ETV Bharat / city

ଏଣିକି ଅନଲାଇନରେ ବୁକିଂ ହେବ ମଣ୍ଡପ - ଭୁବନେଶ୍ବର ଖବର

ରାଜଧାନୀର ରବୀନ୍ଦ୍ର ମଣ୍ଡପ, ଭଞ୍ଜକଳା ମଣ୍ଡପ ଓ ଉତ୍କଳ ମଣ୍ଡପ ଏବେ ଅନଲାଇନରେ ବୁକିଙ୍ଗ ହୋଇପାରିବ । ଏହି ପ୍ରୟାସ ଦ୍ବାରା ସମୟର ସଦୁପଯୋଗ ହୋଇପାରିବ ବୋଲି ବିଭାଗୀୟ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ଅଧିକ ଖବର ପଢନ୍ତୁ...

ଏଣିକି ଅନଲାଇନରେ ବୁକିଙ୍ଗ ହେବ ମଣ୍ଡପ:ବୁଝାମଣା ପତ୍ର ସ୍ବାକ୍ଷରିତ
author img

By

Published : Oct 25, 2019, 5:00 PM IST

ଭୁବନେଶ୍ବର: ଅନଲାଇନରେ ହୋଇପାରିବ ମଣ୍ଡପ ବୁକିଙ୍ଗ । ଆଉ ଆଗଭଳି ମଣ୍ଡପ ମାଲିକଙ୍କ ପାଖକୁ ଯିବାକୁ ପଡିବନି କି କାହାର ସୁପାରିଶକୁ ଅପେକ୍ଷା କରିବାକୁ ପଡିବ ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିବା 5 'ଟି'କୁ ଆପଣାଇ ଓଡିଶା ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ ଏପରି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡିଛି।

ଏଣିକି ଅନଲାଇନରେ ବୁକିଙ୍ଗ ହେବ ମଣ୍ଡପ:ବୁଝାମଣା ପତ୍ର ସ୍ବାକ୍ଷରିତ

ସ୍ଥାନୀୟ ସଂସ୍କୃତି ବିଭାଗ ପରିସରରେ ଆଜି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଓ ରାଜ୍ୟ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ଏହାଦ୍ବାରା ସ୍ବଚ୍ଛତା ଅବଲମ୍ବନ ସହିତ ସମୟର ସଦୁପଯୋଗ ହୋଇପାରିବ ବୋଲି ବିଭାଗୀୟ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।

ଏଥିପାଇଁ ଷ୍ଟେଟ ବ୍ୟାଙ୍କ ଆର୍ଥିକ ନେଣଦେଣ ପ୍ରକ୍ରିୟାର ତଦାରଖ କରିବା ସହିତ ଲୋକଙ୍କୁ ରସିଦ ପ୍ରଦାନ କରିବ । ଆବଶ୍ୟକସ୍ଥଳେ ପେମେଣ୍ଟ ଫେରସ୍ତ ଆଦି ବିଷୟକୁ ପରିଚାଳନା କରିବ ବୋଲି ବ୍ୟାଙ୍କର ମୁଖ୍ୟ ପ୍ରବନ୍ଧକ ବିଜୟ କୁମାର କୁଜୁର ପ୍ରକାଶ କରିଛନ୍ତି।

ଏହା ହେଲା ପରେ ବିଭାଗ ଅଧୀନରେ ଥିବା ରାଜଧାନୀର ରବୀନ୍ଦ୍ର ମଣ୍ଡପ, ଭଞ୍ଜକଳା ମଣ୍ଡପ ଓ ଉତ୍କଳ ମଣ୍ଡପ ବୁକିଙ୍ଗ ହୋଇ ପାରିବ। ତେବେ ପରବର୍ତ୍ତୀ ଅବସ୍ଥାରେ ରାଜ୍ୟରେ ଥିବା କଳାକାର ଭବନକୁ ଏଥିରେ ଯୋଡିବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ କଳାକାରଙ୍କ ଯୋଗଦାନର ସବିଶେଷ ବିବରଣୀ ସ୍ଥାନିତ କରାଯିବ ବୋଲି ମନ୍ତ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।

