ETV Bharat / city

ରାଜଧାନୀର ୫ଟି ସ୍ଥାନରେ ରାପିଡ ଟେଷ୍ଚ, ମାତ୍ର ଦୁଇ ମିନିଟରେ କୋରୋନା ରିପୋର୍ଟ - odisha news

ରାପିଡ ଟେଷ୍ଚରେ ଏଭଳି କିଛି ସୁବିଧା ରହିଛି ଯାହାଫଳରେ 2 ମିନିଟ୍ ମଧ୍ୟରେ କୋରୋନା ରିପୋର୍ଟ ଜଣାପଡିଯିବ। ଅଧିକ ଖବର ପଢନ୍ତୁ...

ଥାନେରେ କାର୍ଯ୍ୟକ୍ଷମ ହେଲା ପ୍ରଥମ ପିସିଆର ଲ୍ୟାବ୍ ଟେଷ୍ଟିଂ
ରାପିଡ ଟେଷ୍ଚ, ୨ ମିନିଟରେ ଜଣାପଡିବ କୋରୋନା ରିପୋର୍ଟ
author img

By

Published : Apr 20, 2020, 8:58 AM IST

Updated : Apr 20, 2020, 4:18 PM IST

ଭୁବନେଶ୍ବର: ୨ ମିନିଟରେ ଜଣାପଡିବ କୋରୋନା ରିପୋର୍ଟ। କୋରୋନା ରାପିଡ ଟେଷ୍ଚରେ ଏଭଳି କିଛି ସୁବିଧା ରହିଛି। ତେବେ ରାଜଧାନୀର ସାଉଥ ଇଷ୍ଟ ଜୋନର ୫ଟି ସ୍ଥାନରେ ହେବ ରାପିଡ ଟେଷ୍ଟ କ୍ୟାମ୍ପ। ଯେଉଁଠି ପ୍ରତ୍ୟେକ ଦିନ ୩୦୦ ଲେଖାଏ ସାମ୍ପଲ ଟେଷ୍ଟ ପାଇଁ ଟାର୍ଗେଟ ରହିଛି।

ବିଏମସି ଓ କ୍ୟାପିଟାଲ ହସ୍ପିଟାଲ କର୍ମଚାରୀ ଓ ପୋଲିସ ସହାୟତାରେ ଏହି ସାମ୍ପଲ କଲେକ୍ସନ ହେବ। ୟୁନିଟ ୧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ମିଡିଆ ପର୍ସନ, ପରିବା ବ୍ୟବସାୟୀଙ୍କ ଟେଷ୍ଟ କରାଯିବ। ସେହିପରି ଏକାମ୍ର କଲେଜରେ ଭୀମଟାଙ୍ଗୀ ବସ୍ତିବାସୀ ଓ ବ୍ୟବସାୟୀ ଟେଷ୍ଟ କରାଯିବ। ୟୁନିଟ ୯ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ସ୍ଥାନୀୟ ବସ୍ତି ଓ ଗ୍ରୋସରୀ ଭେଣ୍ଡରଙ୍କର ଟେଷ୍ଟ କରାଯିବ।

ଅନ୍ୟପଟେ ସହୀଦନଗର କମନ ସର୍ଭିସ ସେଣ୍ଟରରେ ଉଭୟ ପନିପରିବା ଓ ମାଛ-ମାଂସ ବ୍ୟବସାୟୀଙ୍କର ଟେଷ୍ଟ ପାଇଁ ଟାର୍ଗେଟ ରହିଛି । ତେବେ ଏଦି ରାପିଟ ଟେଷ୍ଟର ରିପୋର୍ଟ ମାତ୍ର ୨ ମିନିଟରେ ମିଳିବ। ଫଳରେ ଲୋକେ ଅଳ୍ପ ସମୟ ମଧ୍ୟରେ ସେମାନେ କୋରୋନା ପଜିଟିଭ ନା ନେଗେଟିଭ ତାହା ଜଣି ପାରିବେ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Apr 20, 2020, 4:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.