ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ ସଂଖ୍ୟା । ବର୍ତ୍ତମାନ 10 ହଜାର 624 ପାର କରିଛି ଏହି ସଂଖ୍ୟା । ଏହାସହ ରାଜଧାନୀ ଭୁବନେଶ୍ବରରେ କୋରନାର କାୟା ବିସ୍ତାର ହେବାରେ ଲାଗିଛି ।
ଯାହାକୁ ଦୃଷ୍ଟିରେ ରଖି ସାଧାରଣ ଲୋକଙ୍କ ପାଇଁ ରାଜଭବନ ବନ୍ଦ କରାଯାଇଛି । କୋଭିଡ-19 କଟକଣା ପାଇଁ ଏହାକୁ ବନ୍ଦ ରଖାଯାଇଛି । ଏନେଇ ବୁଧବାର ରାଜଭବନ ପକ୍ଷରୁ ସୂଚନା ଦିଆଯାଇଛି ।
ଜୁଲାଇ 31 ଯାଏଁ ଏହି କଟକଣା ରହିବ। ତେବେ ଫୋନ, ଇମେଲ ଜରିଆରେ ଯୋଗାଯୋଗ କରାଯାଇ ପାରିବ ବୋଲି ରାଜଭବନ ଲୋକସମ୍ପର୍କ ଅଧିକାରୀ କହିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