ETV Bharat / city

ରାଜ୍ୟସଭା ନିର୍ବାଚନ: କ’ଣ ରହିଛି 3 ଦଳର ସ୍ଥିତି, ବିଜେଡି କାହାକୁ କରିବ ପ୍ରାର୍ଥୀ ? - speculation mounts over 4 seats

ରାଜ୍ୟସଭା ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ । ଏବେ ଦେଶର ଉଚ୍ଚ ସଦନକୁ ଯିବାକୁ ଅନେକ ନେତା ଆଗ୍ରହୀ । କିଏ ଯିବେ, କିଏ କଟିବେ । କାହା ସପକ୍ଷରେ ମୁଖିଆ ? କଣ ରହିଛି ରାଜ୍ୟର 3 ପ୍ରମୁଖ ଦଳର ସ୍ଥିତି । ରାଜ୍ୟସଭା ପାଇଁ କଣ ହେବ ମାପଦଣ୍ଡ । ରାଜ୍ୟସଭା ନିର୍ବାଚନ ପାଇଁ କେତେ ଭୋଟ ଦରକାର ? ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ରାଜ୍ୟସଭା ନିର୍ବାଚନ
ରାଜ୍ୟସଭା ନିର୍ବାଚନ
author img

By

Published : Feb 25, 2020, 6:39 PM IST

Updated : Feb 26, 2020, 1:36 AM IST

ଭୁବନେଶ୍ବର: ଘୋଷଣା ହୋଇଛି ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ । ମାର୍ଚ୍ଚ 6 ତାରିଖରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପନ । ହେଲେ ତା ପୂର୍ବରୁ ରାଜ୍ୟସଭା ନିର୍ବାଚନକୁ ନେଇ ରାଜ୍ୟର 3 ପ୍ରମୁଖ ରାଜନୈତିକ ଦଳଙ୍କ ମଧ୍ୟରେ ଆରମ୍ଭ ହୋଇଛି ଅଙ୍କକଷା । କିଏ ଯିବେ ରାଜ୍ୟସଭା ? ସମସ୍ତ ଆସନ ପୋଛିବ କି ବିଜେଡି ? ନା ବାଜିମାରି ମାରି ନେବ ବିଜେପି । କଂଗ୍ରେସର ଭୂମିକା କ’ଣ ହେବ ରାଜ୍ୟସଭା ନିର୍ବାଚନରେ ? ତେବେ କଣ ରହିଛି 3 ପ୍ରମୁଖ ରାଜନୈତିକ ଦଳର ସଂଖ୍ୟା ଓ ସାମ୍ଭାବ୍ୟ ରଣନୀତି ।

ବିଜୁ ଜନତା ଦଳ (ବିଜେଡି)

