ETV Bharat / city

ନିଲାମ ହେଲା ଓଡିଶାର ଦୁଇଟି ସମେତ ଦେଶର ୮ କୋଇଲା ଖଣି - ନିଲାମ ହେଲା ଦେଶର ଆଠଟି କୋଇଲା ଖଣି

ଓଡିଶାର ଦୁଇଟି ଖଣି ସମେତ ଦେଶର ୫ଟି ରାଜ୍ୟରେ ଥିବା ୮ ଟି କୋଇଲା ଖଣି ନିଲାମ ହୋଇଛି । ଏସବୁ ଖଣି ନିଲାମ ପାଇଁ ମନୋନିତ କର୍ତ୍ତୃପକ୍ଷ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଆଜି ଇ-ନିଲାମୀ ମାଧ୍ୟମରେ ଏସବୁ ଖଣି ନିଲାମ କରାଯାଇଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Sep 13, 2022, 9:23 PM IST

ଭୁବନେଶ୍ବର: ଓଡିଶାର ଦୁଇଟି ଖଣି ସମେତ ଦେଶର ୫ଟି ରାଜ୍ୟରେ ଥିବା ୮ ଟି କୋଇଲା ଖଣି ନିଲାମ ହୋଇଛି । ଏସବୁ ଖଣି ନିଲାମ ପାଇଁ ମନୋନିତ କର୍ତ୍ତୃପକ୍ଷ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଆଜି ଇ-ନିଲାମୀ ମାଧ୍ୟମରେ ଏସବୁ ଖଣି ନିଲାମ କରାଯାଇଛି ।

ଓଡିଶାର ଦୁଇଟି ଖଣି ହେଲା- ରାମପିଆ ଏବଂ ରାମପିଆ ଡିପ ସାଇଡ କୋଇଲା ଖଣି । ଏହି ୮ ଟି ମଧ୍ୟରୁ ୫ଟି ଖଣିରୁ ସମ୍ପୂର୍ଣ୍ଣ ଖଣିଜ ଦ୍ରବ୍ୟ ଉତ୍ତୋଳନ କରାଯିବ । ତିନୋଟି ଖଣିରୁ ଆଂଶିକ ଭାବେ ଖଣିଜ ଉତ୍ତୋଳନ କରାଯିବ । ଏହି ଆଠଟି ଖଣିରେ ମୋଟ ୨୧୫୭.୪୮ ନିୟୁତ ଟନ କୋଇଲା ଗଚ୍ଛିତ ରହିଛି । ସେହିପରି ଏସବୁ ଖଣିର ସର୍ବାଧିକ ସଞ୍ଚୟୀ ହାର କ୍ଷମତା (ପିଆରସି) ବାର୍ଷିକ ୧୯.୩୧ ନିୟୁତ ଟନ (ଏମଟିପିଏ) ଥିବା ଜଣାପଡ଼ିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.