ETV Bharat / city

OdishaAssembly: ରତ୍ନଭଣ୍ଡାରକୁ ନେଇ ଗୃହରେ ଉଦବେଗ - ବିଧାନସଭାରେ ଉଠିଲା ରତ୍ନଭଣ୍ଡାର ପ୍ରସଙ୍ଗ

ବିଧାନସଭାର ଶୁନ୍ୟକାଳରେ ଉଠିଲା ଅସୁରକ୍ଷିତ ରତ୍ନଭଣ୍ଡାର ପ୍ରସଙ୍ଗ । ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ଗୃହରେ ଉଦବେଗ । ସରକାରଙ୍କୁ ଘେରିଛନ୍ତି ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି । ଅଧିକ ପଢନ୍ତୁ

OdishaAssembly
OdishaAssembly
author img

By

Published : Jul 29, 2022, 5:49 PM IST

ଭୁବନେଶ୍ବର: ବିଧାନସଭାର ଶୁନ୍ୟକାଳରେ ଉଠିଲା ରତ୍ନଭଣ୍ଡାର ପ୍ରସଙ୍ଗ । ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ଗୃହରେ ଉଦବେଗ । ସରକାରଙ୍କୁ ଘେରିଛନ୍ତି ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି ।

ରତ୍ନଭଣ୍ଡାରକୁ ନେଇ ଗୃହରେ ଉଦବେଗ

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ, ରତ୍ନଭଣ୍ଡାରର ଚାବି ହଜିବା ଘଟଣାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ରତ୍ନଭଣ୍ଡାର ସୁରକ୍ଷିତ ଅଛି କି ନାହିଁ ଏବଂ ବସାଯାଇଥିବା କମିଶନଙ୍କ ରିପୋର୍ଟରେ କଣ ରହିଛି ତାକୁ ଗୃହରେ ଉପସ୍ଥାପନ କରଯାଉନି କାହିଁକି । ତେଣୁ ଜଷ୍ଟିସ୍ ରଘୁବୀର ଦାସ କମିଶନଙ୍କ ରିପୋର୍ଟ ହାଉସରେ ଉପସ୍ଥାପନ କରିବାକୁ ବାଚସ୍ପତିଙ୍କ ରୁଲିଂ ଦେବାକୁ ଦାବି କଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେ, ଗତ 21 ବର୍ଷ ଧରି ରାଜ୍ୟ ସରକାର 24 ଟି କମିଶନ ବସାଇଛନ୍ତି । ଏବାବଦକୁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ମାତ୍ର ଆଜି ପର୍ଯ୍ୟନ୍ତ 8 ଟି କମିଶନଙ୍କ ରିପୋର୍ଟ ଦାଖଲ ହୋଇପାରିନି । କମିଶନଙ୍କ କାର୍ଯ୍ୟକାଳ ଶେଷ ହେଇଯାଉଛି । ତଦନ୍ତ ଆଳରେ ଅବଧି ବଢିବାରେ ଲାଗିଛି ।

ଇଟିଭି ଭାରତ, ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.