ରାଜ୍ୟ କୋଟାରେ ଖାଲି ହେଉଥିବା 4ଟି ଆସନ ପାଇଁ ବିଜେଡି ଏକାକି 3ଟି ଆସନ ଦଖଲ କରିପାରିବ । ଏହାସହ 4ର୍ଥ ଆସନ ପାଇଁ ମଧ୍ୟ ଦଳ ପାଖରେ ସୁଯୋଗ ଅଛି । ତେବେ ଦଳ କ’ଣ ସମସ୍ତ ଆସନରେ ଦଳୀୟ ପ୍ରାର୍ଥୀ ଦେବ ? ନା ଭାଇଭାଗ ସ୍ବରୂପ ବିଜେପିକୁ ଗୋଟିଏ ଆସନ ଦାନ କରିବ । କାରଣ ଗତ ରାଜ୍ୟସଭା ନିର୍ବାଚନ ବେଳେ ମୂଲଚାଲ ଆଧାରରେ ଗୋଟିଏ ଆସନ ହାତେଇ ନେଇଥିଲା ବିଜେପି । ତେବେ ଉଭୟ ଦଳଙ୍କ ମଧ୍ୟରେ କଣ ମୂଲଚାଲ ହେଲା ତାହା ଏବେବି ରହସ୍ୟମୟ ହୋଇରହିଛି । ବିଜେଡିର ଏକ ପ୍ରଭାବଶାଳୀ ଗୋଷ୍ଠୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ସମସ୍ତ 4ଟି ଆସନ କବଜା ପାଇଁ ମୁଖିଆଙ୍କ ଉପରେ ଚାପ ପଡୁଛି । ଏହି ଗୋଷ୍ଠୀ ଚାହୁଁନାହାଁନ୍ତି କୌଣସି ପରିସ୍ଥିତିରେ ବିଜେପିକୁ ବାଟ ଛାଡିବାକୁ । କିନ୍ତୁ ଦଳୀୟ ବ୍ୟାପାର ଦାୟିତ୍ବରେ ଥିବା ଅନ୍ୟ ଏକ ପ୍ରଭାବଶାଳୀ ଗୋଷ୍ଠୀ ମୂଲଚାଲ ସପକ୍ଷରେ ଅଛନ୍ତି । ତାଙ୍କ ଯୁକ୍ତି ବିଜେପିକୁ ଗୋଟିଏ ଆସନ ଦେଇ ପ୍ରତିବଦଳରେ ସଂସଦରେ ‘ବିଧାନ ପରିଷଦ ବିଲ’ ଅନୁମୋଦନ କରାଇ ନେବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି । ଫଳରେ ବିଜେଡିରେ ଥିବା ଅନେକ ଆଶାୟୀଙ୍କୁ ଦଳ ଥଇଥାନ କରିପାରିବ । ଏତିକିରେ ବିଜେଡି ଅଟକି ନାହିଁ । ଦଳ ରାଜ୍ୟସଭା କାହାକୁ ପଠାଇବ ତାହା ଚୟନ ସରିଛି । ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ ସରୋଜିନୀ ହେମ୍ବ୍ରମଙ୍କ ସ୍ଥାନରେ ପୁଣି ଜଣେ ମହିଳାଙ୍କୁ ରିପିଟ କରାଯିବ । କାରଣ ବିଜେଡିର ମହିଳାଙ୍କୁ 33 ପ୍ରତିଶତ ସଂରକ୍ଷଣ ରଣନୀତିକୁ ଏହା ବଳ ଯୋଗାଇବ । ଯେଉଁଥିପାଇଁ ଦଳ ଏବେ ଜଣେ ଦକ୍ଷ ଓ ଉଚ୍ଚ ଶିକ୍ଷିତ ମହିଳାଙ୍କୁ ଚୟନ କରିସାରିଛି । ଦ୍ବିତୀୟ ପ୍ରାର୍ଥୀ ଭାବେ ପୂର୍ବଭଳି ପଶ୍ଚିମ, ଦକ୍ଷିଣ କିମ୍ବା ଉପକୂଳ ଆଧାରରେ ଚୟନ ହେବନାହିଁ । ଏଥର ଓବିସି ବର୍ଗରୁ ଜଣେ ଦଳୀୟ ନେତାଙ୍କୁ ରାଜ୍ୟସଭା ପଠାଇପାରନ୍ତି ମୁଖିଆ । ସେହିପରି ତୃତୀୟ ପ୍ରାର୍ଥୀ ଦଳର ଜଣେ ବରିଷ୍ଠ ନେତାଙ୍କୁ ପଠାଯିବ । ହେଲେ ଗତ ନିର୍ବାଚନରେ ଯେଉଁମାନେ ପରାଜିତ ହୋଇଛନ୍ତି ସେମାନଙ୍କୁ ଦଳ ପଠାଇବ ନାହିଁ । ଜଣେ ନୂତନ ନେତାଙ୍କୁ ପଠାଯିବ । ଏହାବାଦ ଦଳ ଚତୁର୍ଥ ଆସନକୁ ଦଳୀୟ ଭିତ୍ତିରେ ଚୟନ କରିବ ନାହିଁ । ରାଜ୍ୟର ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ପଠାଯିବ । ଯାହାଙ୍କର କଳା, ସଂସ୍କୃତି, ସାହିତ୍ୟ, ସମାଜ ସେବା କ୍ଷେତ୍ରରେ ବିଶେଷ ଯୋଗଦାନ ଥିବ । ଯଦ୍ବାରା ଅନ୍ୟ ରାଜନୈତିକ ଦଳ ବିରୋଧ କରିପାରିବେ ନାହିଁ । ଯଦି ବିରୋଧ କରନ୍ତି ଲୋକଙ୍କୁ ପାଖକୁ ଏକ ରାଜ୍ୟ ସ୍ବାର୍ଥ ବିରୋଧୀ ବାର୍ତ୍ତା ଯିବ ।

ରାଜ୍ୟସଭା ନିର୍ବାଚନ: କ’ଣ ରହିଛି 3 ଦଳର ସ୍ଥିତି, ବିଜେଡି କାହାକୁ କରିବ ପ୍ରାର୍ଥୀ ?

ଭାରତୀୟ ଜନତା ପାର୍ଟି (ବିଜେପି)

