କଟକ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ପ୍ରସଙ୍ଗ ହାଇକୋର୍ଟରେ ଶୁଣାଣି ହୋଇଛି । ଆସନ୍ତା ଅକ୍ଟୋବର ୧୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ ।
ଚାବି କେଉଁଠି ଅଛି, ରତ୍ନ ଭଣ୍ଡାର ସ୍ଥିତି କଣ ରହିଛି ? ଏନେଇ ସିବିଆଇ ତଦନ୍ତ ଦାବିକରି ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା । ଏହି ମାମଲାରେ ରାଜ୍ୟ ସରକାର, ମନ୍ଦିର ପ୍ରଶାସନ, ପୁରୀ ଜିଲ୍ଳାପାଳ, ପୁରୀ ଏସପି ,ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଥିଲା ।
ଇଟିଭି ଭାରତ, କଟକ