ETV Bharat / city

ମଧ୍ୟବିତ୍ତ ପରିବାରକୁ ସରକାର ଅଣଦେଖା କରୁଥିବା ଅଭିଯୋଗ - rastriya madhyabita mahasangh prees meet

ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘର ସାମ୍ବାଦିକ ସମ୍ମିଳନୀ । ମଧ୍ୟବିତ୍ତ ପରିବାରକୁ ସରକାର ଅଣଦେଖା କରୁଥିବା ଅଭିଯୋଗ । ଅଧିକ ପଢନ୍ତୁ...

ମଧ୍ୟବିତ୍ତ ପରିବାରକୁ ସରକାର ଅଣଦେଖା କରୁଥିବା ଅଭିଯୋଗ

author img

By

Published : Apr 20, 2021, 9:12 PM IST

ଭୁବନେଶ୍ବର: ମହାମାରୀ ହେଉ କିମ୍ବା ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟ , ମଧ୍ୟବିତ୍ତ ଶ୍ରେଣୀର ଲୋକେ ସବୁବେଳେ ସରକାରୀ ସହାୟତାରୁ ବଞ୍ଚିତ ହେଉଛନ୍ତି । ଜନସଂଖ୍ୟାର ଏକ ବୃହତ୍ ଅଂଶ ଯାହାକି ପାଖାପାଖି 40% ଲୋକଙ୍କୁ ସରକାର ମଧ୍ୟବିତ୍ତ ଶ୍ରେଣୀର ବୋଲି କହି ବିଭିନ୍ନ ସରକାରୀ ଯୋଜନାରେ ସାମିଲ ନ କରିବା ଓ ପକ୍ଷପାତିତା କରିବା ଦ୍ବାରା ଏହି ବର୍ଗର ଲୋକମାନଙ୍କ ଜୀବନ ଜୀବିକା ଗୁରୁତର ଭାବେ ପ୍ରଭାବିତ ହେଉଛି । ବର୍ତ୍ତମାନ କୋରୋନା ପାଦୁର୍ଭାବ ମଧ୍ୟରେ ଏହି ବର୍ଗର ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି । ମଙ୍ଗଳବାର ଓଡି଼ଶା ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ ଏଭଳି ଅଭିଯୋଗ ଆଣିଛି ।

ମଧ୍ୟବିତ୍ତ ପରିବାରକୁ ସରକାର ଅଣଦେଖା କରୁଥିବା ଅଭିଯୋଗ

ସାମ୍ବାଦିକ ସମ୍ମିଳନୀରେ ପ୍ରଦୀପ ମିଶ୍ର ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ବିଭିନ୍ନ ମୌଳିକ ସମସ୍ୟା ଉପରେ ଆଲୋଚନା କରିଛନ୍ତି । ଏଥିସହ ସେମାନଙ୍କ ପ୍ରତି ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ 10 ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ଇମେଲ୍ ଜରିଆରେ ପ୍ରଦାନ କରିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.