ETV Bharat / city

ଓଡ଼ିଶାକୁ ଭାରତ ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ଦେବାକୁ ଉଦ୍ୟମ କରିବି: ଅମର ପଟ୍ଟନାୟକ

ସାମ୍ବାଦିକ ସମ୍ମିଳନୀ କରି ବର୍ଷକର ରିପୋର୍ଟ କାର୍ଡ ବଖାଣିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ୨୦୧୯ ଜୁଲାଇ ୪ ରୁ ସାଂସଦ ଭାବେ ଶପଥ ଗ୍ରହଣ କରିବାଠୁ ଆଜି ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟ ବିଷୟରେ ସୂଚନା ଦେଇଛନ୍ତି ସେ । ଅଧିକ ପଢନ୍ତୁ...

ଓଡ଼ିଶାକୁ ଭାରତ ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ଦେବାକୁ ଉଦ୍ୟମ କରିବି: ଅମର ପଟ୍ଟନାୟକ
ଓଡ଼ିଶାକୁ ଭାରତ ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ଦେବାକୁ ଉଦ୍ୟମ କରିବି: ଅମର ପଟ୍ଟନାୟକ
author img

By

Published : Jul 10, 2021, 10:11 PM IST

ଭୁବନେଶ୍ବର: ବର୍ଷକର ହିସାବ ଦେଲେ ବିଜେଡିର ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ସାମ୍ବାଦିକ ସମ୍ମିଳନୀ କରି ବର୍ଷକର ରିପୋର୍ଟ କାର୍ଡ ବଖାଣିଛନ୍ତି ଅମର । ୨୦୧୯ ଜୁଲାଇ ୪ ରୁ ସାଂସଦ ଭାବେ ଶପଥ ଗ୍ରହଣ କରିବାଠୁ ଆଜି ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟ ବିଷୟରେ ସୂଚନା ଦେଇଛନ୍ତି ସେ ।

ଓଡ଼ିଶାକୁ ଭାରତ ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ଦେବାକୁ ଉଦ୍ୟମ କରିବି: ଅମର ପଟ୍ଟନାୟକ

୨୦୨୧ ଜୁଲାଇ ୩ ରେ ସାଂସଦ ଭାବେ ଅମରଙ୍କର ଦୁଇ ବର୍ଷ ପୂର୍ତ୍ତି ହୋଇଛି । ଚଳିତବର୍ଷର ଏପ୍ରିଲ ୧୫ ରୁ ଜୁନ ୧୫ ଭିତରେ କୋଭିଡ ରୋଗୀଙ୍କ ସେବା ଓ ଚିକିତ୍ସା ନେଇ କରିଥିବା ଉଦ୍ୟମକୁ ରିପୋର୍ଟ କାର୍ଡ ଜରିଆରେ ଅମର ଜଣାଇଛନ୍ତି । ଗତବର୍ଷ କୋରନା ମହାମାରୀରେ ପ୍ରବାସୀ ଶ୍ରମିକଙ୍କ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ଯୋଗଦାନ କରିଥିବା କହିଛନ୍ତି ଅମର ।

ଅମର ପଟ୍ଟନାୟକ ଗୋଟିଏ ପୁସ୍ତିକା ପ୍ରକାଶ କରି କହିଛନ୍ତି ଯେ, ସଂସଦରେ ଓଡ଼ିଶାର ସ୍ୱାର୍ଥ ପାଇଁ ସେ ଅନେକ ଦାବି ଇଉଠାଇଛନ୍ତି । ଉଚ୍ଚଶିକ୍ଷା କ୍ଷେତ୍ରରେ ଅନୁଦାନ, ୨୦୧୮-୧୯ ବର୍ଷର ୪୫୬ କୋଟି ଟଙ୍କାର ଜିଏସଟି ବକେୟା ତାଙ୍କ ଉଦ୍ୟମ ଯୋଗୁଁ କେନ୍ଦ୍ର ସରକାର ଦେଇଥିବା ନେଇ ସେ ଉଲ୍ଲେଖ କରିଛନ୍ତି । ସେହିପରି ଧାନ କିଣା ବାବଦ ଅର୍ଥ ଦେବାରେ କେନ୍ଦ୍ର ସରକାର ବିଳମ୍ବ କରିଥିଲେ । ତାଙ୍କ ଉଦ୍ୟମରେ ୨୮୫ କୋଟି ଟଙ୍କା କେନ୍ଦ୍ର ସରକାର ରାଜ୍ୟକୁ ଦେଇଛନ୍ତି ।

ବର୍ଷକ ଭିତରେ ୨୬୫ ଟି ବିତର୍କରେ ଅମର ଭାଗ ନେଇଛନ୍ତି । ରାଜ୍ୟ ସ୍ୱାର୍ଥ ସମ୍ବଳିତ ଦାବି ଓ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁଯାୟୀ ସେ ଦାବି ଉପସ୍ଥାପନ କରିଛନ୍ତି । ତିନିଟି କୃଷି ବିଲକୁ ସିଲେକ୍ଟ କମିଟିକୁ ପଠାଇବା ପାଇଁ ସେ ଦୃଢ଼ ଦାବି ରଖିଥିଲେ । ବୟନ ଶିଳ୍ପ କ୍ଷେତ୍ରରେ ବୁଣାକାର ମାନଙ୍କ ସମସ୍ୟା ନେଇ ସଂସଦରେ ଦାବି ଉପସ୍ଥାପନ କରିଥିଲେ ବୋଲି ସେ କହିଛନ୍ତି । ରାଜ୍ୟର ଉପଲବ୍ଧି ସମ୍ପର୍କରେ ଜାତୀୟ ଗଣମାଧ୍ୟମରେ ୧୫୦ଟି ଆର୍ଟିକିଲ ଲେଖିଛନ୍ତି । ଆସନ୍ତା ଦିନରେ ଏହାକୁ ନେଇ ଏକ ସଙ୍କଳନ ପ୍ରକାଶ ପାଇବ । ଓଡ଼ିଶାକୁ ବିଶ୍ଵ ଦରବାରରେ ଭାରତ ମାନଚିତ୍ରରେ କିପରି ଏକ ସ୍ୱତନ୍ତ୍ର ପରିଚୟ ପାଇବ ସେନେଇ ଉଦ୍ୟମ କରିବେ ବୋଲି ଅମର କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.