ETV Bharat / city

ସଂଗ୍ରାମଙ୍କ ଦେହାନ୍ତରେ କଂଗ୍ରେସ ସମେତ ଅନେକ ବ୍ୟକ୍ତିବିଶେଷଙ୍କ ଶୋକ ପ୍ରକାଶ

ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନାଙ୍କ ବିୟୋଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସମେତ ଅନେକ ବ୍ୟକ୍ତି ବିଶେଷଙ୍କ ଗଭୀର ଶୋକ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Aug 19, 2021, 1:32 PM IST

Updated : Aug 19, 2021, 3:14 PM IST

ସଂଗ୍ରାମଙ୍କ ଦେହାନ୍ତରେ ପିସିସି ସଭାପତିଙ୍କ ପ୍ରତିକ୍ରିୟା: ରାଜ୍ୟ ଓ କଂଗ୍ରେସ ଜଣେ ଉଦିୟମାନ ରାଜନେତାଙ୍କୁ ହରାଇଲା

ଭୁବନେଶ୍ବର: ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନାଙ୍କ ବିୟୋଗରେ କଂଗ୍ରେସର ବରିଷ୍ଠ ନେତାଙ୍କ ପ୍ରତିକ୍ରିୟା । ସୁର ରାଉତରାୟଙ୍କ ସମେତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗଭୀର ଶୋକ ପ୍ରକାଶ । ରାଜ୍ୟ ଓ କଂଗ୍ରେସ ଜଣେ ଉଦୀୟମାନ ରାଜନେତାଙ୍କୁ ହରେଇଲା ବୋଲି ନିରଞ୍ଜନ କହିବା ସହ କାନ୍ଦି ପକାଇଲେ ସୁର ।

ସଂଗ୍ରାମଙ୍କ ଦେହାନ୍ତରେ ମ୍ରିୟମାଣ ହେଲେ କଂଗ୍ରେସ ନେତା

ଦିବଂଗତ ସଂଗ୍ରାମ ଓରଫ ବାପି ଆଗକୁ ବହୁତ କିଛି କରିବା ପାଇଁ ଆଶା ରଖିଥିଲେ ବୋଲି ସୁର କହିଛନ୍ତି । କାନ୍ଦି କାନ୍ଦି ସୁର କହିଛନ୍ତି ଯେ, ବାପି ମୋତେ ମଉସା ଡାକୁଥିଲା, 'ଏ ଦାରୁଣ ଦୁଃଖକୁ ସହିବା ମୋ ପକ୍ଷେ ଅସମ୍ଭବ । ଭଗବାନ ଆତ୍ମାକୁ ସଦଗତି ଦିଅନ୍ତୁ । ପରିବାରକୁ ଧୈର୍ଯ୍ୟ ଧରିବା ପାଇଁ ଶକ୍ତି ଓ ସାମର୍ଥ୍ୟ ଯୋଗାନ୍ତୁ ।ସେହିପରି ସଂଗ୍ରାମଙ୍କ ଭଳି ଜଣେ ଯୁବନେତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ନିରଞ୍ଜନ ।

  • I am deeply saddened with the passing away of Shri. Sangram Jena, a dynamic young leader of Odisha. He was like a brother to me. His leadership skills & organizational capabilities were immense. My deepest condolences to his beloved father & family. May his soul rest in peace. pic.twitter.com/BEJWNwqaBT

    — Dr. Sasmit Patra I ଡ଼ଃ ସସ୍ମିତ ପାତ୍ର (@sasmitpatra) August 19, 2021 " class="align-text-top noRightClick twitterSection" data=" ">

