ଭୁବନେଶ୍ବର: Zookeeper ଦୋକାନରୁ ଜବତ ହେଲା ଦୁଇଟି ତାରା ଥିବା ବିରଳ କଇଁଛ । ବନ ବିଭାଗର ସିଟି DFO,ACF ଙ୍କ ମିଳିତ ଚଢାଉ ପରେ ଏହି ଦୁ୍ର୍ଲଭ କଁଇଛ ଜବତ ହୋଇଛି ।

ଏହି କଇଁଛର ନା Star turtle କୁହାଯାଉଛି । ଯାହାକୁ ରଖିବା ବନ୍ୟପ୍ରାଣୀ ସୁରକ୍ଷା ଆଇନର ଉଲଙ୍ଘନ। ଯାହାର ଆଧାରରେ ଏହି କଇଁଛ ଜବତ କରିଛି ବନ ବିଭାଗ । ତେବେ ଏହି କଇଁଛକୁ ବିଶେଷ କରି ଘରେ ଧନ ବଢିବା ପାଇଁ ପାଳିବାର ବିଶ୍ବାସ ରହିଥିବା କାରଣରୁ କଇଁଛ ପିଛା ୨ ହଜାରରୁ ୩ ହଜାରରେ ବକ୍ରି କରିଥାନ୍ତି ବ୍ୟବସାୟୀ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିିଭି ଭାରତ