ETV Bharat / city

ପ୍ରତିଟି ସ୍କୁଲ ହେବ ମଡେଲ ସ୍କୁଲ: ପ୍ରତାପ ଜେନା

author img

By

Published : Feb 25, 2020, 8:22 PM IST

ଗ୍ରାମ୍ୟ ଉନ୍ନୟନ ବିଭାଗରୁ ପଞ୍ଚାୟତରାଜ ବିଭାଗକୁ ଆସିବ ଗ୍ରାମଞ୍ଚାଳର ସରକାରୀ ଅନୁଷ୍ଠାନ । ଏହାସହ ପ୍ରତିଟି ସ୍କୁଲ ହେବ ମଡେଲ ସ୍କୁଲ । ପ୍ରତିଟି ଗ୍ରାମପଞ୍ଚାୟତରେ ଗୋଟିଏ ଉଚ୍ଚ ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟ ଭାବେ ଗଢି ତୋଳିବାକୁ ପ୍ରୟାସ ଜାରି ରହିଛି ।

ପଞ୍ଚାୟତରାଜ ମନ୍ତ୍ରୀ
ପଞ୍ଚାୟତରାଜ ମନ୍ତ୍ରୀ

ଭୁବନେଶ୍ବର: ପ୍ରତିଟି ସ୍କୁଲ ହେବ ମଡେଲ ସ୍କୁଲ । ପ୍ରତିଟି ଗ୍ରାମପଞ୍ଚାୟତରେ ଗୋଟିଏ ଉଚ୍ଚ ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟ ଭାବେ ଗଢି ତୋଳିବାକୁ ପ୍ରୟାସ ଜାରି ରହିଛି । ଗ୍ରାମଞ୍ଚଳରେ ଥିବା ସମସ୍ତ ସରକାରୀ, ସ୍କୁଲ, ଅଙ୍ଗନୱାଡି, ମେଡିକାଲ, ବିଭିନ୍ନ ଅନୁଷ୍ଠାନ ଗୁଡିକର ସମ୍ପତ୍ତି ଏବେ ଗ୍ରାମ୍ୟ ଉନ୍ନୟନ ବିଭାଗ ପାଖରୁ ପଞ୍ଚାୟତରାଜ ବିଭାଗକୁ ଆସିବ । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ।

ପଞ୍ଚାୟତରାଜ ଅଧିନକୁ ଆସିବ ଗ୍ରାମାଞ୍ଚଳର ସରକାରୀ ଅନୁଷ୍ଠାନ

ମନ୍ତ୍ରୀଙ୍କ ସୂଚନା ଅନୁସାରେ ଏହି ସମସ୍ତ ଅନୁଷ୍ଠାନର ବିକାଶ, ରକ୍ଷଣାବେକ୍ଷଣ ଏଣିକି ପଞ୍ଚାୟତରାଜ ବିଭାଗ କରିବ । ଏହି ସମସ୍ତ ଅନୁଷ୍ଠାନର ସମ୍ପତ୍ତି ପଞ୍ଚାୟତରାଜ ଅଧିନରେ ରହିବ । ଏହାସହ ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଗୋଟିଏ ଆଦର୍ଶ ହାଇସ୍କୁଲ କରାଯିବ । ମଡେଲ ହାଇସ୍କୁଲ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇ ଦିଆଯିବ । ତା ସହିତ ଖେଳ ପଡିଆ ଉନ୍ନତି, ପାର୍କର ନିର୍ମାଣ କରାଯିବ । ବିଶେଷ ଭାବେ ସମସ୍ତ ଅନୁଷ୍ଠାନର ଆନୁଷଙ୍ଗିକ ବିକାଶ କରାଯିବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.