ସେହିପରି ବର୍ତ୍ତମାନର ଯୁବ କଂଗ୍ରେସ ସଭାପତି, ସ୍ମୃତି ରଞ୍ଜନ ଲେଙ୍କା। ସେହିପରି ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ,ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ,ପୂର୍ବତନ ମନ୍ତ୍ରୀ ତଥା ମିଡିଆ ବିଭାଗ ଅଧକ୍ଷ ଗଣେଶ୍ବର ବେହେରା,ରାଜ୍ୟ ମିଡିଆ ବିଭାଗ ଆବାହକ ସତ୍ୟପ୍ରକାଶ ନାୟକ,ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା,ପୂର୍ବତନ ମନ୍ତ୍ରୀ ଯୁଧିଷ୍ଠିର ଜେନା,ପୂର୍ବତନ ବିଧାୟକ ଡକ୍ଟର ଦେବାଶିଷ ପଟ୍ଟନାୟକ,ପୂର୍ବତନ ବିଧାୟକ ଜଙ୍ଗେଶ୍ବର ବାବୁ, ମୁଖପାତ୍ର ମନୋରଞ୍ଜନ ଦାଶ,ରାଜ୍ୟ ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

ସେହିପରି କଂଗ୍ରେସ ବିଧାୟକ ଦଲନେତା ନରସିଂହ ମିଶ୍ର,ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ,ସାଂସଦ ସପ୍ତଗିରି ଉଲାକା,ବିଧାୟକ ସୁରେଶ କୁମାର ରାଉତରାୟ,ବିଧାୟକ ତାରାପ୍ରସାଦ ବାହିନୀପତି,ବିଧାୟକ ମହମ୍ମଦ ମୁକିମ, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ,ପୂର୍ବତନ ମନ୍ତ୍ରୀ ତଥା ମିଡିଆ ବିଭାଗ ଅଧକ୍ଷ ଗଣେଶ୍ୱର ବେହେରା,ରାଜ୍ୟ ମିଡିଆ ବିଭାଗ ଆବାହକ ସତ୍ୟପ୍ରକାଶ ନାୟକ,ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା,ସେବାଦଳ ଅଧ୍ୟକ୍ଷ ଆର୍ଯ୍ୟ କୁମାର ଜ୍ଞାନେଦ୍ର, ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜ, ପୂର୍ବତନ ମନ୍ତ୍ରୀ ଯୁଧିଷ୍ଠିର ଜେନା, ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ,ପୂର୍ବତନ ବିଧାୟକ ଜଙ୍ଗେଶ୍ବର ବାବୁ, ମୁଖପାତ୍ର ମନୋରଞ୍ଜନ ଦାଶ,ମୁଖପାତ୍ର ଜ୍ଞାନଦେଵ ବେଉରା,ମୁଖପାତ୍ର ସୁଦର୍ଶନ ଦାଶ,ରାଜ୍ୟ ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ବଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ମଧ୍ୟ ସଂଗ୍ରାମଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି । ଟ୍ବିଟ କରି ସଂଗ୍ରାମଙ୍କ ଅମରଆତ୍ମାର ସଦ୍ଗତି କାମନା କରିଛନ୍ତି ସସ୍ମିତ।

ସୂଚନା ଅନୁଯାୟୀ ଆଜି(ଗୁରୁବାର) ପୂର୍ବତନ ପିସିସି ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନାଙ୍କ ପୁଅ ସଂଗ୍ରାମ ଜେନାଙ୍କ ମୃତ୍ୟୁ ଘଟିଛି । ହାଇଦ୍ରାବାଦର କିମ୍ସ ହସ୍ପିଟାଲରେ କୋଭିଡରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି ସଂଗ୍ରାମ । ରାଜନୈତିକ ପରିବାରର ହେବା ସହ ନିଜେ ମଧ୍ୟ ରାଜନୀତିରେ ବେଶ ପରିଚିତ ଥିଲେ । ୨୦୧୪ ରେ ଭଦ୍ରକ ଲୋକସଭା ପ୍ରାର୍ଥୀ ଭାବେ ଲଢିବା ସହ ଯୁବ କଂଗ୍ରେସର ସଭାପତି ଥିଲେ । ସେହିପରି ମୃତ୍ୟୁ ବେଳକୁ ପିସିସି କମିଟିର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟରତ ଥିଲେ । ହାଇଦ୍ରାବାଦ କିମ୍ସରେ ଦୀର୍ଘ ୮୪ ଦିନ ମୃତ୍ୟୁ ସହ ସଂଗ୍ରାମ କରି ହାରି ଯାଇଛନ୍ତି ସଂଗ୍ରାମ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ ଓ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Aug 19, 2021, 3:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.