ETV Bharat / city

ରତ୍ନଭଣ୍ଡାର ମରାମତି ପ୍ରସଙ୍ଗ, ମନ୍ଦିର ସୁରକ୍ଷା କମିଟି-ପ୍ରଶାସନ ଧ୍ୟାନ ଦେଉନାହିଁ କହିଲା ବିଜେପି

author img

By

Published : Aug 26, 2021, 5:49 PM IST

ଶ୍ରୀମନ୍ଦିରର ଭିତର ଓ ବାହାର ରତ୍ନଭଣ୍ଡାର ବିପଦରେ ରହିଥିବାବେଳେ ଏହାର ମରାମତିର ଆବଶ୍ୟକ ରହିଛି ବୋଲି କହିଥିଲା ପ୍ରତ୍ନତତ୍ତ୍ବ ବିଭାଗ । ତେବେ ଦୀର୍ଘ ୪ ବର୍ଷ ବିତିଯାଇଥିଲେ ମଧ୍ୟ ମରାମତି କାର୍ଯ୍ୟ ହୋଇପାରୁନାହିଁ ବୋଲି କହିଛନ୍ତି ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର । ଅଧିକ ପଢନ୍ତୁ...

ରତ୍ନଭଣ୍ଡାର ମରାମତି ପ୍ରସଙ୍ଗ, ମନ୍ଦିର ସୁରକ୍ଷା କମିଟି-ପ୍ରଶାସନ ଧ୍ୟାନ ଦେଉନାହିଁ କହିଲା ବିଜେପି
ରତ୍ନଭଣ୍ଡାର ମରାମତି ପ୍ରସଙ୍ଗ, ମନ୍ଦିର ସୁରକ୍ଷା କମିଟି-ପ୍ରଶାସନ ଧ୍ୟାନ ଦେଉନାହିଁ କହିଲା ବିଜେପି

ଭୁବନେଶ୍ବର: ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ମରାମତି ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର । ରତ୍ନ ଭଣ୍ଡାରର ଭିତର ଓ ବାହାର ପାର୍ଶ୍ବରେ ଫାଟ ସୃଷ୍ଟି ହୋଇ ଭିତର ରଡ ଦିଶୁଛି । ଏହାର ମରାମତି ଆବଶ୍ୟକ ବୋଲି ଗତ ୩ ବର୍ଷ ତଳେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ରତ୍ନ ଭଣ୍ଡାର ଖୋଲିବାକୁ ଯାଇଥିବା ପ୍ରତ୍ନତତ୍ତ୍ବ ବିଭାଗର କୋର କମିଟି ମତ ଦେଇଥିଲେ । କିନ୍ତୁ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟ ଆରମ୍ଭ ହୋଇନଥିବା ବେଳେ ମନ୍ଦିର ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଉନାହିଁ ବୋଲି କହିଛନ୍ତି ବକ୍ସିପାତ୍ର ।

ତେବେ ଏ ସମ୍ପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ କିଛିଦିନ ପୂର୍ବେ ରତ୍ନ ଭଣ୍ଡାର ଖୋଲାଯାଇଥିଲା ହେଲେ ଆଜି ପର୍ଯ୍ୟନ୍ତ ମରାମତି ହୋଇନାହିଁ । ଏହାର ଦାୟିତ୍ବ ରାଜ୍ୟ ସରକାରଙ୍କର । ରତ୍ନ ଭଣ୍ଡାରର ଭିତରେ ଓ ବାହାରେ ମରାମତି ପାଇଁ ପ୍ରତ୍ନତତ୍ତ୍ଵ ବିଭାଗ କହିଥିଲେ । ଏହାର ମରାମତି ତୁରନ୍ତ ଆବଶ୍ୟକ ବୋଲି ବିଭାଗ କହିଥିଲା । ଏହାର ମରାମତି ରଥଯାତ୍ରାଠାରୁ ଆରମ୍ଭ ହେବ ବୋଲି କୁହାଯାଇଥିଲେ ମଧ୍ୟ ଏହାରି ମଧ୍ୟରେ ୪ ବର୍ଷ ବିତିଯାଇଛି । ହେଲେ ମରାମତି କାର୍ଯ୍ୟ ଆରମ୍ଭ ହୋଇପାରିନଥିବାବେଳେ ସେଠାରୁ ପାଣି ଗଳୁଛି ।

ତୁରନ୍ତ ରାଜ୍ୟ ସରକାର ଏହା ଉପରେ ଦୃଷ୍ଟି ଦେବା ଉଚିତ । ମନ୍ଦିରର ସୁରକ୍ଷା କମିଟି ଏହାର ଅନୁଧ୍ୟାନ କରି ଦାୟିତ୍ବ ନେବା ଦରକାର । ମନ୍ଦିର ପ୍ରଶାସନ ପକ୍ଷରୁ ଏଥି ପ୍ରତି ଧ୍ୟାନ ଆଦୌ ଦିଆଯାଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ଯଦି ଧ୍ୟାନ ଦେଇଥାନ୍ତେ, ତେବେ ୪ ବର୍ଷ ଧରି ଏହି କାମ ପଡିରହିନଥାନ୍ତା ବୋଲି ସେ କହିଛନ୍ତି ।

ତେବେ ସୂଚନା ଥାଉ କି ଶ୍ରୀମନ୍ଦିର ରତ୍ନଭଣ୍ଡାରର ବାହାର ଓ ଭିତରପାର୍ଶ୍ବ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଏହି କାନ୍ଥର ସିମେଣ୍ଟ ଖସିପଡିଥିବାବେଳେ ରଡ ମଧ୍ୟ ଦେଖାଯାଉଛି । ଏ ସମ୍ପର୍କରେ ଗତ ୩ ବର୍ଷ ତଳେ ଭିତର ରତ୍ନଭଣ୍ଡାର ଖୋଲିବାକୁ ଯାଇଥିବା ଗଜପତି ମହାରାଜାଙ୍କ ପ୍ରତିନିଧିଙ୍କ ସମେତ ପ୍ରଶାସନିକ ଅଧିକାରୀ କହିଥିଲେ । ଏହାର ତୁରନ୍ତ ମରାମତି ଆବଶ୍ୟକ ବୋଲି ମଧ୍ୟ କହିଥିଲେ । ମାତ୍ର ଏହାକୁ ୪ ବର୍ଷ ବିତିଯାଇଥିଲେ ମଧ୍ୟ ମରାମତି ନାଁରେ ପ୍ରତ୍ନତତ୍ତ୍ବ ବିଭାଗ ଭଣ୍ଡାଉଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.