ରାଜ୍ୟସଭାରେ ଆସନ ହାତେଇବା ପାଇଁ ଦଳ ପାଖରେ ଆବଶ୍ୟକ ସଂଖ୍ୟାନାହିଁ । ତଥାପି ଦଳ ପ୍ରାର୍ଥୀ ଦେବାକୁ ଅଣ୍ଟାଭିଡିଛି । ଦଳର ଏହି ଦମରେ କେତେ ଦମ୍ଭ ଅଛି ତାହା ବିଜେପି ମଧ୍ୟ ଜାଣିନାହିଁ । ତେବେ ଗତ ରାଜ୍ୟସଭା ନିର୍ବାଚନରେ ଯେଉଁ ମୂଲଚାଲ କରି ଗୋଟିଏ ଆସନ ବାଜି ମାରିନେଇଥିଲା ସେହି ଆଧାରରେ ରାଜ୍ୟ ନେତା ଦମ୍ଭୋକ୍ତି ରଖୁଛନ୍ତି ଚଳିତ ନିର୍ବାଚନରେ ମଧ୍ୟ କିଛି ଗୋଟେ ମୂଲଚାଲ ହେବ । ଯଦି ସେୟାହୁଏ ଦଳ କାହାକୁ ପ୍ରାର୍ଥୀ କରିବ। କିଏ ହେବେ ଦଳୀୟ ପ୍ରାର୍ଥୀ ? ଦଳରେ ମଧ୍ୟ ଆଶାୟୀ ଅନେକ । ତେବେ ରାଜ୍ୟ ବିଜେପି କେନ୍ଦ୍ରୀୟ ନେତାଙ୍କ ଉପରେ ସବୁ କିଛି ଛାଡିଦେଇଛି । କେନ୍ଦ୍ର ଯାହା ନିଷ୍ପତ୍ତି ନେବ ରାଜ୍ୟଶାଖା ତାହା ପାଳନ କରିବ ।

କଂଗ୍ରେସ

ଚଳିତ ରାଜ୍ୟସଭା ନିର୍ବାଚନରେ ଦଳ ପ୍ରାର୍ଥୀ ଦେବାକୁ ମଧ୍ୟ ସମର୍ଥ ନୁହେଁ । ଯାହାଫଳରେ ଦଳ ରାଜ୍ୟସଭା ନିର୍ବାଚନରୁ ଏକ ପ୍ରକାର ଓହରି ସାରିଛି । ତେବେ ଗତଥର ତତ୍କାଳୀନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ବୁଦ୍ଧିମତ୍ତା ଓ ସଠିକ ରଣନୀତି ପାଇଁ ଦଳ ଦ୍ବିତୀୟ ପସନ୍ଦର ଭୋଟ ଆଧାରରେ ଗୋଟିଏ ଆସନ ହାତେଇ ନେଇଥିଲା । ହେଲେ ଏବେ ସ୍ଥିତି ସଂପୂର୍ଣ୍ଣ ଓଲଟା । ନା ଦଳ ପାଖରେ ସଂଖ୍ୟା ଅଛି ନା ଦଳୀୟ ପ୍ରାର୍ଥୀ ଦେବାକୁ କ୍ଷମତା ଅଛି ।

କଣ ରହିଛି ରାଜ୍ୟସଭା ନିର୍ବାଚନ ପାଇଁ ଫର୍ମୁଲା

ରାଜ୍ୟରେ 4ଟି ଆସନ ପାଇଁ ନିର୍ବାଚନ ହେବ । ପ୍ରତ୍ୟେକ ପ୍ରାର୍ଥୀଙ୍କୁ ବିଜୟୀ ହେବା ପାଇଁ 30 ଜଣ ବିଧାୟକଙ୍କ ସମର୍ଥନ ବା 30 ଖଣ୍ଡ ଭୋଟ ଆବଶ୍ୟକ । ଅର୍ଥାତ ମୋଟ ଭୋଟରୁ 29.40 ପ୍ରତିଶତ ଭୋଟ ଆବଶ୍ୟକ । ସେହି ଦୃଷ୍ଟିରୁ ବିଜେଡିର ମୋଟ ବିଧାୟକଙ୍କ ସଂଖ୍ୟା 113 । ତେଣୁ ଦଳ 3 ଟି ଆସନ ଜିତିବାରେ କୌଣସି ସମସ୍ୟା ନାହିଁ । ଅବଶିଷ୍ଟ 23 ଖଣ୍ଡ ଭୋଟ ଦଳ ପାଖରେ ରହୁଛି । ଚତୁର୍ଥ ପ୍ରାର୍ଥୀ ପାଇଁ ଆଉ 7ଟି ଭୋଟ ଆବଶ୍ୟକ । ଜଣେ ସ୍ବାଧୀନ ବିଧାୟକ ଓ ଜଣେ ବାମଦଳର ବିଧାୟକ ଅଛନ୍ତି । ସେମାନେ ଯଦି ବିଜେଡି ପ୍ରାର୍ଥୀଙ୍କୁ ସମର୍ଥନ କରନ୍ତି ତ ବିଜେଡି ଅତି ସହଜରେ ଦ୍ବିତୀୟ ପସନ୍ଦର ଭୋଟ ଆଧାରରେ ବିଜୟୀ ହେବା ନିଶ୍ଚିତ । ତେବେ ଏହି ସବୁ ମଧ୍ୟରେ କଣ ହେବ ରାଜନୈତିକ ଦଳଙ୍କ ରଣନୀତି ଓ ବିଧାୟକଙ୍କ ଭୂମିକା ତାହା ସମୟ କହିବ ।

ଭୁବନେଶ୍ବରରୁ ତପନ ଦାସ ଓ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Feb 26, 2020, 1:36 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.