ଭୁବନେଶ୍ବର: ରାଜଧାନୀରେ ଆରମ୍ଭ ହୋଇଥିବା ରାଜାରାଣୀ ସଙ୍ଗୀତ ଉତ୍ସବର ଆଜି (ବୁଧବାର) ଥିଲା ଶେଷ ସନ୍ଧ୍ୟା। ସନ୍ଧ୍ୟାର ପ୍ରଥମ ପ୍ରସ୍ତୁତି ଥିଲା ଗୁରୁ ସଚ୍ଚିଦାନନ୍ଦ ଦାସ ଓ ସାଥୀଙ୍କ ଦ୍ବାରା ଓଡିଶୀ ମର୍ଦଳ ବାଦନ। ଯାହାର ସୁମଧୁର ତାଳରେ ସମ୍ପୂର୍ଣ୍ଣ ପରିବେଶ ମନ୍ତ୍ରମୁଗ୍ଧ ହୋଇଥିଲା।
ପରେ ପରେ ହିନ୍ଦୁସ୍ତାନୀ ସଙ୍ଗୀତର ଗୁରୁ ପଣ୍ଡିତ ଭେଙ୍କଟେଶ କୁମାର ଓ ସାଥୀଙ୍କ ଦ୍ବାରା ସଙ୍ଗୀତ ପରିବେଷଣ କରାଯାଇଥିଲା। ଗୋଟିଏ ପରେ ଗୋଟିଏ ସଙ୍ଗୀତ ପରିବେଷଣ କରାଯାଇଥିଲା । ଯାହାର ମଜା ନେଇଥିଲେ ଦର୍ଶକ । ତେବେ ରାଜାରାଣୀ ସଙ୍ଗୀତ ଉତ୍ସବ 18ରୁ ଆରମ୍ଭ ହୋଇଥିଲା ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