଖିଛୁ, ଯାହା ଆବଶ୍ୟକ ତାହା କରାଯାଇଛି । ପିଲାଙ୍କ ଚିକିତ୍ସା ଲାଗି ଡାକ୍ତର, ନର୍ସ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଲୋକଙ୍କୁ ସଚେତନ କରାଇବା କାମ ବି ଆରମ୍ଭ ହୋଇଗଲାଣି । ତେଣୁ, କିଛି ଅସୁବିଧା ହେବନି । ତୃତୀୟ ଲହର ସଫଳତାର ସହ ମୁକାବିଲା ହୋଇପାରିବ ମତ ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.