ETV Bharat / city

ରାଜ୍ୟର 2ଟି ବୁଥ୍‌ରେ ହେବ ସାନି ନିର୍ବାଚନ - ଓଡିଶା ରାଜନୀତି

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ 2ଟି ବୁଥ୍‌ ମାଲକାନଗିରି ଓ ବ୍ରହ୍ମପୁରରେ ହେବ ସାନି ନିର୍ବାଚନ । ଏଥିମଧ୍ୟରୁ ଗୋଟିଏରେ ଇଭିଏମ୍‌ ଫୋପାଡି ଦିଆଯାଇଥିବା ବେଳେ ଆଉ ଗୋଟିଏ ବୁଥ୍‌ରେ ପ୍ରିଜାଇଡିଂ ଅଫିସରଙ୍କ ତ୍ରୁଟି ଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Apr 12, 2019, 5:41 PM IST

ଭୁବନେଶ୍ବର: ସରିଛି ପ୍ରଥମ ପର୍ଯ୍ୟାୟ ମତଦାନ । କାଁ ଭାଁ ଗଣ୍ଡଗୋଳ ତଥା ଇଭିଏମ୍‌ ତ୍ରୁଟିକୁ ଛାଡିଦେଲେ ରାଜ୍ୟରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଶେଷ ହୋଇଛି । ତେବେ 2ଟି ବୁଥ୍‌ରେ ସାନି ନିର୍ବାଚନ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ରାଜ୍ୟରେ ଗତକାଲି 4ଟି ଲୋକସଭା ଓ 28ଟି ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ହୋଇଛି । ତେବେ ଦୁଇଟି ବୁଥ ପାଇଁ ଆଉ ଥରେ ନିର୍ବାଚନ ହେବ । ଏନେଇ ନିର୍ବାଚନ କମିଶନଙ୍କ ଅନୁମତି ମଗାଯାଇଛି ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

ସାନି ନିର୍ବାଚନ ପାଇଁ ପ୍ରସ୍ତାବ ଦିଆଯାଇଥିବା 2ଟି ବୁଥ୍‌ ମାଲକାନଗିରି ଓ ବ୍ରହ୍ମପୁରରେ ରହିଛି । ଏଥିରୁ ଗୋଟିଏରେ ଇଭିଏମ୍‌ ଫୋପାଡି ଦିଆଯାଇଥିବା ବେଳେ ଆଉ ଗୋଟିଏ ବୁଥ୍‌ରେ ପ୍ରିଜାଇଡିଂ ଅଫିସରଙ୍କ ତ୍ରୁଟି ଥିଲା । ପର୍ଯ୍ୟବେକ୍ଷକଙ୍କ ତଥ୍ୟକୁ ଆଧାର କରି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଗଣମାଧ୍ୟମକୁ କହିଛନ୍ତି ସୁରେନ୍ଦ୍ର କୁମାର । ତେବେ ଅନ୍ୟ ଅଭିଯୋଗ ହୋଇଥିବା ବୁଥ୍‌ରେ ତର୍ଜମା ଚାଲିଛି ବୋଲି ସେ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.