ଆଜିର ଏହି ଚୁକ୍ତି ସ୍ବାକ୍ଷର କାର୍ଯ୍ୟକ୍ରମରେ ବିଭାଗୀୟ ଯୁଗ୍ମ ଶାସନ ସଚିବ ସଂଘମିତ୍ରା ଶତପଥୀ,ଏସବିଆଇର ଏଜିଏମ ମୁକୁଲ କୁମାର ସକ୍ସେନା,ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଏଣିକି ଅନ ଲାଇନ ରେ ହୋଇ ପାରିବ ମଣ୍ଡପ ବୁକିଙ୍ଗ।ଆଉ ଆଗଭଳି ଅପେକ୍ଷା କରିବାକୁ ପଡିବନି କି କାହାର ସୁପାରିଶ ରେ ଧରାଧରି କରି ନିଜ କାମ ପାଇଁ ମଣ୍ଡପ ବୁକିଙ୍ଗ ମଧ୍ୟ ହେବ ନାହିଁ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିବା 5 ଟି କୁ ଆପଣାଇ ଓଡିଶା ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ ଏପରି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡିଛି।

Body:ସ୍ଥାନୀୟ ସଂସ୍କୃତି ବିଭାଗ ପରିସରରେ ଆଜି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଓ ରାଜ୍ୟ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।ଏହା ଦ୍ବାରା ସ୍ୱଚ୍ଛତା ଅବଲମ୍ବନ ସହିତ ଲୋକମାନଙ୍କ ସମୟର ସଦୁପଯୋଗ ହୋଇ ପାରିବ ବୋଲି ବିଭାଗୀୟ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପ୍ରକାଶ ପାଇଛି।ଏଥିପାଇଁ ଷ୍ଟେଟ ବ୍ୟାଙ୍କ ଆର୍ଥିକ ନେଣଦେଣ ପ୍ରକ୍ରିୟାର ତଦାରଖ କରିବା ସହିତ ଲୋକଙ୍କୁ ରସିଦ ପ୍ରଦାନ ଆବଶ୍ୟକସ୍ଥଳେ ପେମେଂଟ ଫେରସ୍ତ ଆଦି ବିଷୟ କୁ ପରିଚାଳନା କରିବ ବୋଲି ବ୍ୟାଙ୍କ ର ମୁଖ୍ୟ ପ୍ରବନ୍ଧକ ବିଜୟ କୁମାର କୁଜୁର ପ୍ରକାଶ କରିଛନ୍ତି।
ଏହା ହେଲା ପରେ ବିଭାଗ ଅଧୀନରେ ଥିବା ରାଜଧାନୀର ରବିନ୍ଦ୍ରମଣ୍ଡପ,ଭଞ୍ଜକଳା ମଣ୍ଡପ ଓ ଉତ୍କଳ ମଣ୍ଡପ ବୁକିଙ୍ଗ ହୋଇ ପାରିବ।ତେବେ ପରବର୍ତୀ ଅବସ୍ଥାରେ ରାଜ୍ୟରେ ଥିବା କଳାକାର ଭବନ କୁ ଏଥିରେ ଯୋଡିବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ କଳାକାର ମାନଙ୍କ ଯୋଗଦାନ ର ସବିଶେଷ ବିବରଣୀ ସ୍ଥାନିତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।ଆଜିର ଏହି ଚୁକ୍ତି ସ୍ବାକ୍ଷର କାର୍ଯ୍ୟକ୍ରମରେ ଭାଗୀୟ ଯୁଗ୍ମ ଶାସନ ସଚିବ ସଂଘମିତ୍ରା ଶତପଥୀ,ଏସବିଆଇ ର ଏଜିଏମ ମୁକୁଲ କୁମାର ସାକ୍ସେନା,ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସାଶନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।
ବାଇଟ-ମନ୍ତ୍ରୀ-ଜ୍ୟୋତିପ୍ରକାଶ ପାଣିଗ୍ରାହୀ
ବାଇଟ-ବିଜୟ କୁମାର କୁଜୁର ଏସବିଆଇ ଜି ଏମ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.