ETV Bharat / city

Rajya Sabha: ନିଷିଦ୍ଧ ହେବ କି ବେଆଇନ ଋଣ ଆପ୍ ? - ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରଶ୍ନ

ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣ କହିଛନ୍ତି, ଆପ ଜରିଆରେ ଋଣ ପ୍ରଦାନ କରି ଠକେଇ ସମସ୍ୟା ନିର୍ଦ୍ଦିଷ୍ଟ ଭାବେ ଗୋଟିଏ ରାଜ୍ୟରୁ ଆସୁନାହିଁ । ବିଭିନ୍ନ ରାଜ୍ୟରେ ରହିଛି । ତେବେ ଏହି ବିଦେଶୀ ଆପ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ 3 ଟି ମନ୍ତ୍ରଣାଳୟ ମିଳିତ ଭାବେ କାମ କରୁଛନ୍ତି । ଅଧିକ ପଢନ୍ତୁ

Rajya Sabha: ନିଷିଦ୍ଧ ହେବ କି ବେଆଇନ ଲୋନ ଆପ?

author img

By

Published : Aug 2, 2022, 7:11 PM IST

ନୂଆଦିଲ୍ଲୀ: କୋକୋ, ଜୋଜୋ ଓ ଡିଜିଟାଲ ଆପ ଜରିଆରେ ଲୋକଙ୍କୁ ଠକୁଛନ୍ତି ସାଇବର ଲୁଟେରା । ଆଜି ରାଜ୍ୟସଭାରେ ଏହି ପ୍ରସଙ୍ଗ ଉତ୍ଥାପନ କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ସୁଜିତ କୁମାର । ସୁଜିତ କହିଛନ୍ତି କିଛି ଦିନ ହେଲା ବିଭିନ୍ନ ବେଆଇନ ଆପ ଦ୍ବାରା ଲୋକଙ୍କୁ ଲୋନ ଦେବା ଆଳରେ ଟଙ୍କା ଲୁଟ କରୁଛନ୍ତି ।

Rajya Sabha: ନିଷିଦ୍ଧ ହେବ କି ବେଆଇନ ଲୋନ ଆପ?

ଏହି ଆପ ସବୁ ଚୀନରୁ ପରିଚାଳିତ ହେଉଛି । ଏହି ଆପ ସବୁ ଆରବିଆଇର ନୀତି ପାଳନ କରୁନାହାଁନ୍ତି । ଏନେଇ ଓଡିଶାରେ ଅଭିଯୋଗ ହେବା ପରେ ଅର୍ଥନୈତିକ ଅପରାଧ ଶାଖା ଜଣେ ଚୀନ ନାଗରିକଙ୍କ ବିରୋଧରେ ଲୁକ ଆଉଟ ନୋଟିସ ଜାରି କରିଛି । ଓଡିଶାରେ ଏହି ଆପକୁ ପ୍ରାୟ 1.5 ଲକ୍ଷ ଲୋକ ଡାଉନଲୋଡ କରିଛନ୍ତି । ଏହି ଠକେଇ ଖାଲି ଖାଲି ଓଡିଶାରେ ହେଉନାହିଁ । ସାରା ଦେଶରେ ହେଉଛି । ତେଣୁ ଅର୍ଥମନ୍ତ୍ରଣାଳୟ ପଦକ୍ଷେପ ନେବା ପାଇଁ ଦାବି କରିଥିଲେ ସୁଜିତ ।

ଜବାବରେ ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣ କହିଛନ୍ତି ଏହି ସମସ୍ୟା ନିର୍ଦ୍ଦିଷ୍ଟ ଭାବେ ଗୋଟିଏ ରାଜ୍ୟରୁ ଆସୁନାହିଁ । ବିଭିନ୍ନ ରାଜ୍ୟରେ ରହିଛି । ତେବେ ଏହି ବିଦେଶୀ ଆପ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ 3 ଟି ମନ୍ତ୍ରଣାଳୟ ମିଳିତ ଭାବେ କାମ କରୁଛନ୍ତି । ଏକ ବୈଜ୍ଞାନିକ ପଦ୍ଧତିରେ ଏହାର ମୁକାବିଲା ପାଇଁ ଉଦ୍ୟମ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.